ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଏତେ ସବୁ କଟକଣାରେ ଖୋଲିଲା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ ନାହିଁ ସେଥିପ୍ରତି ଧ୍ୟାନଦିଆଯିବାକୁ କୁହାଯାଇଛି।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ସବୁ ଶ୍ରେଣୀ ନର୍ସରୀଠୁ ଆରମ୍ଭ କରି କଲେଜ ଯାଏଁ ସମସ୍ତ ପିଲା ସ୍କୁଲ ଯିବେ ବୋଲି ନିର୍ଦ୍ଦେଶାବଳୀ ଜାରି କରିଥିଲେ, ଯେଉଁଥିରେ କୁହାଯାଇଛି କରୋନା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବ। ହେଲେ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ। ଅଫଲାଇନ ସହିତ ଅନଲାଇନ କ୍ଲାସ ମଧ୍ୟ ହେବ। ଏହା ସହ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମରଚାରୀ ସମସ୍ତେ ଡବଲ ଡୋଜ ଟିକା ନେଇଥିବା ଜରୁରୀ।

ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ପିଲାମାନେ ସେମାନଙ୍କ ବହି ଓ ଖାଦ୍ୟ ପରସ୍ପର ମଧ୍ୟରେ ବାଣ୍ଟିପାରିବେ ନାହିଁ। ସମସ୍ତ ପିଲା ଓ ଶିକ୍ଷକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଗାଇଡଲାଇନରେ ଡିଡିଏମ କହିଛି ଯେ, ସକାଳ ଓ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠପଢା ହେବ। ଆଉ ଦୁଇଟି ସିଫ୍ଟ ମଧ୍ୟରେ ପାଖାପାଖି ଏକ ଘଣ୍ଟାର ଗ୍ୟାପ ରହିବା ଜରୁରୀ।

କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ଜାନୁଆରୀ ୨୦୨୧ ରେ ନବମରୁ ଯୁକ୍ତ ଦୁଇ ପିଲାଙ୍କ ପାଇଁ କିଛି ସ୍କୁଲ ଖୋଲଯାଇଥିଲା। କିନ୍ତୁ ନର୍ସରୀରୁ ଅଷ୍ଟମ ଯାଏ ସ୍କୁଲ ବନ୍ଦ ରହିଥିବା ବେଳେ ଆଜିଠୁ ସବୁ ସ୍କୁଲ କଲେଜ ଖୋଲିଛି। ଏହା ସହିତ ଆଜିଠୁ ଦିଲ୍ଲୀରେ ପୂର୍ଣ୍ଣ କ୍ଷମତାରେ ସିନେମା ହଲ ଖୋଲିବ। ଶତପ୍ରତିଶତ
ସିଟରେ ସିନେମା ହଲ ଖୋଲାଯିବ। ଏହା ପୂର୍ବରୁ ଥିଏଟର ଗୁଡିକ କେବଳ ୫୦ ପ୍ରତିଶତ ସିଟରେ ଖୋଲିବା ନେଇ ଅନୁମତି ଥିଲା । ସେହିପରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବିବାହ ସମାରୋହ କିମ୍ବା ଅନ୍ୟ କୌଣସି ସମାେବେଶରେ ୨୦୦ ଲୋକଙ୍କୁ ସାମିଲ ନେଇ ଅନୁମତି ଦିଆଯାଇଛି । ଏଯାଏ କେବଳ ୧୦୦ ଲୋକଙ୍କୁ ଅନୁମତି ଥିଲା।

Leave A Reply

Your email address will not be published.