ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଟଙ୍କା ମାଗିଥିଲା କି ଏନସିବି!

0

ମୁମ୍ବାଇ ଡ୍ରଗ୍ସ ମାମଲାରେ ନାଟକୀୟ ମୋଡ଼ । ନାଟକୀୟ ମୋଡ଼ ସେତେବେଳେ ଆସିଛି ଯେତେବେଳେ ପ୍ରଭାକର ସେଲ୍ ନାମକ ଜଣେ ସାକ୍ଷୀ ଏନସିବି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଗୋଟେ ପଟେ ସେ କହିଛନ୍ତି ଯେ, ଏନସିବି ଖାଲି କାଗଜରେ ଦସ୍ତଖତ ନେଇଥିଲା । ଏହା ସହ ସେ ଦାବି କରିଛନ୍ତି ଯେ, ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ । ଏଭଳି ଅଭିଯୋଗ ପରେ ସମୀର ୱାଙ୍ଖଡ଼େ ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଏନସିବି ନିର୍ଦ୍ଦେଶକ ସ୍ପଷ୍ଟ ଲେଖିଛନ୍ତି ଯେ, କିଛି ଲୋକଙ୍କ ଖରାପ ଉଦ୍ଦେଶ୍ୟ କାରଣରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ନୁହେଁ । ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଜଣ ତାଙ୍କୁ ଗିରଫ କରାଇ ଜେଲ ପଠାଇବାକୁ ଚାହୁଁଛନ୍ତି ।

ସେ ଲେଖିଛନ୍ତି ଯେ, ‘ମୁଁ ସମୀର ୱାଙ୍ଖଡେ, ବର୍ତମାନ ଏନସିବି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛି । ଭୁଲ ତଥ୍ୟ ଜରିଆରେ ମୋତେ ଫସାଇବାକୁ ଉଦ୍ୟମ କରାଯାଉଛି। କିଛି ଅଜଣା ଲୋକଙ୍କ ଦ୍ୱାରା ଚେଷ୍ଟା କରାଯାଉଛି ଯେ, ମୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ସହ ନାଁ ନନେଇ ସମୀର ୱାଙ୍ଖଡେ ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଚିଠିରେ ଏହା ବି ଲେଖାଅଛି ଯେ, ମିଡିଆରେ କିଛି ଲୋକଙ୍କ ଦ୍ୱାରା ମୋତେ ଜେଲ ପଠାଇବାକୁ ଚିନ୍ତା କରାଯାଉଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଭୁଲ ତଥ୍ୟ ଓ ଖରାପ ଉଦ୍ଦେଶ୍ୟ ଜରିଆରେ ଲଗାଯାଇଥିବା ଅଭିଯୋଗ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବାକୁ ।

ପ୍ରଭାକର ସେଲ କରିଥିବା ଅଭିଯୋଗ ଉପରେ ଏନସିବି ସ୍ପଷ୍ଟିକରଣ ମଧ୍ୟ ରଖିଛି ।ସେମାନଙ୍କ ତରଫରୁ କୁହାଯାଇଛି ଯେ, ଯିଏ ଏହି ଅଭିଯୋଗ କରିଛନ୍ତି ସେ ନିଜେ ଘଟଣାର ସାକ୍ଷୀ ଅଟନ୍ତି । ଆଉ ମାମଲା ଯେତେବେଳେ କୋର୍ଟରେ ଚାଲିଥାଏ, ଏପରି ସ୍ଥିତିରେ କୋର୍ଟକୁ ଯାଇ କୌଣସି ବିବୃତ୍ତି ଦେବା ଉଚିତ୍ ନୁହେଁ ।କୌଣସି ସୋସିଆଲ ମିଡିଆ ଫ୍ଲାଟଫର୍ମକୁ ବ୍ୟବହାର କରିବା ଭୁଲ ଅଟେ ।

Leave A Reply

Your email address will not be published.