ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

‘ସୂର୍ଯ୍ୟବଂଶୀ’ର ପୋଷ୍ଟର ଚିରିଲେ ଚାଷୀ

0

ଅକ୍ଷୟ କୁମାରଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ । ପଞ୍ଜାବର ବରନାଲ ସହରରେ କୃଷକମାନେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବିରୋଧ କରିଛନ୍ତି । କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଅକ୍ଷୟଙ୍କୁ ଫିଲ୍କକୁ ବଏକଟ କରିଛନ୍ତି ଚାଷୀ । ବରନାଲରେ ଶନିବାର ଦିନ କୃଷକ ମାନେ ସବୁ ସିନେମା ହଲ ଆଗରେ ଏକାଠି ହୋଇ ଫିଲ୍ମର ପୋଷ୍ଟର ଚିରି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଶନିବାର ଦିନ ସିନେମା ହଲ ଆଗରେ ଅନେକ କୃଷକ ମାନେ ଏକାଠି ହୋଇ ପ୍ରତିବାଦ କରିଥିଲେ । କହିଥିଲେ, କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକ ଲଢେଇ କରୁଥିବା ବେଳେ ଅକ୍ଷୟ କୁମାର କୃଷି ଆଇନକୁ ସମର୍ଥନ କରିଥିଲେ । ଯେଉଁଥିପାଇଁ ସେ ଖିଲାଡୀ କୁମାରଙ୍କ ଫିଲ୍ମକୁ ବିରୋଧ କରୁଛନ୍ତି । ସେମାନେ କହିଥିଲେ , ଅକ୍ଷୟ କୁମାର ପଞ୍ଜାବୀ ଓ ଶିଖ ଭୂମିକାରେ ଅଭିନୟ କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । କିନ୍ତୁ ଯେତେବେଳେ ସେ କୃଷକଙ୍କ ସହ ଛିଡା ହେବା କଥା ସେତେବେଳେ ସେ କେନ୍ଦ୍ର ସରକାରଙ୍କ ସମର୍ଥନ କରୁଛନ୍ତି ।

ତେବେ ଯତେଦିନ ଯାଏଁ କୃଷି ଆଇନ ରଦ୍ଦ କରାଯାଇନାହିଁ ସେତେଦିନ ଯାଏଁ ଏହି ବିରୋଧ ଚାଲୁରହିବ ବୋଲି ସେମାନେ କହିଛନ୍ତି । ତେବେ ଓସେନ ମଲ ମ୍ୟାନେଜର କହିଛନ୍ତି ଯେ, କୃଷକ ମାନେ ଅକ୍ଷୟଙ୍କ ଫିଲ୍ମକୁ ବିରୋଧ କରିବା ମାତ୍ରେ ସେ ତୁରନ୍ତ ଫିଲ୍ମକୁ ହଟାଇ ଦେଇଛନ୍ତି । ଶୁକ୍ରବାର ସୁର୍ଯ୍ୟବଂଶୀ ପରଦାକୁ ଆସିଥିବା ବେଳେ ଦର୍ଶକ ଫିଲ୍କୁ ଖୁବ ପସନ୍ଦ କରିଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବଡ଼ ପରଦାରେ ଧମାଲ କରୁଛି । ସୁର୍ଯ୍ୟବଂଶୀରେ ଆକ୍ସନ,ରୋମାନ୍ସ,କମେଡି,ଡ୍ରାମା ପରିପୂର୍ଣ୍ଣ ରହିଛି । କ୍ୟାଟ୍ରିନା ଓ ଅକ୍ଷୟଙ୍କ ବ୍ୟତୀତ ଅଜୟ ଦେବଗନ ଓ ରଣବୀର ସିଂ ଫିଲ୍ମରେ ନଜର ଆସୁଛନ୍ତି । ଭାରତର ୪ ହଜାର ପରଦାରେ ସୂର୍ଯବଂଶୀ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୨୫ କୋଟିରୁ ଅଧିକ ବ୍ୟବସାୟ କରିଛି ।

Leave A Reply

Your email address will not be published.