ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହାଦେବଙ୍କ ଧାମରେ ମୋଦୀ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି । କେଦାରନାଥ ଧାମରେ ପହଞ୍ଚିବା ପରେ ମୋଦୀ ପ୍ରଥମେ ପୂଜା କରିଛନ୍ତି । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଓଁକାରେଶ୍ୱର ଶୁକ୍ଲା ମୋଦୀଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମୋଦୀ ପାଖାପାଖି ଅଧାଘଣ୍ଟା ଧରି ପୂଜାପାଠ କରିବା ପରେ ସଂକଳ୍ପ କରିବେ । ସଂକଳ୍ପ ସମୟରେ ଭଗବାନ କେଦାରନାଥଙ୍କୁ ବାଗମ୍ବର ବସ୍ତ୍ର ଚଢାଯିବ ।

ମୋଦୀ କେଦାରନାଥରେ ଷୋଡ଼ଶ ପୂଜା କରିବେ । କ୍ଷୀର,ଦହି,ମହୁରେ ପୂଜାରୀ ମହାଦେବଙ୍କ ପୂଜା କରିବେ । ଏହା ପରେ ମୋଦୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଉନ୍ମୋଚନ କରିବେ । ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଦେଶସାରା ୮୭ଟି ସ୍ଥାନରେ ସିଧା ପ୍ରସାରଣ ହେବ । ୧୨ ଫୁଟ ଲମ୍ବା ଓ ୩୫ ଟନ ଓଜନର ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ତିଆରି କରାଯାଇଛି । ମୂର୍ତ୍ତି ଉନ୍ମୋଚନ ସହିତ ମୋଦୀ କେଦାରନାଥରେ ୪୦୦ କୋଟିରୁ ଅଧିକ ଟଙ୍କାର କାମର ଶିଳାନ୍ୟାସ ଓ
ଲୋକାର୍ପଣ କରିବେ । ସରସ୍ୱତୀ ଘାଟ,ପୂଜାରୀଙ୍କ ପାଇଁ ତିଆରି ହୋଇଥିବା ଘରର ମଧ୍ୟ ଲୋକାର୍ପଣ ମୋଦୀ ଏହି ଅବସରରେ କରିବେ ।

ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଉଦଘାଟନ ପରେ ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମକୁ ଦେଶର ସବୁ ସାଧୁସନ୍ଥଙ୍କୁ ଆମନ୍ତ୍ରଣ କରାଯାଇଛି । ପରମାର୍ଥ ନିକେତନର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ନିରଞ୍ଜନୀ ଅଖାଡ଼େର ସ୍ୱାମୀ କୈଳାଶନନ୍ଦ ସରସ୍ୱତୀ ଏବଂ ଚାରିଧାମ ବୋର୍ଡର ସଦସ୍ୟ ପଣ୍ଡିତ ଶ୍ରୀନିବାସ ପୋସ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥରେ ନିର୍ମାଣ କାମର ମଧ୍ୟ ତଦାରଖ କରିବେ ।

ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ବୁଧବାର ଉ ରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧୋନୀ କେଦାରନାଥ ଯାଇଥିଲେ । ଦେବସ୍ତାନମ ବୋର୍ଡ ଗଠନକୁ ନେଇ ମୋଦୀଙ୍କ ଗସ୍ତକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇଥିବା ସେବାୟତଙ୍କୁ ବୁଝାସୁଝା କରିଥିଲେ । ଗୋଟିଏ ବନ୍ଦ କୋଠରୀରେ ପାଖାପାଖି ଘଂଟାଏ ଧରି ପୂଜାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.