ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଏକାଠି ହେବେ ୭ ଦେଶର ଏନଏସଏ

0

ଆଜି ଦିଲ୍ଲୀରେ ଏକାଠି ହେବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା । ଭାରତର ଆମନ୍ତ୍ରଣ ପରେ ସମସ୍ତେ ଦିଲ୍ଲୀରେ ପହଂଚିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ଆଫଗାନିସ୍ତାନର ସ୍ଥିତି ସହିତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକାକୁ ନେଇ ମଧ୍ୟ ଆଲୋଚନା ହେବ ।

ଋଷ, ଇରାନ, ଉଜବେକିସ୍ତାନ, କାଜାଖସ୍ତାନ, କିର୍ଗିଜିସ୍ତାନ, ତାଜିକିସ୍ତାନ ଓ ତୁର୍କମେନିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ସାମିଲ ହେବ । ଦିଲ୍ଲୀର ଆଞ୍ଚଳିକ ସୁରକ୍ଷା ସଂଳାପର ଏଜେଣ୍ଡାରେ ଆଫଗାନିସ୍ତାନ ଓ ଏହାର ଆଖପାଖରେ ଆତଙ୍କବାଦ ବିପଦକୁ ନେଇ ଆଲୋଚନା କରାଯିବ । ଏହା ସହିତ ବେଆଇନ ଡ୍ରଗ୍ସ କାରବାର, ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ରର ବ୍ୟାପକ ଅନୁପସ୍ଥିତି ସହ ଜଡିତ ସମସ୍ୟାର ମଧ୍ୟ ଆଲୋଚନା କରାଯିବ ।

ସୂଚନା ଅନୁସାରେ ବୈଠକରେ ଆଫଗାନିସ୍ତାନ ଓ ଏହାର ଆଖପାଖରେ ବ୍ୟାପିଥିବା ଆତଙ୍କବାଦୀ ନେଟୱର୍କକୁ ଗଭୀର ଭାବେ ଆଲୋଚନା କରାଯିବ । ଏଭଳି ପରିସ୍ଥିତିରେ ଆଇଏସଆଇ ଓ ଆଇଏସଆଇଏସ କେପି ଦଳ ମଧ୍ୟରେ ଥିବା ସମ୍ପର୍କ ନେଇ ମଧ୍ୟ ଚର୍ଚ୍ଚା ହେବ । କାରଣ ଆଫଗାନିସ୍ତାନରେ ତାଲିବାନ ଏବଂ ଆଇଏସଆଇଏସ କେପି ମଧ୍ୟରେ ଶତ୍ରୁତା ଥିବା ସ୍ପଷ୍ଟ ହୋଇଛି । ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଆଇଏସ ଦାୟୀ ରହିଛି । କିନ୍ତୁ ଉଭୟ ପାକ ଗୁପ୍ତଚର ଏଜେନ୍ସି ସହିତ ସଂଯୁକ୍ତ ।

ଭାରତ ଦ୍ୱାରା ଆୟୋଜିତ ହେଉଥିବା ଏହି ବୈଠକ ପାକିସ୍ତାନ ପାଇଁ ଏକ କଡ଼ା ସନ୍ଦେଶ । ଏହି ବୈଠକ ଦର୍ଶାଉଛି ଯେ, ଆଫଗାନିସ୍ତାନର ପଶ୍ଚିମ ସୀମାରେ ଥିବା ସମସ୍ତ ପଡୋଶୀ ଏହି ପ୍ରସଙ୍ଗରେ ଭାରତ ସହ ନିଜର ସମସ୍ୟା ବଂଚିବାକୁ ଚାହୁଁଛନ୍ତିା ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଚୀନକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମର ସମୟ ସହ ଜଡିତ କିଛି ସମସ୍ୟା ହେତୁ ବୈଠକରେ ଯୋଗଦେବାକୁ ଚୀନ ମନା କରିଦେଇଥିଲା । ସେହିପରି ପାକିସ୍ତାନ ମଧ୍ୟ ଏହି ବୈଠକରେ ସାମିଲ ହେବନି ବୋଲି ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି । ତେବେ ଦିଲ୍ଲୀ ଆସିଥିବା ସମସ୍ତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ ।

Leave A Reply

Your email address will not be published.