ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଆର୍ୟନଙ୍କୁ ଝଟ୍‌କା

0

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅକୁ ବଡ଼ ଝଟକାା ଜେଲରେ ରହିବେ ଆର୍ୟନ ଖାନ । ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମୁମ୍ବାଇ କୋର୍ଟ । ଜଜ୍ ବିବି ପଟେଲ ଆର୍ୟନ ଖାନଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କ ଜାମିନ ଅରବାଜ ମର୍ଚା ଓ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅନେକ ଥର ଘୁ ।ଯାଉଥିଲା । ଆଜି ଜାମିନ ମିଳିଯିବ ବୋଲି ଆଶା କରାଯାଉଥିଲେ ମଧ୍ୟ ପୁଣି ଥରେ ଆର୍ୟନଙ୍କୁ ନିରାଶ ହେବାକୁ ପଡିଛି । ଆର୍ୟନଙ୍କ ଓକିଲ କହିଛନ୍ତି, ସେ ହାଇକୋର୍ଟ ଯିବେ । ମୁମ୍ବାଇ ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ହାଇକୋର୍ଟରେ ଆର୍ୟନ ଖାନଙ୍କ ପାଇଁ ଜାମିନ ଆବଦେନ କରିବେ ବୋଲି ଆର୍ୟନଙ୍କ ଓକିଲ ଅମିତ ଦେଶାଇ କହିଛନ୍ତି । କିନ୍ତୁ ଏବେ ଆର୍ୟନଙ୍କୁ ଆଉ କିଛି ଦିନ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ ।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏହି ମାମଲାରେ କିଛି କହିବାକୁ ମନା କରିଦେଇଥିବା ବେଳେ କେବେଳ ‘ସତ୍ୟ ମେବ ଜୟତେ’ କହିଛନ୍ତି । ଏହାରି ଭିତରେ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ , କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କ ସହ ବଲିଉଡର ଜଣେ ଅିଭନ୍ରେତୀଙ୍କ ମଧ୍ୟ ହ୍ୱାଟସ ଆପ ଚାପ ଏନସିବି ହାତରେ ଲାଗିଛି । ଚାଟ୍‌ରେ ନିଶାଦ୍ରବ୍ୟ ନେଇ କଥାବାର୍ତ୍ତା ହୋଇଥିବା ବେଳେ କୋର୍ଟରେ ବିତର୍କ ସମୟରେ ଏନସିବି ଏହି ଚାଟ୍‌ କୋର୍ଟକୁ ହସ୍ତାନ୍ତାର କରିଛନ୍ତି । ଏହା ସହ ଆର୍ୟନଙ୍କ ଡ୍ରଗ୍ସ ପ୍ୟାଡେଲରଙ୍କ ସହିତ କିଛି ଚାଟ ମଧ୍ୟ ଅଦାଲତରେ ଦିଆଯାଇଛି ।

ଆର୍ୟନ ଖାନଙ୍କୁ ଅକ୍ଟୋବର ୨ ରେ ଏନସିବି ଗିରଫ କରିଥିଲା । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିଲା । ସେଥିରେ ସାମିଲ ଥିଲେ ଆର୍ୟନ । ଏନସିବି ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ।ଅରବାଜଙ୍କ ନିକଟରୁ ଡ୍ରଗ୍ସ ମିଳିଥିବା ବେଳେ ଆର୍ୟନଙ୍କ ନିକଟରୁ କିଛି ମିଳିନଥିଲା । କିନ୍ତୁ ତାଙ୍କ ହ୍ୱାଟସ ଆପ ଚାଟ୍‌ରୁ ଡ୍ରଗ୍ସ କାରାବାରରେ ସେ ସଂପୃକ୍ତ ଥିବା ଜଣାପଡିଥିଲା ।

Leave A Reply

Your email address will not be published.