ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପଦାରେ ପଡିଲା ପାକିସ୍ତାନର ଚାଲ୍‌

0

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଭାରତରେ ଏନଏସଏ ସ୍ତରର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଆଫଗାନିସ୍ତାନର ବ ର୍ମାନର ସ୍ଥିତି ନେଇ ଆଲୋଚନା କରିଥିଲେ। କିନ୍ତୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ବୈଠକରେ ଯୋଗ ଦେଇନଥିଲା। ଏବେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନର ଅନୁପସ୍ଥିତିକୁ ନେଇ ପ୍ରତିକ୍ରିୟା ଆସିଛି।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବଗାଚୀ ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନ ସାମିଲ ନହେବା ସେମାନଙ୍କ ଅବହେଳାକୁ ଦର୍ଶାଉଛି। ସେ କହିଛନ୍ତି ଯେ, ପାକିସ୍ତାନକୁ ଭାରତ ତରଫରୁ ଆମନ୍ତ୍ରଣ କରାଯାଇଥିଲା। ବୈଠକରେ ଯୋଗଦେବାକୁ କୁହାଯାଇଥିଲା। କିନ୍ତୁ ଭାରତର ନିମନ୍ତ୍ରଣକୁ ପାକ୍ ପ୍ରତ୍ୟାଖାନ କରିଥିଲା। ଏବଂ ଏଭଳି ବୈଠକରେ ଯୋଗନଦେବା ନିଷ୍ପତ୍ତି ପାକିସ୍ତାନର ମନୋଭାବ ବୋଲି ଅରିନ୍ଦମ କହିଛନ୍ତି।

ତେବେ ପାକିସ୍ତାନ ଭାରତର ବୈଠକରେ ତ ଯୋଗଦେଲାନି କିନ୍ତୁ ଆଫଗାନିସ୍ତାନ ଉପରେ ଚର୍ଚ୍ଚା ନେଇ ଅନ୍ୟ ଏକ ବୈଠକ ଡାକିଛି। ପାକ୍ ପକ୍ଷରୁ ଟ୍ରାଇକା ପ୍ଲସ ବୈଠକ ଡକାଯାଇଛି। ଏହି ବୈଠକରେ ଆମେରିକା, ଚୀନ,ଋଷ ଓ ଆଫଗାନିସ୍ତାନକୁ ସାମିଲ କରାଯାଇଛି। ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଏହା ଆୟୋଜନ କରିବାକୁ ଯାଉଛନ୍ତି। ତେବେ ବଡ଼ କଥା ହେଉଛି , ଏବେ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଆମିର ଖାନ୍ ମୁତାକି ପାକିସ୍ତାନରେ ପହଞ୍ଚିଛନ୍ତି।

ତେବେ ଭାରତରେ ଏହି ବୈଠକରେ ଦୁଇଟି ଦେଶ ଯୋଗ ଦେବାକୁ ମନା କରିଦେଇଥିଲେ। ଜଣେ ପାକିସ୍ତାନ ଓ ଆଉ ଜଣେ ଚୀନ। ଚୀନ କିନ୍ତୁ ପାକିସ୍ତାନ ଡାକିଥିବା ବୈଠକରେ ଯିବାକୁ ଇଛୁକ ଥିବା ବେଳେ ଭାରତର ଆମନ୍ତ୍ରଣକୁ ଅଣଦେଖା କରିଥିଲା। ତେବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଦେଇ ଦିଲ୍ଲୀରେ ବସିଥିବା ବୈଠକରେ ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ନେଇ ଚର୍ଚ୍ଚା ହୋଇଛି। ଆତଙ୍କବାଦ,ଆଫଗାନିସ୍ତାନକୁ ସହାୟତା ନେଇ ଆଲୋଚନା ହୋଇଥିଲା। ତେବେ ସମସ୍ତ ଦେଶ ପ୍ରତିକ୍ରିୟା ରଖିଥିଲେ ଯେ, ଆଫଗାନିସ୍ତାନ ମାଟିକୁ ଯେପରି ଆତଙ୍କବାଦୀମାନେ ବ୍ୟବହାର କରିପାରିବେ ନାହିଁ ଏବଂ ସେଠାରେ ଏମିତି ଏକ ସରକାରକୁ ମାନ୍ୟତା ଦିଆଯିବ ଯିଏ ଲୋକଙ୍କୁ ଅଧିକାରକୁ ସମ୍ମାନ କରିବ।

Leave A Reply

Your email address will not be published.