ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ରିୟଲିଟି ସୋରେ ‘ରସଗୋଲା କାହାର’?

0

ରସଗୋଲ କାହାର ? ଓଡିଶା ନା ବଙ୍ଗଳାର ଏହାକୁ ନେଇ ବିବାଦ ଲାଗି ରହିଛି । ତେବେ ରିୟଲିଟି ସୋରେ ରସଗୋଲ କାହାର ନେଇ ବି ପ୍ରଶ୍ନ ପଚରାଯାଇଛି ? ଯାହାର ଜବାବ ରଖି ଏବେ ଚର୍ଚ୍ଚାରେ କଟକ ଝିଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସାରେଗାମାପା ଅଡିସନ କାର୍ଯ୍ୟକ୍ରମରେ ବଲିଉଡ ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିଆଁ ସମସ୍ତ ପ୍ରତିଯୋଗୀଙ୍କୁ ମଜାଳିଆ ଅନ୍ଦାଜରେ ଗୋଟିଏ ପ୍ରଶ୍ନ କରିଥିଲେ ଯେ ‘ରସଗୋଲା କାହାର’? ଏହି ପ୍ରଶ୍ନକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ବିଭିନ୍ନ ପ୍ରତିଯୋଗୀ ଏନେଇ ଭିନ୍ନ ଭିନ୍ନ ଉ ର ରଖିଥିଲେ । ବେଙ୍ଗଲରୁ ଆସିଥିବା ପ୍ରତିଯୋଗୀ ରସଗୋଲା ତାଙ୍କର ବୋଲି କହିଥିଲେ ।

ଏହାରି ଭିତରେ ଅଡିସନରେ ଭାଗନେଇଥିବା ଓଡିଆ ଝିଅ ସ୍ମିତପଦ୍ମା ଦାଶଙ୍କ ଜବାବ ଜଜ୍‌ଙ୍କ ପାଟିକୁ ଚୁପ କରିଦେଇଛି । ହିମେଶ ରେଶମିଆଁ ଯେତେବେଳେ ଜାଣିଥିଲେ ସ୍ମିତପଦ୍ମା ଓଡିଶାରେ ସେତେବେଳେ ସେ କହିଥିଲେ ଯେ, ମୁଁ ଯାଏଁ ଓଡିଶାରୁ ଆସିଥିବା କେଉଁ ପ୍ରତିଯୋଗୀଙ୍କୁ ହିଁ ଖୋଜୁଥିଲେ । ସ୍ଥିତିପଦ୍ମାଙ୍କୁ ମଧ୍ୟ ହିମେଶ ରେଶମିଆଁ ସାଙ୍ଗେସାଙ୍ଗେ ସମାନ ପ୍ରଶ୍ନ ପଚାରିଥିଲେ । ଆଉ କଟକୀ ଅନ୍ଦାଜରେ ଉତ୍ତରରେ ସ୍ଥିତିପଦ୍ମା କହିଥିଲେ, ଜୟ ଜଗନ୍ନାଥ ..ରସଗୋଲା ଆମର ।

ଯିଏ ଯାହା କହୁ ରସଗୋଲା କିନ୍ତୁ ଓଡିଶାର । ନିଆର ଅନ୍ଦାଜରେ ଦୁଇ ଲାଇନରେ କଟକୀ ଝିଅ ଏହି କଥା ସମସ୍ତଙ୍କ ମନକୁ ଛୁଇଁଯାଇଥିଲା । ସ୍ଥିତିପଦ୍ମା କହିଛନ୍ତି ଯେ, ସେଠାରେ ଏତେ ବଡ଼ ଷ୍ଟେଜରେ ଜଗନ୍ନାଥଙ୍କ ନାଁ ନେଇ ଓଡିଆରେ କଥା ହେବାକୁ ଚିନ୍ତା କରିଥିଲେ । ତେଣୁ ଜୟ ଜଗନ୍ନାଥ ରସଗୋଲ ଆମର କହି ସେହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ସ୍ମିତିପଦ୍ମା କହିଥିଲେ, ଏତେ ବିତର୍କ ନକରି ରସୋଗୋଲା ତାଙ୍କର ହୋଇପାରେ କିନ୍ତୁ
ରସଗୋଲା ହେଉଛି ଆମର ।

ସୋସିଆଲ ମିଡିଆରେ ସ୍ମିତିପଦ୍ମାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ କହିଛନ୍ତି ସେ ଯାହା କହିଛନ୍ତି, ତାହା ଆମ ଓଡିଶାବାସୀଙ୍କ ହୃଦୟରେ ଅଛି । ତେବେ ଏକ ଜାତୀୟ ସ୍ତରର ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କୁ କହିବାର ସୁଯୋଗ ମିଳିଥିବାରୁ ସେ ଖୁସି ଥିବା କହିଛନ୍ତି । ତେବେ ଗୀତ ଗାଇବାକୁ ଯାଇଥିବା ସ୍ଥିତିପଦ୍ମା ରସଗୋଲା କାହାର ନେଇ ଜାତୀୟ ଟେଲିଭିଜନର ଏକ କାର୍ଯ୍ୟକ୍ରମରେ ଏଭଳି ଉତ୍ତର ରଖି ଓଡିଶାରେ ଟେକ ରଖିଛନ୍ତି । ତେବେ ଜୀ ଟିଭର ରିୟଲିଟି ସୋ ସାରେଗାମାପା ପାଇଁ ଚଳିତ ସିଜିନର ଅଡିସନ ମୁମ୍ବାଇରେ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ କଟକର ଝିଅ ସ୍ଥିତିପଦ୍ମା ଦାସ ।

Leave A Reply

Your email address will not be published.