ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଏଥର ବି ବାଲିଯାତ୍ରା ବନ୍ଦ

0

ଚଳିତ ବର୍ଷ ବି ହେବନି କଟକର ଏ୍ୟୖତିହାସିକ ବାଲିଯାତ୍ରା । କୋଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ଅଧିକ ଜନସମାଗମ ଦୃଷ୍ଟିରୁ ଯାତ୍ରା କରିବା ସମ୍ଭବ ନୁହେଁ । କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ଏନେଇ ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂକ୍ରମଣ କମିଛି । ହେଲେ ଏଯାଏ ବି ବିପଦ ଟଳିନି । ବାଲିଯାତ୍ରାରେ ଲକ୍ଷାଧିକ ଲୋକ ଏକାଠି ହୋଇଥାନ୍ତି । ରାଜ୍ୟ ବାହାରୁ ମଧ୍ୟ ବ୍ୟବସାୟୀ ମାନେ ଆସି ବାଲିଯାତ୍ରାରେ ଭଲ ବ୍ୟବସାୟ କରିବାକୁ ମାସେ ଆଗରୁ ପଡିରହିଥାନ୍ତି । ସବୁକୁ ଦୃଷ୍ଟିକୁ ନଜରରେ ରଖି ଏଥର ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ଅଧିକ ଭିଡ ହେଲେ ପୁଣି ସଂକ୍ରମଣ ବଢିବାର ଭୟ ରହିଛି ।

ଗତବର୍ଷ ମଧ୍ୟ ବାଲିଯାତ୍ରା ବନ୍ଦ ରହିଥିଲା । ଖାଲି ଖାଲି ରହିଥିଲା ବାଲିଯାତ୍ରା ପଡିଆ । ପ୍ରତିବର୍ଷ କାତ୍ତିର୍କ ମାସ ଶେଷକୁ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ବହୁ ଲୋକ ଓ ବ୍ୟବସାୟୀଙ୍କ ବାଲିଯାତ୍ରା ତଳ ଓ ଉପର ପଡିଆରେ ସମାଗମ ହୋଇଥାଏ । ମେଳାରେ ହଜାର ହଜାର ସଂଖ୍ୟାର ଷ୍ଟଲ ପଡିଥାଏ ।

ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ବିଦେଶରେ କିନ୍ତୁ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଲାଣି । ସେହିପରି ଶୀତଦିନ ମଧ୍ୟରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ମହମାରୀ କରୋନାକୁ ଦୃଷ୍ଟିରେ ରଖି ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.