ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭାରତର କରୋନା ଟିକାକୁ ୯୬ଟି ରାଷ୍ଟ୍ରର ମାନ୍ୟତା

0

ନୂଆଦିଲ୍ଲୀ: ଭାରତର କରୋନା ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡକୁ ୯୬ଟି ରାଷ୍ଟ୍ରର ମାନ୍ୟତା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ୯୬ଟି ଦେଶ ଭାରତ ସହିତ କୋଭିଡ ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ୮ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି, ସେଥିରୁ ଭାରତର ପ୍ରସ୍ତୁତ କୋଭାକ୍ସିନ ଓ କୋଭିସିଲ୍ଡ ରହିଛି।

ଯେଉଁ ୯୬ଟି ଦେଶ ଭାରତର ଦୁଇ ସ୍ୱଦେଶୀ ଟିକାକୁ ସ୍ୱୀକୃତି ଦେଇଛନ୍ତି ସେହି ଦେଶଗୁଡିକ ମଧ୍ୟରେ କାନାଡ଼ା,ଆମେରିକା, ବ୍ରିଟେନ,ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ, ସ୍ପେନ, ବାଲାଂଦେଶ, ଫିନଲ୍ୟାଣ୍ଡ,ମାଲି,ଘାନା, ନାଇଜେରିଆ, ସର୍ବିଆ, ପୋଲାଣ୍ଡ, ବୁଲଗେରିଆ, ସୁଇଜରଲ୍ୟାଣ୍ଡ, ସ୍ୱିଡେନ,ଅଷ୍ଟ୍ରିଆ,ଋଷିଆ, କୁଏତ ,କତାର ରହିଛନ୍ତି।

ଆସନ୍ତା ୨୨ ତାରିଖରୁ ବ୍ରିଟେନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହାର ସ୍ୱୀକୃତିପ୍ରାପ୍ତ କୋଭିଡ ଟିକା ତାଲିକାରେ କୋଭାକ୍ସିନ ସାମିଲ ହେବ । ବିଶ୍ୱର ଅନ୍ୟ ଦେଶରେ ଦୁଇ ସ୍ୱଦେଶୀ ଭ୍ୟାକସିନକୁ ସ୍ୱୀକୃତି ଦେବାକୁ ସ୍ୱାସ୍ଥ୍ୟ ଓ ବିଦେଶମନ୍ତ୍ରାଳୟ ମିଶିକି କାମ କରୁଛନ୍ତି । ସମଗ୍ର ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ଏବେ ସରକାର ଘରକୁ ଘର ଯାଇ ଟିକା ଦେବ ଆରମ୍ଭ କରିଛନ୍ତି। ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତଙ୍କ ଘରକୁ ଯାଇ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କୁ ଟିକା ଦେଉଛନ୍ତି।

ଏବେ ଦେଶରେ ୧୯୦ କୋଟିରୁ ଅଧିକ ଟିକାକରଣ ସରିଲାଣି । ୭୪ କୋଟି ୨୧ ଲକ୍ଷ ୬୨ ହଜାର ୯୪୦ ଜଣ ପ୍ରଥମ ଡୋଜ, ୩୪ କୋଟି ୮୬ ଲକ୍ଷ ୫୩ ହଜାର ୪୧୬ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ଦେଶରେ ଟିକାକରଣ ସଫଳତାର ସହ ଆଗକୁ ବଢୁଛି ଏବଂ ଆଗକୁ ମଧ୍ୟ ଆହୁରି ଜୋରାଦାର କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

Leave A Reply

Your email address will not be published.