ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

୨୪ ବର୍ଷରେ ୨୧ ପିଲାର ମାଆ..

0

ବୟସ ମାତ୍ର ୨୪ । ହେଲେ ୨୪ ବର୍ଷରେ ହୋଇପାରିଛନ୍ତି ୨୧ ପିଲାର ମାଆ । ଆପଣଙ୍କୁ କଥାଟା ଣୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଏଭଳି ଘଟଣା ଆସିଛି ଋଷ ଜର୍ଜିଆରୁ । ଜର୍ଜିଆରେ ୨୪ ବର୍ଷର ଜଣେ ଯୁବତୀ ୨୧ଟି ପିଲାର ମାଆ । ଆଉ ୨୧ ପିଲାର ଯତ୍ନ ନେବାକୁ ସେ ୧୬ ଜଣ ମହିଳାଙ୍କୁ ଘରେ ରଖିଛନ୍ତି ।

ଜର୍ଜିଆ ଜଣେ କୋଟିପତି ବ୍ୟକ୍ତି ଗୋଲିଫଙ୍କ ପତ୍ନୀଙ୍କ ବୟସ ୨୪ ବର୍ଷ । ସେ ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ସରୋଗେସି ମାଧ୍ୟମରେ ବାପା ମାଆ ହେବା ପାଇଁ ୧,୪୬ ୭୮,୧୫୬ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ୨୧ଟି ପିଲାର ବାପା, ମାଆ ହୋଇପାରିଛନ୍ତି । ଗୋଲିଫର ପୂର୍ବତନ ପତ୍ନୀଙ୍କର ମଧ୍ୟ ଦୁଇଟି ପିଲା ଅଛି ।

ତେବେ ପୂର୍ବ ପିଲାଙ୍କୁ ମିଶାଇ ଗୋଲିଫ ଓ କ୍ରୀଷ୍ଟିନାଙ୍କର ୨୩ଟି ସନ୍ତାନ ରହିଛି । ଗୋଲିଫ ଜଣେ କୋଟିପତି ବ୍ୟବସାୟୀ ହୋଇଥିବା ବେଳେ ପ୍ରତିଦିନ ଘରକୁ ବିଳମ୍ବରେ ଫେରିଥାନ୍ତି ।ତେଣୁ ଏକା କ୍ରୀଷ୍ଟିନା ଏତେ ପିଲାଙ୍କ ଯତ୍ନ ନେବା ସମ୍ଭବ ନୁହେଁ । ସେଥିପାଇଁ ପିଲାଙ୍କ ଲାଳନପାଳନ ପାଇଁ ସେ ୧୬ ଜଣ ମହିଳାଙ୍କୁ ରଖିଛନ୍ତି। ଏମାନେ ପିଲାଙ୍କର ଖାଇବା,ପିଇବା,ଶୋଇବା ସହ ସବୁ ପ୍ରକାର ଯତ୍ନ ନେଉଛନ୍ତି ।

କ୍ରୀଷ୍ଟିନା କହିଛନ୍ତି, ସେ ପିଲାଙ୍କର ଯତ୍ନ ନେବାକୁ ଭଲ ପାଆନ୍ତି । ସେ ସବୁବେଳେ ପିଲାଙ୍କ ସହ ରହିଥାନ୍ତି । ସେ ସବୁ କାମ କରିଥାନ୍ତି ଯାହା ସବୁ ମାଆ ତାଙ୍କ ପିଲାଙ୍କ ପାଇଁ କରନ୍ତି । ସକାଳୁ ଉଠିବା ପରେ ସେ ଘରେ କାମ କରୁଥିବା ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେଇଥାନ୍ତି । କ୍ରୀଷ୍ଟିନା କହିଛନ୍ତି ସେ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି ।କେବେ ବି ବିରକ୍ତ ଭାବ ପ୍ରକାଶ କରନ୍ତି ନାହିଁ । କ୍ରୀଷ୍ଟିନା ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ ଥାନ୍ତି । ଏବଂ ଦୈନଦିନ ଜୀବନ ବିଷୟରେ ସେୟାର କରିଥାନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ଲକ୍ଷେ ୬୦ ହଜାର ଫଲୋ କରୁଛନ୍ତି । ସୋସିଆଲ ମିଡିଆରେ ସେୟାର କରିଥିବା ଅନେକ ଭିଡିଓଙ୍କ ସେ ଛୁଆଙ୍କ ସହ ଖେଳୁଥିବାର ନଜର ଆସିଥାନ୍ତି

Leave A Reply

Your email address will not be published.