ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ

0

ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ ହୋଇଯାଇଛି ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ମାନେ ଅଧିକ ଭିଡ଼ ଜମୁଥିବା ବଜାରକୁ ଟାର୍ଗେଟ କରିପାରନ୍ତି।

ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଆତଙ୍କୀ ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିବା ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ପାର୍ବଣ ସମୟରେ ଦିଲ୍ଲୀରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିଲେ । ଏବେ ପୁଲିସ ହେପାଜତରେ ଏହି ଆତଙ୍କୀ ଅଛନ୍ତି। ଭାରତୀୟ ଗୁପ୍ତଚର ଏଜେନ୍ସି ପୂର୍ବରୁ ଏନେଇ ସୂଚନା ପାଇଥିଲେ ଯେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପର୍ବପର୍ବାଣୀ ସମୟରେ ଆକ୍ରମଣ କରିପାରନ୍ତି । ଏନେଇ ରାଜଧାନୀରେ ଦିଲ୍ଲୀରେ ସୁରକ୍ଷା ବଢାଯାଇଥିଲା । ଏବେ ହୋଟେଲ ଓ ଗେଷ୍ଟ ହାଉସ ଉପରେ ପୁଲିସ ନଜର ରଖିଛି। ରାଜଧାନୀ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ପୁଲିସ ତୀକ୍ଷ୍ମ ନଜର ରଖିବା ସହ ଯାଂଚ କରୁଛି।

ଗତ ମାସରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଲକ୍ଷ୍ମୀନଗରର ରମେଶ ପାର୍କରୁ ଜଣେ ପାକିସ୍ତାନୀ ଆତଙ୍କୀକୁ ଗିରଫ କରିଥିଲା । ଏହ ଆତଙ୍କବାଦୀ ଜଣେ ଭାରତୀୟ ନାଗରିକଙ୍କର ନକିଲି ପରିଚୟ ପତ୍ର ନେଇ ରହୁଥିଲା । ଆତଙ୍କବାଦୀ ନିକଟରୁ ଏକେ ୪୭ ରାଇଫଲ,୨ଟି ଅତ୍ୟାଧୁନିକ ପିସ୍ତଲ, ୬୦ ରାଉଣ୍ଡ ଗୁଳି, ହ୍ୟାଣ୍ଡ ଗ୍ରେନେଡ଼ ପୁଲିସ ଜବତ କରିଥିଲା।

Leave A Reply

Your email address will not be published.