ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ ଶାହା

0

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ପୁଲୱାମା ଲେଥପୁରା ରିଜର୍ଭ ପୁଲିସ କ୍ୟାମ୍ପରେ ସୋମବାର ରାତି ବିତାଇଛନ୍ତି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୧୯ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । କେବେଳ ଏତିକି ନୁହେଁ ଶ୍ରୀନଗର ଏକ ରାଲିରେ ଭାଷଣ ଦେବା ପୂର୍ବରୁ ଶାହା ବୁଲେଟପ୍ରୁଫ୍ କାଚ କାଢିଦେଇଥିଲେ । ଆଉ ବିନା ସୁରକ୍ଷାରେ ଅଭିଭାଷଣ ରଖିଥିଲେ ।

ହୃଦୟରୁ ଭୟ ଦୂର କରିବାକୁ ଶାହା ଲୋକଙ୍କୁ କହିଥିଲେ । ଆତଙ୍କବାଦ ମାନବିକତା ବିରୋଧରେ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ସୋମବାର ସିଆରପିଏଫ ଶିବିରରେ ଥିବା ଯବାନ ମାନଙ୍କୁ ସମ୍ବୋଧିତ କରି ଶାହା କହିଥିଲେ, ଆତଙ୍କବାଦକୁ ନେଇ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି । ଦେଶର ସୁରକ୍ଷା ସହ ଆପୋଷ ବୁଝାମଣା କରାଯିବ ନାହିଁ । ଗୃହମନ୍ତ୍ରୀ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଓ ଯବାନଙ୍କ ମନୋବଳ ବଢାଇବାକୁ ସିଆରପିଏଫ କ୍ୟାମ୍ପରେ ରାତି କାଟିଥିଲେ । ସେହିପରି ବିନା ସୁରକ୍ଷାରେ ଶ୍ରୀନଗରରୁ ପ୍ରାୟ ୨୦ କିଲୋମିଟର ଯାତ୍ରା କରି ପୁଲୱାମା ଲେଥପୁରା ସିଆରପିଏଫ କ୍ୟାମ୍ପକୁ ଯାଇଥିଲେ । ଯାହା ଆତଙ୍କବାଦୀଙ୍କ ପାଇଁ ଏକ କଡ଼ା ସନ୍ଦେଶ ଥିଲା ।

ଅମିତ ଶାହା ଯବାନଙ୍କ ସହ ଆଲୋଚନା କରିବା ସହ ତାଙ୍କ ସହ ଭୋଜନ ମଧ୍ୟ କରିଥିଲେ । ଏହି ସମୟରେ ସେ ଯବାନଙ୍କ ମନୋବଳ ବଢାଇଥିଲେ ଓ ତାଙ୍କ ସାହାସ ପାଇଁ ପ୍ରଶଂସା କରିଥିଲେ ।ଯବାନ ମାନେ ଶାହାଙ୍କ ଗସ୍ତକୁ ଏକ ସ୍ମରଣୀୟ ମୂହୁର୍ତ୍ତ ଭାବରେ ଗ୍ରହଣ କରିଥିଲେ । ଯବାନ ମାନେ କହିଛନ୍ତି, ଶାହା ସିଆରପିଏଫ କ୍ୟାମ୍ପରେ ରହିବା ଓ ତାଙ୍କ ସହ ଏକାଠି ଭୋଜନ କରିବା ତାଙ୍କ ପାଇଁ ଗର୍ବର ବିଷୟ ।

Leave A Reply

Your email address will not be published.