ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଏକାଠି ହେବେ ୭ ଦେଶର ଏନଏସଏ

0

ଆଜି ଦିଲ୍ଲୀରେ ଏକାଠି ହେବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା । ଭାରତର ଆମନ୍ତ୍ରଣ ପରେ ସମସ୍ତେ ଦିଲ୍ଲୀରେ ପହଂଚିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ଆଫଗାନିସ୍ତାନର ସ୍ଥିତି ସହିତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକାକୁ ନେଇ ମଧ୍ୟ ଆଲୋଚନା ହେବ ।

ଋଷ, ଇରାନ, ଉଜବେକିସ୍ତାନ, କାଜାଖସ୍ତାନ, କିର୍ଗିଜିସ୍ତାନ, ତାଜିକିସ୍ତାନ ଓ ତୁର୍କମେନିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହେବ । ଦିଲ୍ଲୀର ଆଞ୍ଚଳିକ ସୁରକ୍ଷା ସଂଳାପର ଏଜେଣ୍ଡାରେ ଆଫଗାନିସ୍ତାନ ଓ ଏହାର ଆଖପାଖରେ ଆତଙ୍କବାଦ ବିପଦକୁ ନେଇ ଆଲୋଚନା କରାଯିବ । ଏହା ସହିତ ବେଆଇନ ଡ୍ରଗ୍ସ କାରବାର, ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ରର ବ୍ୟାପକ ଅନୁପସ୍ଥିତି ସହ ଜଡିତ ସମସ୍ୟାର ମଧ୍ୟ ଆଲୋଚନା କରାଯିବ ।

ସୂଚନା ଅନୁସାରେ ବୈଠକରେ ଆଫଗାନିସ୍ତାନ ଓ ଏହାର ଆଖପାଖରେ ବ୍ୟାପିଥିବା ଆତଙ୍କବାଦୀ ନେଟୱର୍କକୁ ଗଭୀର ଭାବେ ଆଲୋଚନା କରାଯିବ । ଏଭଳି ପରିସ୍ଥିତିରେ ଆଇଏସଆଇ ଓ ଆଇଏସଆଇଏସ କେପି ଦଳ ମଧ୍ୟରେ ଥିବା ସମ୍ପର୍କ ନେଇ ମଧ୍ୟ ଚର୍ଚ୍ଚା ହେବ । କାରଣ ଆଫଗାନିସ୍ତାନରେ ତାଲିବାନ ଏବଂ ଆଇଏସଆଇଏସ କେପି ମଧ୍ୟରେ ଶତ୍ରୁତା ଥିବା ସ୍ପଷ୍ଟ ହୋଇଛି । ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଆଇଏସ ଦାୟୀ ରହିଛି । କିନ୍ତୁ ଉଭୟ ପାକ ଗୁପ୍ତଚର ଏଜେନ୍ସି ସହିତ ସଂଯୁକ୍ତ ।

ଭାରତ ଦ୍ୱାରା ଆୟୋଜିତ ହେଉଥିବା ଏହି ବୈଠକ ପାକିସ୍ତାନ ପାଇଁ ଏକ କଡ଼ା ସନ୍ଦେଶ । ଏହି ବୈଠକ ଦର୍ଶାଉଛି ଯେ, ଆଫଗାନିସ୍ତାନର ପଶ୍ଚିମ ସୀମାରେ ଥିବା ସମସ୍ତ ପଡୋଶୀ ଏହି ପ୍ରସଙ୍ଗରେ ଭାରତ ସହ ନିଜର ସମସ୍ୟା ବଂଚିବାକୁ ଚାହୁଁଛନ୍ତିା ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଚୀନକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମର ସମୟ ସହ ଜଡିତ କିଛି ସମସ୍ୟା ହେତୁ ବୈଠକରେ ଯୋଗଦେବାକୁ ଚୀନ ମନା କରିଦେଇଥିଲା । ସେହିପରି ପାକିସ୍ତାନ ମଧ୍ୟ ଏହି ବୈଠକରେ ସାମିଲ ହେବନି ବୋଲି ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି । ତେବେ ଦିଲ୍ଲୀ ଆସିଥିବା ସମସ୍ତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ ।

Leave A Reply

Your email address will not be published.