ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ

0

ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ ହୋଇଯାଇଛି ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ମାନେ ଅଧିକ ଭିଡ଼ ଜମୁଥିବା ବଜାରକୁ ଟାର୍ଗେଟ କରିପାରନ୍ତି।

ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଆତଙ୍କୀ ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିବା ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ପାର୍ବଣ ସମୟରେ ଦିଲ୍ଲୀରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିଲେ । ଏବେ ପୁଲିସ ହେପାଜତରେ ଏହି ଆତଙ୍କୀ ଅଛନ୍ତି। ଭାରତୀୟ ଗୁପ୍ତଚର ଏଜେନ୍ସି ପୂର୍ବରୁ ଏନେଇ ସୂଚନା ପାଇଥିଲେ ଯେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପର୍ବପର୍ବାଣୀ ସମୟରେ ଆକ୍ରମଣ କରିପାରନ୍ତି । ଏନେଇ ରାଜଧାନୀରେ ଦିଲ୍ଲୀରେ ସୁରକ୍ଷା ବଢାଯାଇଥିଲା । ଏବେ ହୋଟେଲ ଓ ଗେଷ୍ଟ ହାଉସ ଉପରେ ପୁଲିସ ନଜର ରଖିଛି। ରାଜଧାନୀ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ପୁଲିସ ତୀକ୍ଷ୍ମ ନଜର ରଖିବା ସହ ଯାଂଚ କରୁଛି।

ଗତ ମାସରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଲକ୍ଷ୍ମୀନଗରର ରମେଶ ପାର୍କରୁ ଜଣେ ପାକିସ୍ତାନୀ ଆତଙ୍କୀକୁ ଗିରଫ କରିଥିଲା । ଏହ ଆତଙ୍କବାଦୀ ଜଣେ ଭାରତୀୟ ନାଗରିକଙ୍କର ନକିଲି ପରିଚୟ ପତ୍ର ନେଇ ରହୁଥିଲା । ଆତଙ୍କବାଦୀ ନିକଟରୁ ଏକେ ୪୭ ରାଇଫଲ,୨ଟି ଅତ୍ୟାଧୁନିକ ପିସ୍ତଲ, ୬୦ ରାଉଣ୍ଡ ଗୁଳି, ହ୍ୟାଣ୍ଡ ଗ୍ରେନେଡ଼ ପୁଲିସ ଜବତ କରିଥିଲା।

Leave A Reply

Your email address will not be published.