ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ରିୟଲିଟି ସୋରେ ‘ରସଗୋଲା କାହାର’?

0

ରସଗୋଲ କାହାର ? ଓଡିଶା ନା ବଙ୍ଗଳାର ଏହାକୁ ନେଇ ବିବାଦ ଲାଗି ରହିଛି । ତେବେ ରିୟଲିଟି ସୋରେ ରସଗୋଲ କାହାର ନେଇ ବି ପ୍ରଶ୍ନ ପଚରାଯାଇଛି ? ଯାହାର ଜବାବ ରଖି ଏବେ ଚର୍ଚ୍ଚାରେ କଟକ ଝିଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସାରେଗାମାପା ଅଡିସନ କାର୍ଯ୍ୟକ୍ରମରେ ବଲିଉଡ ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିଆଁ ସମସ୍ତ ପ୍ରତିଯୋଗୀଙ୍କୁ ମଜାଳିଆ ଅନ୍ଦାଜରେ ଗୋଟିଏ ପ୍ରଶ୍ନ କରିଥିଲେ ଯେ ‘ରସଗୋଲା କାହାର’? ଏହି ପ୍ରଶ୍ନକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ବିଭିନ୍ନ ପ୍ରତିଯୋଗୀ ଏନେଇ ଭିନ୍ନ ଭିନ୍ନ ଉ ର ରଖିଥିଲେ । ବେଙ୍ଗଲରୁ ଆସିଥିବା ପ୍ରତିଯୋଗୀ ରସଗୋଲା ତାଙ୍କର ବୋଲି କହିଥିଲେ ।

ଏହାରି ଭିତରେ ଅଡିସନରେ ଭାଗନେଇଥିବା ଓଡିଆ ଝିଅ ସ୍ମିତପଦ୍ମା ଦାଶଙ୍କ ଜବାବ ଜଜ୍‌ଙ୍କ ପାଟିକୁ ଚୁପ କରିଦେଇଛି । ହିମେଶ ରେଶମିଆଁ ଯେତେବେଳେ ଜାଣିଥିଲେ ସ୍ମିତପଦ୍ମା ଓଡିଶାରେ ସେତେବେଳେ ସେ କହିଥିଲେ ଯେ, ମୁଁ ଯାଏଁ ଓଡିଶାରୁ ଆସିଥିବା କେଉଁ ପ୍ରତିଯୋଗୀଙ୍କୁ ହିଁ ଖୋଜୁଥିଲେ । ସ୍ଥିତିପଦ୍ମାଙ୍କୁ ମଧ୍ୟ ହିମେଶ ରେଶମିଆଁ ସାଙ୍ଗେସାଙ୍ଗେ ସମାନ ପ୍ରଶ୍ନ ପଚାରିଥିଲେ । ଆଉ କଟକୀ ଅନ୍ଦାଜରେ ଉତ୍ତରରେ ସ୍ଥିତିପଦ୍ମା କହିଥିଲେ, ଜୟ ଜଗନ୍ନାଥ ..ରସଗୋଲା ଆମର ।

ଯିଏ ଯାହା କହୁ ରସଗୋଲା କିନ୍ତୁ ଓଡିଶାର । ନିଆର ଅନ୍ଦାଜରେ ଦୁଇ ଲାଇନରେ କଟକୀ ଝିଅ ଏହି କଥା ସମସ୍ତଙ୍କ ମନକୁ ଛୁଇଁଯାଇଥିଲା । ସ୍ଥିତିପଦ୍ମା କହିଛନ୍ତି ଯେ, ସେଠାରେ ଏତେ ବଡ଼ ଷ୍ଟେଜରେ ଜଗନ୍ନାଥଙ୍କ ନାଁ ନେଇ ଓଡିଆରେ କଥା ହେବାକୁ ଚିନ୍ତା କରିଥିଲେ । ତେଣୁ ଜୟ ଜଗନ୍ନାଥ ରସଗୋଲ ଆମର କହି ସେହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ସ୍ମିତିପଦ୍ମା କହିଥିଲେ, ଏତେ ବିତର୍କ ନକରି ରସୋଗୋଲା ତାଙ୍କର ହୋଇପାରେ କିନ୍ତୁ
ରସଗୋଲା ହେଉଛି ଆମର ।

ସୋସିଆଲ ମିଡିଆରେ ସ୍ମିତିପଦ୍ମାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ କହିଛନ୍ତି ସେ ଯାହା କହିଛନ୍ତି, ତାହା ଆମ ଓଡିଶାବାସୀଙ୍କ ହୃଦୟରେ ଅଛି । ତେବେ ଏକ ଜାତୀୟ ସ୍ତରର ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କୁ କହିବାର ସୁଯୋଗ ମିଳିଥିବାରୁ ସେ ଖୁସି ଥିବା କହିଛନ୍ତି । ତେବେ ଗୀତ ଗାଇବାକୁ ଯାଇଥିବା ସ୍ଥିତିପଦ୍ମା ରସଗୋଲା କାହାର ନେଇ ଜାତୀୟ ଟେଲିଭିଜନର ଏକ କାର୍ଯ୍ୟକ୍ରମରେ ଏଭଳି ଉତ୍ତର ରଖି ଓଡିଶାରେ ଟେକ ରଖିଛନ୍ତି । ତେବେ ଜୀ ଟିଭର ରିୟଲିଟି ସୋ ସାରେଗାମାପା ପାଇଁ ଚଳିତ ସିଜିନର ଅଡିସନ ମୁମ୍ବାଇରେ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ କଟକର ଝିଅ ସ୍ଥିତିପଦ୍ମା ଦାସ ।

Leave A Reply

Your email address will not be published.