ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା

0

କୁବେର ସରକାରୀ ବାବୁ ଚାକିରି କରି କୋଟି କୋଟି ଟଙ୍କା ରଖିବା ସହ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ । କୋଟିପତି ପ୍ରତାପ ସାମଲଙ୍କର ଏବେ ସାମନାକୁ ଆସିଛି ଓଲିଉଡ ଲିଙ୍କ । ଅସତ ଉପାୟରେ ଟଙ୍କା ଅର୍ଜନ କରିବା ସହ ଫିଲ୍ମରେ ଟଙ୍କା ଲଗାଉଥିଲେ ପତାପ ।

ଭିଜିଲାନ୍ସ ପକ୍ଷରୁ ଆଜି ଏନେଇ ସୂଚନା ମିଳିଛି । କୋଟିପତି ସରକାରୀ ବାବୁଙ୍କର ଟଙ୍କା ଦୁଇଟି ଓଲିଉଡ ଫିଲ୍ମରେ ଲାଗିଥିବା ଅଭିଯୋଗ ହୋଇଛି । ଫିଲ୍ମ ‘ବାଜି’ ଓ ‘ନାରୀ ଆଖିରେ ନିଆଁ’ରେ ପ୍ରତାପଙ୍କ ଟଙ୍କା ଲାଗିଥିବା ଜଣାପଡିଛି । ଏହି ଦୁଇଟି ଫିଲ୍ମରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ସହ ପ୍ରଯୋଜିକା ଅଛନ୍ତି । ଏପରିକି ଆଗକୁ ଆହୁରି ସିନେମା ନିର୍ମାଣ କରିବା ନେଇ ମଧ୍ୟ ସେ ଯୋଜନା କରୁଥିଲେ । ଫିଲ୍ମ ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ହୋଇଥିଲା । ହେଲେ ତା ପୂର୍ବରୁ ଭିଜିଲାନ୍ସ ଆଗରେ ଖୋଲିଯାଇଥିଲା ସମ୍ପତ୍ତି ର ଗୁମର।

ଓଡିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଏବେ ଜେଲରେ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି ସେ ବି ଜେଲରେ ଅଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଏଯାଏ ଭିଜିଲାନ୍ସ ଜବତ କରିଥିବା ପ୍ରତାପଙ୍କ ସମ୍ପତ୍ତି ମୂଲ୍ୟ ୧୪ କୋଟି ୮୭ ଲକ୍ଷ । ଯାହା ପ୍ରତାପଙ୍କ ଆୟର ଦଶ ଗୁଣା ଅଧିକ । ସେଥିରେ ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ରହିଛି ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ପ୍ରାୟ ସାଢେ ୩ କୋଟି ଟଙ୍କାର ୨୫ଟି ପ୍ଲଟ,ଭୁବନେଶ୍ୱର,ଭଦ୍ରକରେ ଏକାଧିକ ଆଲିଶାନ କୋଠା ।

ପ୍ରତାପଙ୍କ ଘରେ ଚଢାଉ ପରେ ଘର ମଧ୍ୟ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ । ସେ କେଉଁ ଉପାୟରେ ଏତେ ଟଙ୍କା ଅର୍ଜନ କଲେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ । ତେବେ ଓଡିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ବଡ଼ ଆୟ ବର୍ହିଭୂତ ସମ୍ପତ୍ତି ଧରପଗଡ ବୋଲି କୁହାଯାଉଛି ।

Leave A Reply

Your email address will not be published.