ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମୋଦୀଙ୍କୁ ମହାଦେବ ପୂଜାରୀଙ୍କ ବିରୋଧ!

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ କେଦାରନାଥ ଗସ୍ତ କରିବେ । କିନ୍ତୁ ମୋଦୀଙ୍କ ଏହି ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ବିରୋଧ । ମୋଦୀଙ୍କ ଏହି ଗସ୍ତକୁ ସେଠାକାର ପୂଜାରୀ ବିରୋଧ କରୁଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସେବାୟତଙ୍କୁ ବୁଝାଇବାକୁ କେଦାରନାଥରେ ପହଞ୍ଚିଛନ୍ତି । କୁହାଯାଉଛି ଯେ, ଦୀର୍ଘ ସମୟ ଧରି ଏକ ବନ୍ଦ ଘରେ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି ଧାମୀ ।

ଦୁଇ ଦିନ ପୂର୍ବରୁ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାୱତ ଓ ବିଜେପି ରାଜ୍ୟ ସଭାପତିଙ୍କୁ କେଦାରନାଥରେ ଜୋରଦାର ବିରୋଧ କରାଯାଇଥିଲା । ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସେବାୟତ ମାନେ ଭଗବାନଙ୍କ ଦର୍ଶନ ମଧ୍ୟ କରିବାକୁ ଦେଇନଥିଲେ । ଏହା ପରେ ପୁରୋହିତ ମାନେ ମୋଦୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପୁରୋହିତ ଓ ପଣ୍ଡା ସମାଜର ବିରୋଧକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କେଦାରନାଥ ଯାଇ ପୁରୋହିତ ସମାଜ ସହ ଆଲୋଚନା କରିଛନ୍ତି ।ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ । ଜାନୁଆରୀ ୨୦୨୦ରେ ତ୍ରିବେନ୍ଦ୍ର ସିଂ ରାୱତ ସରକାର ଚାରି ଧାମ ଦେବସ୍ତାନମ ବୋର୍ଡ଼ ଗଠନ କରିଥିଲେ । ଫଳରେ ଚାରି ଧାମ ସହିତ ଅନ୍ୟ ୫୧ ମନ୍ଦିରର ନିୟନ୍ତ୍ରଣ ବି ରାଜ୍ୟ ସରକାରଙ୍କ ଅଧିନକୁ ଚାଲିଆସିଥିଲା ।

ଉତ୍ତରାଖଣ୍ଡରେ କେଦାରନାଥ, ଗଙ୍ଗୋତ୍ରୀ,ୟମୁନାତ୍ରୀ ଓ ବଦ୍ରିନାଥ ଚାରି ଧାମ ଅଛି । ସେବେଠୁ ହିଁ ପୁରୋହିତ ଓ ପଣ୍ଡା ସମାଜ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଜିଦ ଧରିଛନ୍ତି । ତେବେ ଧାମୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି କମିଟି ଗଠନ କରିଥିଲେ । ଏବଂ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ନିଷ୍ପତି ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିବା ବେଳେ କୌଣସି ନିଷ୍ପତ୍ତି ନିଆଯାଇନଥିଲା । ଫଳରେ ଗତ ୩୦ ତାରିଖ ପରେ ପୁଣି ଦେବସ୍ଥାନମ ବୋର୍ଡ଼ର ପ୍ରସଙ୍ଗ ଗରମ ହୋଇଥିଲା ।ଏବଂ ପୁରୋହିତ ମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ।

Leave A Reply

Your email address will not be published.