ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଫ୍ରାନ୍ସରେ କରୋନାର ପଞ୍ଚମ ଲହର

0

ମହାମାରୀ କରୋନାର ଭୟ ଏଯାଏଁ ଯାଇନି । ଅନେକ ଦେଶରେ ସଂକ୍ରମଣ ପୁଣି ଥରେ ଫେରିଛି । ଫ୍ରାନ୍ସରେ କରୋନାର ପଞ୍ଚମ ଲହର ଆରମ୍ଭ ହୋଇସାରିଥିବା ସୂଚନା ରହିଛି । ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଛି । ପୂର୍ବରୁ ପଡୋଶୀ ଦେଶରେ ମଧ୍ୟ ପଞ୍ଚମ ଲହର ଆସିସାରିଛି ।

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିବିୟର ବ୍ରେନ କହିଛନ୍ତି, ପଡୋଶୀ ଦେଶରେ ପଞ୍ଚମ ଲହର ଆସିସାରିଥିବା ବେଳେ ତଥ୍ୟରୁ ଜଣାପଡୁଛି ଏହା ପୂର୍ବ ଲହରଠୁ ଅଧିକ ସାଂଘାତିକ । ଲୋକମାନେ କୋଭିଡ଼ ଗାଇଡ଼ଲାଇନ କଡାକଡି ପାଳନ କରିବାକୁ ସେ ଅପିଲ କରିଛନ୍ତି । ଓଲିବିୟର କହିଛନ୍ତି ,ଅଧିକରୁ ଅଧିକ ଟିକାକରଣ ଓ କୋଭିଡ ନିୟମ ପାଳନ କଲେ ଆମେ ପଞ୍ଚମ ଲହରକୁ ହରାଇପାରିବା ।

ଫ୍ରାନ୍ସରେ ଏବେ ଯାଏଁ କରୋନା ସଂକ୍ରମଣ କାରଣରୁ ୭୩ ଲକ୍ଷରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ସେହିପରି କରୋନାରେ ଫ୍ରାନ୍ସରେ ୧.୧୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତ ପରି ଅନେକ ଦେଶରେ କରୋନାର ଦ୍ୱିତୀୟ ଲହର ବହୁତ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଏହା ପୂର୍ବରୁ ମଧ୍ୟ ୧୯୧୮ରୁ ୧୯୨୦ ମଧ୍ୟରେ ସ୍ପେନିଶ ଫ୍ଲୁରେ ବିଶ୍ୱରେ ୫୦ କୋଟି ଲୋକ ସଂକ୍ରମିତ ହୋଇଥିଲେ । ୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହି ମହାମାରୀ ମଧ୍ୟ ଦ୍ୱିତୀୟ ଲହରରେ ଅଧିକ କ୍ଷତି ଘଟାଇଥିଲା ।

ଏହି ବର୍ଷ ଆରମ୍ଭରୁ କରୋନାର ଦ୍ୱିତୀୟ ଲହରରେ ଅଧିକ ୟୁରୋପୀୟ ଦେଶ ପ୍ରଭାବିତ ହୋଇଥିଲା ।ବ୍ରିଟେନ,ଫ୍ରାନ୍ସ, ବେଲଜିୟମ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱେନ ଓ ସ୍ୱିଡେନରେ କରୋନାର ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । କେବେଳ ଏତିକି ନୁହେଁ ଆମେରିକାରେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିଥିବା କରୋନାର ଦ୍ୱିତୀୟ ଲହରରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଛି ।

Leave A Reply

Your email address will not be published.