ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ମହାଦେବଙ୍କ ଧାମରେ ମୋଦୀ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି । କେଦାରନାଥ ଧାମରେ ପହଞ୍ଚିବା ପରେ ମୋଦୀ ପ୍ରଥମେ ପୂଜା କରିଛନ୍ତି । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଓଁକାରେଶ୍ୱର ଶୁକ୍ଲା ମୋଦୀଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମୋଦୀ ପାଖାପାଖି ଅଧାଘଣ୍ଟା ଧରି ପୂଜାପାଠ କରିବା ପରେ ସଂକଳ୍ପ କରିବେ । ସଂକଳ୍ପ ସମୟରେ ଭଗବାନ କେଦାରନାଥଙ୍କୁ ବାଗମ୍ବର ବସ୍ତ୍ର ଚଢାଯିବ ।

ମୋଦୀ କେଦାରନାଥରେ ଷୋଡ଼ଶ ପୂଜା କରିବେ । କ୍ଷୀର,ଦହି,ମହୁରେ ପୂଜାରୀ ମହାଦେବଙ୍କ ପୂଜା କରିବେ । ଏହା ପରେ ମୋଦୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଉନ୍ମୋଚନ କରିବେ । ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଦେଶସାରା ୮୭ଟି ସ୍ଥାନରେ ସିଧା ପ୍ରସାରଣ ହେବ । ୧୨ ଫୁଟ ଲମ୍ବା ଓ ୩୫ ଟନ ଓଜନର ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ତିଆରି କରାଯାଇଛି । ମୂର୍ତ୍ତି ଉନ୍ମୋଚନ ସହିତ ମୋଦୀ କେଦାରନାଥରେ ୪୦୦ କୋଟିରୁ ଅଧିକ ଟଙ୍କାର କାମର ଶିଳାନ୍ୟାସ ଓ
ଲୋକାର୍ପଣ କରିବେ । ସରସ୍ୱତୀ ଘାଟ,ପୂଜାରୀଙ୍କ ପାଇଁ ତିଆରି ହୋଇଥିବା ଘରର ମଧ୍ୟ ଲୋକାର୍ପଣ ମୋଦୀ ଏହି ଅବସରରେ କରିବେ ।

ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଉଦଘାଟନ ପରେ ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମକୁ ଦେଶର ସବୁ ସାଧୁସନ୍ଥଙ୍କୁ ଆମନ୍ତ୍ରଣ କରାଯାଇଛି । ପରମାର୍ଥ ନିକେତନର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ନିରଞ୍ଜନୀ ଅଖାଡ଼େର ସ୍ୱାମୀ କୈଳାଶନନ୍ଦ ସରସ୍ୱତୀ ଏବଂ ଚାରିଧାମ ବୋର୍ଡର ସଦସ୍ୟ ପଣ୍ଡିତ ଶ୍ରୀନିବାସ ପୋସ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥରେ ନିର୍ମାଣ କାମର ମଧ୍ୟ ତଦାରଖ କରିବେ ।

ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ବୁଧବାର ଉ ରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧୋନୀ କେଦାରନାଥ ଯାଇଥିଲେ । ଦେବସ୍ତାନମ ବୋର୍ଡ ଗଠନକୁ ନେଇ ମୋଦୀଙ୍କ ଗସ୍ତକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇଥିବା ସେବାୟତଙ୍କୁ ବୁଝାସୁଝା କରିଥିଲେ । ଗୋଟିଏ ବନ୍ଦ କୋଠରୀରେ ପାଖାପାଖି ଘଂଟାଏ ଧରି ପୂଜାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.