ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଷାକ୍ତ ହେଲା ଦିଲ୍ଲୀର ବାୟୁ

0

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀକୁ ଚାଲିଯାଇଛି। ଲୋକଙ୍କୁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି। ଏହି ସମୟରେ ବଲିଉଡ଼ ଅଭିନେତା ସହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ନିଜର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଦୂଷଣରେ ପରିପୂର୍ଣ୍ଣ ଦିଲ୍ଲୀର ବାୟୁ ଦେଖି ମୀରା ରାଜପୁତ ସୋସିଆଲ ମିଡିଆରେ ନିଜ ଘରର ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ମୀରା ଲେଖିଛନ୍ତି, ‘ଏହା ମୋ ଘର ହୋଇପାରିବ ନାହିଁ’।

ମୀରା ରାଜପୁତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଏବଂ ଫ୍ୟାନ୍ସଙ୍କ ସହ ନିଜ ଫଟୋ ସେୟାର କରିଥାନ୍ତି। ମୀରା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀରେ ବଡ଼ ହୋଇ ସେଠାରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି । କିନ୍ତୁ ଗତ କିଛି ବର୍ଷ ଧରି ଦିଲ୍ଲୀରେ ବାୟୁର ପ୍ରଦୂଷଣ ସ୍ତର ଯେପରି ଭାବେ ବୃଦ୍ଧି ପାଇଛି, ଏହା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ପାଲଟିଛି। ଦୀପାବଳିରେ ଲୋକମାନେ କଟକଣା ନମାନି ବାଣ ଫୁଟାଇଥିବା ବେଳେ ପ୍ରଦୂଷଣ ଆହୁରି ବଢିଯାଇଛି।

ମୀରା ରାଜପୁତି ଇନଷ୍ଟା ଷ୍ଟୋରିରେ ଧୂଆଁରେ ଆଚ୍ଛାଦିତ ଦିଲ୍ଲୀର ଏକ ଫଟୋ ସେୟାର କରି ଏହା ତାଙ୍କ ଘର ହୋଇପାରିବ ନାହିଁ ବୋଲି ଲେଖିବା ସହ ଲୋକମାନଙ୍କୁ ଏପରି ନକରିବାକୁ ନିବେଦନ କରିଛନ୍ତି। ବାଣ ନଫୁଟାଇବା, ବର୍ଜ୍ୟବସ୍ତୁକୁ ନଜଳାଇ ଅଲଗା କରି ରଖିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।
ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ହଠାତ ବୃଦ୍ଧି ଘଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଏଥର ଦିଲ୍ଲୀର ପ୍ରଦୂଷଣ ରେକର୍ଡ ଭାଙ୍ଗିଛି। ଦୀପାବଳିରେ ଦିଲ୍ଲୀରେ ଗତ ୫ବର୍ଷ ହେବ ସର୍ବାଧିକ ପ୍ରଦୂଷଣ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ଅର୍ଥାତ ବାୟୁ ଗୁଣବତ୍ତା ପ୍ରାୟ ୪୬୨ ରହିଛି। ଯାହାର ମୁଖ୍ୟକାରଣ ହେଉଛି ଦୀପାବଳିରେ ପ୍ରବଳ ବାଣ ଫୁଟାଇବା ବୋଲି କୁହାଯାଉଛି।

Leave A Reply

Your email address will not be published.