ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୦ ଗ୍ରାମକୁ ୮୦ ହଜାର ଟପିପାରେ ସୁନା!

0

ଯଦି ଆପଣ ଧନତରାସ ଅବସରରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି,ତେବେ ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବଡ଼ କ୍ରୟ ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କ ପାଖେ ସୁନା ଅଛି ତେବେ ଖୁସି ହୋଇଯାଆନ୍ତୁ,କାରଣ ସୁନା ମୂଲ୍ୟରେ ବଡ଼ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଉଛି । ଅଶୋଧିତ ତୈଳ,କୋଇଲା,ତମ୍ବା,ଆଲୁମୁନିୟମ ସହିତ ଅନେକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଆଗକୁ ସୁନାର ଦର ବଢିବ ବୋଲି ଆଶା କରାଯାଉଛି ।

ଆଗାମୀ ଦିନରେ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୦ ହଜାର ଅତିକ୍ରମ କରିପାରେ। ଅର୍ଥାତ ବର୍ତମାନ ସ୍ତରରୁ ୪୦ ପ୍ରତିଶତରୁ ଅଧିକ ସୁନା ମହଙ୍ଗା ହୋଇପାରେ। ସୁନା ମୂଲ୍ୟରେ ଏକ ବଡ଼ ପରିବ ର୍ନ ନେଇ ଅନ୍ତର୍ଜାତୀୟ ବିଶେଷଜ୍ଞ ମାନେ ପୂର୍ବାନୁମାନ କରୁଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ସୁନାର ମୂଲ୍ୟ ଆଉନ୍ସ ପ୍ରତି ୧୮୦୦ ଡଲାରରୁ ୩ ହଜାର ଡଲାରକୁ ବୃଦ୍ଧି ହୋଇପାରେ । ଯେଉଁପ୍ରକାର ବିଶ୍ୱରେ ମୂଦ୍ରାସ୍ପୀତି ଦେଖାଦେଉଛି , ଏଭଳି ପରିସ୍ଥିତିରେ ସୁନାର ଚାହିଦା ନିହାତି ବଢିବ,ଯେଉଁଥିପାଇଁ ମୂଲ୍ୟରେ ଏକ ବଡ଼ ପରିବ ର୍ନ ଆସିପାରେ ।

ବିଶେଷଜ୍ଞ ମାନଙ୍କ ଅନୁସାରେ, ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ରିଲିଫ ପ୍ୟାକେଜ ଓ ସ୍ୱଳ୍ପ ସୁଧ ନୀତି ଯୋଗୁଁ ବଜାରରେ ଟଙ୍କା ବୃଦ୍ଧି ପାଇଛି । ଯେଉଁ କାରଣରୁ ମୂଦ୍ରାସ୍ପୀତି ହାର ବଢୁଛି । ଦୀର୍ଘ ସମୟ ଧରି ସୁନାର ମୂଲ୍ୟକୁ ତ୍ୱରାନିତ କରିବା ପାଇଁ ଏହା କାର୍ଯ୍ୟ କରିବ । ନିବେଶକ ମାନେ ମୂଲ୍ୟ ହ୍ରାସର ଲାଭ ଉଠାଇବା ସହିତ ସେମାନଙ୍କ ପୋର୍ଟଫୋଲିଓରେ ସୁନାରେ ବିନିଯୋଗ ବୃଦ୍ଧି କରିବେ । ଯେତେବେଳେ ବି ମୂଦ୍ରାସ୍ପୀତି ବୃଦ୍ଧି ହୁଏ, ସୁନାର ଚାହିଦା ମଧ୍ୟ ବୃଦ୍ଧି ହୋଇଥାଏ । ଲୋକମାନେ ସେମାନଙ୍କ ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ସୁନାରେ ଅଧିକ ବିନିଯୋଗ କରନ୍ତି ।

ଯଦି ଏହାକୁ ଟଙ୍କାରେ କନର୍ଭଟ କରାଯାଏ ତ, ଭାରତରେ ସୁନା ଏବେ ୧୦ ଗ୍ରାମକୁ ୪୯ ହଜାର ୬୦୦ ଟଙ୍କା ଥିବା ବେଳେ ଏହା ୧୦ ଗ୍ରାମକୁ ୮୦ ହଜାର ଅତିକ୍ରମ କରିପାରେ । ଗୋଟିଏ ଆଉନ୍ସ ୨୮.୩୪୯୫ ଗ୍ରାମ ସହିତ ସମାନ । ସୋମବାର ସରାଫା ବଜାରରେ ୨୪ କ୍ୟାରେଟ ସୁନା ୪୯,୬୧୦ ଟଙ୍କାରେ କାରବାର କରିଛି । ଅର୍ଥାତ ଭାରତରେ ଏବେ ଏକ ଆଉନ୍ସ ସୁନା ମୂଲ୍ୟ ୧.୪୦,୬୧୩ ଟଙ୍କା । ଆନ୍ତର୍ଜାତୀୟ ବିଶେଷଜ୍ଞ କରୁଥିବା ପୂର୍ବାନୁମାନ ଅନୁଯାୟୀ, ଯଦି ସୁନାର ମୂଲ୍ୟରେ ଲମ୍ପ ଆସେ ତେବେ ଭାରତରେ ଗୋଟିଏ ଆଉନ୍ସ ସୁନା ମୂଲ୍ୟ ୨ ଲକ୍ଷ ଟପିପାରେ । ଏବଂ ଏହାକୁ ଗ୍ରାମରେ ପରିଣତ କଲେ , ୧୦ ଗ୍ରାମ ସୁନା ମୂଲ୍ୟ ୮୦ ହଜାର ଟଙ୍କା ଟପିପାରେ ।

ଏବେ ପାର୍ବଣର ଋତୁ ଚାଲୁଥିବା ବେଳେ ଆଗକୁ ବାହାଘର ଋତୁ ମଧ୍ୟ ଆସୁଛି। ଏପରି ପରିସ୍ଥିତିରେ ସୁନାର ଚାହିଦା ଅଧିକ ରହିଛି । ଗତ ବର୍ଷ ଏପ୍ରିଲସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ଏପ୍ରିଲ ସେପ୍ଟେମ୍ବରରେ ସୁନାର ଆମଦାନୀରେ ୨୫୨ ପ୍ରତିଶତ ବୃଦ୍ଧି ଘଟିଛି । ଗତ ବର୍ଷ ଏହି ଅବଧିରେ ଯେଉଁଠାରେ ୬.୮ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଥିଲା, ଚଳିତ ବର୍ଷ ଏହା ୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । କେବେଳ ସେପ୍ଟେମ୍ବରରେ ୫.୧୧ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଛି ।

Leave A Reply

Your email address will not be published.