ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଏନକାଉଣ୍ଟରରେ ଟଳିଲା ଆତଙ୍କୀ

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଏନକାଉଣ୍ଟର। ଶ୍ରୀନଗର ଓ କୁଲଗାମରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ବେମିନା ଅଞ୍ଚଳର ହାମଦାନିଆ କଲୋନୀ ଅ ଳରେ ସନ୍ଧ୍ୟାରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।

କାଶ୍ମୀର ଡିଭିଜନାଲ ପୁଲିସ ଅଫିସିଆଲ ଟୁଇଟର ମାଧ୍ୟମରେ କହିଛନ୍ତି ଯେ, ଏନକାଉଂଟରରେ ଜଣେ ଅଜ୍ଞାତ ଆତଙ୍କବାଦୀର ମୃତ୍ୟୁ ହୋଇଛି। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ କିଛି ଗୁଳିଗୋଳା ସହିତ ଏକେ ରାଇଫଲ ମଧ୍ୟ ଜବତ କରାଯାଇଛି। ଏହାରି ମଧ୍ୟରେ ମୁଜାହିଦ୍ଦିନ ଗଜବାତୁଲ ହିନ୍ଦ ଏକ ଆକ୍ରମଣ ପାଇଁ ଦାୟୀ କରି କହିଛି ଯେ, ତାହାର ୩ କ୍ୟାଡର ସିଆରପିଏଫ ଶିବିର ଉପରେ ଆକ୍ରମଣ କରିଛନ୍ତି।

ତେବେ ଚୂଡାନ୍ତ ରିପୋର୍ଟ ମିଳିବା ଯାଏଁ ଏନକାଉଣ୍ଟର ଜାରି ରହିଥିବା ଅଧିକାରୀମାନେ କହିଛନ୍ତି। ସିଆରପିଏଫ କ୍ୟାମ୍ପ ଓ ସବଡିଭିଜନାଲ ପୁଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟରେ ଏହି ଅପରେସନ ଚାଲିଛି। ଏଥିସହ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ମଧ୍ୟ ଏନକାଉଣ୍ଟର ଚାଲିଛି। ଦକ୍ଷିଣ କାଶ୍ମୀରର କୁଲଗାମର ଚାଲଗାମ ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚିରହିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀ ମାନେ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଅଧିକାରୀ କହିଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ ଯାଂଚ କରୁଥିଲେ ସେତେବେଳେ ଆତଙ୍କବାଦୀ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷାକର୍ମୀ ମାନେ ପାଲଟା ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଗଳିମାଡ଼ରେ ନିହତ ହୋଇଥିବା ଆତଙ୍କବାଦୀଙ୍କ
ପରିଚୟ ଏଯାଏ ଜଣାପଡିନାହିଁ ଏବଂ ସେ କେଉଁ ଗୋଷ୍ଠୀ ସହିତ ଜଡ଼ିତ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.