ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଜି କାଳୀ ପୂଜା; ଓଡ଼ିଶାରେ କେଉଁଠି କେମିତି

0

ଭୁବନେଶ୍ୱର: କେବଳ ଶ୍ରୀମନ୍ଦିରରେ ବିମଳା ନୁହେଁ, କି ହରଚଣ୍ଡୀ, ରାମଚଣ୍ଡୀ; ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି, ଯେଉଁଠାରେ କାଳୀଙ୍କ ଉପାସନା କରାଯାଇଥାଏ। ଯେମିତିକି ପୁରୀରେ ଚର୍ତୁଭୁଜା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି। ଏହା ବହୁ ପୂରାତନ ମନ୍ଦିର ଭାବେ ଜଣାଶୁଣା। ପାଖାପାଖି ୪ଫୁଟ ଉଚ୍ଚତା ବିଶିଷ୍ଟ ଦେବୀଙ୍କ ଉଭୟ ପାର୍ଶ୍ୱରେ ବିମଳା ଓ ସର୍ବମଙ୍ଗଳା ବିରାଜିତା। ଶ୍ୟାମାକାଳୀଙ୍କ ଗଜପତି ମହାରାଜାଙ୍କ ଆରାଧ୍ୟା ଭାବେ ଜଣାଶୁଣା।ଗଜପତିଙ୍କ ଅଭିଷେକ ପରେ ସିଂହାସନ ଆରୋହଣ କରିବା ପୂର୍ବରୁ ମାଆ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି।

ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ-ପୂର୍ବ କୋଣରେ ମାଆ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଦେବୀଙ୍କ ମୁଖ କିନ୍ତୁ ପୂର୍ବ ଦିଗକୁ ରହିଛି।ଦେବୀ ଏଠାରେ ଚର୍ତୁଭୁଜା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଶାଳାର ମୁରବି ଭାବେ ଜଣାଶୁଣା।

ପୁରୀ ଜିଲ୍ଲାର ବୀରଗୋବିନ୍ଦପୁର, ସମଯାଜପୁର ଓ ବୀର ପ୍ରତାପପୁରରେ ମଧ୍ୟ କାଳୀ ପୂଜା ପାଆନ୍ତି। ବିଶ୍ୱାସ ରହିଛି, ବୀରଗୋବିନ୍ଦପୁରରେ ମାଆ ଦକ୍ଷିଣକାଳୀ ବହୁତ ଉଗ୍ର ଓ ପ୍ରତ୍ୟକ୍ଷ। ଏକଦା ଜଣେ ବଙ୍ଗାଳୀ ବ୍ରାହ୍ମଣ କୋଲକାତାରୁ ଆସି ଏଠାରେ ଦେବୀଙ୍କୁ ସ୍ଥାପନ କରିଥିଲେ। ଅନୁରୂପ ଭାବେ ଅନ୍ୟ ଦୁଇ ଶାସନରେ ମଧ୍ୟ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି।

ଭଦ୍ରକ ସହର ଠାରୁ ଆଠ କିଲୋମିଟର ଦୂର ଅଗରପଡାରେ ମାଆ ଭଦ୍ରକାଳୀ ପୂଜା ପାଆନ୍ତି। ଭଦ୍ରକାଳୀଙ୍କ ନାମାନୁସାରେ ଭଦ୍ରକ ସହର ନାମିତ ହୋଇଥିବା କୁହାଯାଏ। କିମ୍ୱଦନ୍ତୀ ଅନୁସାରେ, ଦେବୀ ମୟୂରଭଞ୍ଜ ଜିଲ୍ଲା ମେଘାସନ ପାହାଡ ଗୁମ୍ଫାରେ ପୂଜା ପାଉଥିଲେ। ସେଠାରେ ଜଣେ ଋଷି ତାପସ ତାଙ୍କର ପୂଜାର୍ଚ୍ଚନା କରୁଥିଲେ। ପରେ ତାଙ୍କର ଜଣେ ଶିଷ୍ୟ ଭଦ୍ରନାଥ ଦେବୀଙ୍କୁ ଭଦ୍ରକ ପର୍ଯ୍ୟନ୍ତ ଆଣିଛନ୍ତି।

ଭଦ୍ରକ ଭଳି ନୟାଗଡ ଜିଲ୍ଲାରେ ମାଆ ଦକ୍ଷିଣକାଳୀ ହେଉଛନ୍ତି, ଆରାଧ୍ୟ ଦେବୀ ଭାବେ ପୂଜିତା।କୁହାଯାଏ, ଦେବୀଙ୍କୁ ରାଜା ପରିବାର ସହ ଜଡିତ ଜଣେ ତାନ୍ତ୍ରିକ ଏଠାରେ ପ୍ରତିଷ୍ଠା କରାଇଛନ୍ତି।ସଂପୃକ୍ତ ବ୍ୟକ୍ତି ଥରେ ଖଣ୍ଡପଡାରୁ ଗୋଟିଏ ଆମ୍ୱ ବଗିଚା ଦେଇ ଆସୁ ଆସୁ ଦେବୀଙ୍କ ବାଟ ଓଗାଳିଥିଲେ। ତାନ୍ତ୍ରିକ ତାଙ୍କୁ ବନ୍ଦୀ କରି ନୟାଗଡ ଯାଏ ଆଣିଥିଲେ।

ଚିଲିକା ମଧ୍ୟରେ ଥିବା ଦେବୀ କାଳିଯାଇଙ୍କୁ ନେଇ ଅନେକ ଲୋକକଥା ରହିଛି। ହେଲେ ଗୋଟିଏ ମତ ରହିଛି ଯେ କାଳିଯାଇ ମଧ୍ୟ ମାଆ କାଳୀ। ଡ. ରାଧାଚରଣ ପଣ୍ଡାଙ୍କ ପାରିକୁଦ ଇତିହାସ ପୁସ୍ତକରେ ଦର୍ଶାଯାଇଛି ଯେ ମାଆ କାଳିଯାଇଙ୍କ ମନ୍ଦିର ୧୭୧୭ ମସିହାରେ ନିର୍ମିତ।ବଙ୍କଡ (ବର୍ତମାନ ବାଣପୁର) ରାଜା ଶ୍ରୀ ଜଗନ୍ନାଥ ମାନସିଂହ ଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ। ପଣ୍ଡିତ ଗୋଦାବରିଶ ମିଶ୍ର ତାଙ୍କ କବିତାରେ ଉଲ୍ଲେଖ କରିଛନ୍ତି, ଯାଇ ନାମକ ଏକ ଝିଅ, ପାରିକୁଦ ଦ୍ୱୀପରେ ବିବାହ କରିବାକୁ ଯାଉଥିଲେ। ଅକସ୍ମାତ ଝଡରେ ଡଙ୍ଗା ବୁଡିଯାଇଥିଲା। ଯାଇ ପ୍ରାଣ ହରାଇଥିଲେ ଓ ସେ କାଳିଯାଇ ନାମରେ ପୂଜିତା। ଏହା କବିଙ୍କ କଳ୍ପନା ହୋଇପାରେ, ମାତ୍ର ଅନେକଙ୍କ ମତରେ କାଳି ସେଠାର ଆରାଧ୍ୟ ଦେବତା। ଏସବୁ ବ୍ୟତୀତ ମାହାଙ୍ଗା ସିପୁରାରେ ମାଆ କାଳୀଙ୍କ ମନ୍ଦିର ରହିଛି। ରାଜଧାନୀ ଭୁବନେଶ୍ୱର ସତ୍ୟନଗର, ବରମୁଣ୍ଡାରେ ବି। କେନ୍ଦ୍ରାପଡାରେ ମଧ୍ୟ ମାଆ କାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେବୀ ସେଠାରେ ଏବେ ବି ପୂଜା ପାଉଛନ୍ତି ।

Leave A Reply

Your email address will not be published.