ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ତେଲ ଦର କମିଲା; ଏବେ ନୂଆ ଦର କେତେ ଜାଣନ୍ତୁ

0
  • ପେଟ୍ରୋଲରୁ ୫ଟଙ୍କା, ଡିଜେଲ୍‌ରୁ ୧୦ ଟଙ୍କା ଟିକସ କମିଲା
  • ପେଟ୍ରୋଲ୍‌ ଲିଟର ୬ଟଙ୍କା ୬୦, ଡିଜେଲ ୧୨ଟଙ୍କା ୮୦ ପଇସା କମିବ
  • ଭାଟ ହ୍ରାସ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଲା

ନୂଆଦିଲ୍ଲୀ: ଶେଷରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ତୈଳ ଦର ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଯିବା ଓ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବା ଉପଲବ୍ଧି କରି କେନ୍ଦ୍ର ସରକାର ଆଜି ରାତିରେ ପେଟ୍ରୋଲ୍‌େର ଲିଟର ପିଛା ମୂଲ୍ୟରେ ୫ ଟଙ୍କା ଓ ଡିଜେଲ୍‌ରେ ୧୦ ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଫଳରେ ଏବେ ରାଜଧାନୀ ଭୁବନେଶ୍ବରରେ ୬ ଟଙ୍କା ୬୦ ପଇସା ଓ ଡିଜେଲ୍ ଦାମ୍ ୧୨ ଟଙ୍କା ୮୦ ପଇସା ହ୍ରାସ ପାଇବ ବୋଲି ପେଟ୍ରୋଲିୟମ୍ ଡିଲର ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂପ୍ରତି ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୧୧ ଟଙ୍କା ୩ ପଇସା ଥିବା ବେଳେ ଡିଜେଲ ଦର ୧୦୭ ଟଙ୍କା ୩୮ ପଇସା ଛୁଇଁଥିଲା।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଏବେ ଟିକସ ହ୍ରାସ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଛି। ରାଜନୈତିକ ମହଲ ବିଚାର କରୁଛନ୍ତି ଯେ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ଖରାପ ପଛରେ ତୈଳ ଦର ବୃଦ୍ଧି ଗୋଟିଏ କାରଣ ବୋଲି ଅନୁମାନ କରି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି। ଏଣୁ ଏବେ ରାଜ୍ୟ ସରକାର ଯଦି ଟିକସ ନ କମାଇବେ, ତେବେ ଅସନ୍ତୋଷ ବିପରୀତ ମୁହଁା ହୋଇପାରେ। ଉଲ୍ଲେଖଥାଉକି, କେନ୍ଦ୍ର ସରକାର ପେଟ୍ରୋଲରୁ ୩୨ ଟଙ୍କା ୯୦ ପଇସା ଟିକସ ନେଉଥିବା ବେଳେ ଡିଜେଲ କ୍ଷେତ୍ରରେ ଏହାର ପରିମାଣ ଥିଲା ୩୧ ଟଙ୍କା ୮୦ ପଇସା। ଏବେ ଏହି ପରିମାଣରେ ଯଥାକ୍ରମେ ୫ଟଙ୍କା ଓ ୧୦ ଟଙ୍କା କମିବ। ସେହିଭଳି ଓଡ଼ିଶା ସରକାର ପେଟ୍ରୋଲରୁ ଲିଟର ପିଛା ୨୬ଟଙ୍କା ୦୪ ପଇସା ଭାଟ୍ ନେଉଥିବା ବେଳେ ଡିଜେଲ ଲିଟରରୁ ୨୨ ଟଙ୍କା ୯୮ ପଇସା ସଂଗ୍ରହ କରୁଛନ୍ତି।

Leave A Reply

Your email address will not be published.