ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବାବୁ ଫିଙ୍ଗିଦେଲେ ବିଡ଼ାବିଡ଼ା ଟଙ୍କା!

0

ମଙ୍ଗଳବାର ଜଣେ ସରକାରୀ ବାବୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଯାହାଙ୍କର ସମ୍ପତ୍ତି ଦେଖିଲେ ଆପଣଙ୍କ ହୋସ ଉଡିଯିବ । କୁବେର ସରକାରୀ ବାବୁଙ୍କର ରହିଛି କୋଟି କୋଟି ସମ୍ପତ୍ତି । ଏପରିକି ଭିଜିଲାନ୍ସ ଭୟରେ ଚଢାଉ ବେଳେ ବାବୁ ଜଣକ ଛାତ ଉପରକୁ ଯାଇ ବିଡା ବିଡା ଟଙ୍କା ଫୋପାଡିଦେଇଥିଲେ । ଯାହା ଭିଜିଲାନ୍ସ ହାତରେ ଲାଗିଛି ।

ଭିଜିଲାନ୍ସ ଜାଲରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ଯାଗାରେ ରେଡ କରିଛି । ତେବେ ଚଢାଉ ବେଳେ ଏତେ ପରିମାଣର ସମ୍ପତ୍ତି ଓ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଭିଜିଲାନ୍ସ ପ୍ରତାପଙ୍କ ଘରୁ ନଗଦ ୩୮ଲକ୍ଷ ଟଙ୍କା ଜବତ କରିଛି । ତେବେ ଭିଜିଲାନ୍ସ ରେଡ୍ କରିବା ଖବର ଶୁଣି ଭୟରେ ବାବୁ ଜଣକ ଏକ ପେଟିରେ ଟଙ୍କା ଭତ୍ତିର୍ କରି ଘରର ଛାତ ଉପରକୁ ଯାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଫୋପାଡିଦେଇଥିଲେ ।

ପ୍ରତାପଙ୍କ କେବେଳ ଗୋଟିଏ ଘର ନାହିଁ, ତାଙ୍କର ସମ୍ପତ୍ତି ତାଲିକା ଦେଖିଲେ ଯାହାର ବି ହେଲେ ଆଖି ଲାଖି ଯିବ । ପ୍ରତାପଙ୍କ ରହିଛି ୨୫ଟି ସ୍ଥାବର ସମ୍ପତ୍ତି । ନିଜ ନାଁରେ ଓ ସ୍ତ୍ରୀଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ରହିଛି ୨୫ଟି ପ୍ଲଟ । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ କୋଠା,ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ ଟି କୋଠ । ସମସ୍ତ ସ୍ଥାବର ସମ୍ପତ୍ତିର ତାଲିକା ଦେଇଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱରରେ ଆଇଆରସି ଭିଲେଜରେ ରହିଛି ୩ ମହଲା କୋଠା, ଜୟଦେବବିହାରରେ ୬ ମହଲା କୋଠା,ଗୋଠପାଟଣାରେ ଥିବା ପାଞ୍ଚ ମହଲା କୋଠା, ଖଣ୍ଡଗିରିରେ ଥିବା ଏକ ଘରେ ରେଡ୍ କରାଯାଇଛି ।ଗୋଠପାଟଣାରେ ଥିବା ପାଞ୍ଚ ମହଲା କୋଠାଟି ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି , ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ହେବ ।

ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ଏବେ ପ୍ରଶ୍ନ ଉଠୁଛି । ପ୍ରତାପ ସାମଲ ୧୯୮୭ରେ ଡିପ୍ଲୋମା ସର୍ଭିସ ପଢିବା ପରେ ୧୯୮୮ରେ ସିଭିଲ ଜୁନିଅର ଇଂଜିନିୟର ଭାବେ ପୁଲିସ ହାଉସିଂ କର୍ପୋରେସନରେ ଜଏନ କଲେ । ୧୯୯୫ ପର୍ଯ୍ୟନ୍ତ ଇଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କରିଥିଲେ। ପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଥିଲେ । ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗୀର,କେନ୍ଦୁଝର,କଟକରେ କାମ କରିବା ପରେ ୨୦୧୯ରେ ଭୁବନେଶ୍ୱରରେ ଜଏନ କରିଥିଲେ ।

Leave A Reply

Your email address will not be published.