ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଟଙ୍କା ମାଗିଥିଲା କି ଏନସିବି!

0

ମୁମ୍ବାଇ ଡ୍ରଗ୍ସ ମାମଲାରେ ନାଟକୀୟ ମୋଡ଼ । ନାଟକୀୟ ମୋଡ଼ ସେତେବେଳେ ଆସିଛି ଯେତେବେଳେ ପ୍ରଭାକର ସେଲ୍ ନାମକ ଜଣେ ସାକ୍ଷୀ ଏନସିବି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଗୋଟେ ପଟେ ସେ କହିଛନ୍ତି ଯେ, ଏନସିବି ଖାଲି କାଗଜରେ ଦସ୍ତଖତ ନେଇଥିଲା । ଏହା ସହ ସେ ଦାବି କରିଛନ୍ତି ଯେ, ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ । ଏଭଳି ଅଭିଯୋଗ ପରେ ସମୀର ୱାଙ୍ଖଡ଼େ ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଏନସିବି ନିର୍ଦ୍ଦେଶକ ସ୍ପଷ୍ଟ ଲେଖିଛନ୍ତି ଯେ, କିଛି ଲୋକଙ୍କ ଖରାପ ଉଦ୍ଦେଶ୍ୟ କାରଣରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ନୁହେଁ । ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଜଣ ତାଙ୍କୁ ଗିରଫ କରାଇ ଜେଲ ପଠାଇବାକୁ ଚାହୁଁଛନ୍ତି ।

ସେ ଲେଖିଛନ୍ତି ଯେ, ‘ମୁଁ ସମୀର ୱାଙ୍ଖଡେ, ବର୍ତମାନ ଏନସିବି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛି । ଭୁଲ ତଥ୍ୟ ଜରିଆରେ ମୋତେ ଫସାଇବାକୁ ଉଦ୍ୟମ କରାଯାଉଛି। କିଛି ଅଜଣା ଲୋକଙ୍କ ଦ୍ୱାରା ଚେଷ୍ଟା କରାଯାଉଛି ଯେ, ମୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ସହ ନାଁ ନନେଇ ସମୀର ୱାଙ୍ଖଡେ ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଚିଠିରେ ଏହା ବି ଲେଖାଅଛି ଯେ, ମିଡିଆରେ କିଛି ଲୋକଙ୍କ ଦ୍ୱାରା ମୋତେ ଜେଲ ପଠାଇବାକୁ ଚିନ୍ତା କରାଯାଉଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଭୁଲ ତଥ୍ୟ ଓ ଖରାପ ଉଦ୍ଦେଶ୍ୟ ଜରିଆରେ ଲଗାଯାଇଥିବା ଅଭିଯୋଗ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବାକୁ ।

ପ୍ରଭାକର ସେଲ କରିଥିବା ଅଭିଯୋଗ ଉପରେ ଏନସିବି ସ୍ପଷ୍ଟିକରଣ ମଧ୍ୟ ରଖିଛି ।ସେମାନଙ୍କ ତରଫରୁ କୁହାଯାଇଛି ଯେ, ଯିଏ ଏହି ଅଭିଯୋଗ କରିଛନ୍ତି ସେ ନିଜେ ଘଟଣାର ସାକ୍ଷୀ ଅଟନ୍ତି । ଆଉ ମାମଲା ଯେତେବେଳେ କୋର୍ଟରେ ଚାଲିଥାଏ, ଏପରି ସ୍ଥିତିରେ କୋର୍ଟକୁ ଯାଇ କୌଣସି ବିବୃତ୍ତି ଦେବା ଉଚିତ୍ ନୁହେଁ ।କୌଣସି ସୋସିଆଲ ମିଡିଆ ଫ୍ଲାଟଫର୍ମକୁ ବ୍ୟବହାର କରିବା ଭୁଲ ଅଟେ ।

Leave A Reply

Your email address will not be published.