ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର

0

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଅନେକ ରିପୋର୍ଟରେ ପ୍ରକାଶ ପାଇଥିଲା କି ,୨୦୨୦ରେ କରୋନା କାରଣରୁ ଉଭୟ ବିବାହ କରିପାରିନଥିବା ବେଳେ ୨୦୨୧ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଖବର ଅନୁସାରେ ତେବେ ଚଳିତ ବର୍ଷ ଏହି ଯୋଡି ବିବାହ କରିବେ ନାହିଁ। ଏଥିପାଇଁ ୨୦୨୨ ପର୍ଯ୍ୟନ୍ତ ଫ୍ୟାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଇ ଟାଇମ୍ସ ରିପୋର୍ଟ ଅନୁସାରେ, ରଣବୀର କପୁର ଓ ଆଲିଆ ଭଟ୍ଟ ୨୦୨୧ରେ ବିବାହ କରିବେ ନାହିଁ। ମିଳିଥିବା ସୂଚନା ଅନୁସାରେ , ରଣବୀର ଓ ଆଲିଆ ଧୁମଧାମରେ ବିବାହ କରିବାକୁ ପ୍ରସ୍ତୁତି କରୁଛନ୍ତି।ତେଣୁ କେଉଁଥିରେ ବି ସେ କମି କରିବାକୁ ଚାହୁଁନାହାଁନ୍ତି। ସେମାନେ ଏହି ଦିନକୁ ପୁରା ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେମାନେ ସବୁ ପ୍ରସ୍ତୁତ କରିବାକୁ ସମୟ ନେଉଛନ୍ତି। ତେଣୁ ୨୦୨୨ରେ ଉଭୟ ବିବାହ କରିପାରନ୍ତି ବୋଲି ଆଶା କରାଯାଉଛି।

ଏହି ଭାବୀ କପୁଲ ନିଶ୍ଚିତ କରିଛନ୍ତି ଯେ, ବିବାହ କାରଣରୁ ତାଙ୍କର କାମ ଉପରେ କୌଣସି ପ୍ରଭାବ ପଡିବନାହିଁ। ତେଣୁ ସେମାନଙ୍କ ସମସ୍ତ ସୁଟିଂ କାର୍ଯ୍ୟ ଜାନୁଆରି ସୁଦ୍ଧା ଶେଷ କରିବାକୁ ଯୋଜନା କରିଛନ୍ତି। ଗୋଟେ ପଟେ ରଣବୀର ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଆଲିଆଙ୍କ ପାଖରେ ୨ଟି ବଡ଼ ପ୍ରୋଜେକ୍ଟ ଅଛି।

ବଲିଉଡରେ ଏବେ ବିବାହ ଋତୁ ଚାଲିଛି। ବଲିଉଡର ଚର୍ଚ୍ଚିତ ସେଲିବ୍ରିଟି ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ ଚଳିତ ବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି।ଏହା ସହ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଖବର ବି ଏବେ ସାମନାକୁ ଆସିଛି। ୨୦୨୦ରେ ରିଚା ଚଢା ଓ ଅଲି ଫଜଲ ମଧ୍ୟ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା , କିନ୍ତୁ ସେମାନେ କେବେ ବିବାହ କରିବେ ସେ ନେଇ କିଛି ଆଉ ଖବର ମିଳିପାରିନାହିଁ।

Leave A Reply

Your email address will not be published.