ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ

0

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ଏହା ସହିତ ପ୍ରଦୂଷଣର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେଇ ଦିଲ୍ଲୀ ଏନସିଆରରେ ଦୁଇ ଦିନ ଲକଡାଉନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଏନ.ଭି ରମଣା କହିଛନ୍ତି, ମୁଁ କହିବାକୁ ଚାହୁଁନି ଯେ, ଚାଷର ବଳକା ଅଂଶ(ନଡ଼ା) ଜାଳିବାରୁ ପ୍ରଦୂଷଣ ଉପରେ କେତେ ପ୍ରଭାବ ପକାଇଛି ଏବଂ ବାଣ, ଗାଡିଚଳାଚଳ, ଧୂଳି ଓ ପ୍ରକଳ୍ପ ନିର୍ମାଣ ଯୋଗୁଁ କେତେ ପ୍ରଭାବ ପକାଇଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ କଣ ନିଆଯାଇପାରିବ ତାହା କୁହନ୍ତୁ । ଯଦି ସମ୍ଭବ ତାହେଲେ ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦୁଇ ଦିନ ତାଲାବନ୍ଦ କରିବାକୁ କହିଛନ୍ତି କୋର୍ଟ ।

ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟ, କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ପ୍ରଦୂଷଣ କମ କରିବା ନେଇ ଜରୁରୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଜଣାଇବାକୁ କହିଛନ୍ତି । ସିଜେଆଇ କେନ୍ଦ୍ରକୁ କହିଛନ୍ତି ଯେ, କୃଷକଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଥିବା ଆପଣଙ୍କ ଧାରଣା ରହିଛି । କିନ୍ତୁ ଦୀପାବଳିରେ ବାଣ ଫୁଟା ଓ ହଜାର ହଜାର ଗାଡି ଯାତାୟାତ ଯୋଗୁଁ ପ୍ରଦୂଷଣ ଉପରେ କାହିଁକି ଧ୍ୟାନ ଦେଲେନି ବୋଲି ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ପ୍ରଦୂଷଣ ସ୍ତର ବହୁତ ଖରାପ ହୋଇଯାଇଛି । ଲୋକ ଘରେ ମାସ୍କ ପିନ୍ଧିକି ବସୁଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦୂଷଣ ରୋକିବା ପାଇଁ ଏବେ ଯାଏଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲ । ଏଥିରେ ପ୍ରଦୂଷଣ ସମ୍ପର୍କିତ ପଦକ୍ଷେପ ସଂପର୍କରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.