ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆର୍ୟନଙ୍କୁ ଝଟ୍‌କା

0

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅକୁ ବଡ଼ ଝଟକାା ଜେଲରେ ରହିବେ ଆର୍ୟନ ଖାନ । ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମୁମ୍ବାଇ କୋର୍ଟ । ଜଜ୍ ବିବି ପଟେଲ ଆର୍ୟନ ଖାନଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କ ଜାମିନ ଅରବାଜ ମର୍ଚା ଓ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅନେକ ଥର ଘୁ ।ଯାଉଥିଲା । ଆଜି ଜାମିନ ମିଳିଯିବ ବୋଲି ଆଶା କରାଯାଉଥିଲେ ମଧ୍ୟ ପୁଣି ଥରେ ଆର୍ୟନଙ୍କୁ ନିରାଶ ହେବାକୁ ପଡିଛି । ଆର୍ୟନଙ୍କ ଓକିଲ କହିଛନ୍ତି, ସେ ହାଇକୋର୍ଟ ଯିବେ । ମୁମ୍ବାଇ ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ହାଇକୋର୍ଟରେ ଆର୍ୟନ ଖାନଙ୍କ ପାଇଁ ଜାମିନ ଆବଦେନ କରିବେ ବୋଲି ଆର୍ୟନଙ୍କ ଓକିଲ ଅମିତ ଦେଶାଇ କହିଛନ୍ତି । କିନ୍ତୁ ଏବେ ଆର୍ୟନଙ୍କୁ ଆଉ କିଛି ଦିନ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ ।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏହି ମାମଲାରେ କିଛି କହିବାକୁ ମନା କରିଦେଇଥିବା ବେଳେ କେବେଳ ‘ସତ୍ୟ ମେବ ଜୟତେ’ କହିଛନ୍ତି । ଏହାରି ଭିତରେ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ , କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସହ ବଲିଉଡର ଜଣେ ଅିଭନ୍ରେତୀଙ୍କ ମଧ୍ୟ ହ୍ୱାଟସ ଆପ ଚାପ ଏନସିବି ହାତରେ ଲାଗିଛି । ଚାଟ୍‌ରେ ନିଶାଦ୍ରବ୍ୟ ନେଇ କଥାବାର୍ତ୍ତା ହୋଇଥିବା ବେଳେ କୋର୍ଟରେ ବିତର୍କ ସମୟରେ ଏନସିବି ଏହି ଚାଟ୍‌ କୋର୍ଟକୁ ହସ୍ତାନ୍ତାର କରିଛନ୍ତି । ଏହା ସହ ଆର୍ୟନଙ୍କ ଡ୍ରଗ୍ସ ପ୍ୟାଡେଲରଙ୍କ ସହିତ କିଛି ଚାଟ ମଧ୍ୟ ଅଦାଲତରେ ଦିଆଯାଇଛି ।

ଆର୍ୟନ ଖାନଙ୍କୁ ଅକ୍ଟୋବର ୨ ରେ ଏନସିବି ଗିରଫ କରିଥିଲା । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିଲା । ସେଥିରେ ସାମିଲ ଥିଲେ ଆର୍ୟନ । ଏନସିବି ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ।ଅରବାଜଙ୍କ ନିକଟରୁ ଡ୍ରଗ୍ସ ମିଳିଥିବା ବେଳେ ଆର୍ୟନଙ୍କ ନିକଟରୁ କିଛି ମିଳିନଥିଲା । କିନ୍ତୁ ତାଙ୍କ ହ୍ୱାଟସ ଆପ ଚାଟ୍‌ରୁ ଡ୍ରଗ୍ସ କାରାବାରରେ ସେ ସଂପୃକ୍ତ ଥିବା ଜଣାପଡିଥିଲା ।

Leave A Reply

Your email address will not be published.