ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ୟୁରୋପରେ କରୋନା କରୁଛି ତାଣ୍ଡବ

0

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା ପୁରା ବିଶ୍ୱରେ ଗତ ସପ୍ତାହରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଅଧା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବ ୟୁରୋପରେ ସେହି ଦେଶମାନଙ୍କରେ ସଂକ୍ରମଣ ବଢୁଛି ଯେଉଁଠି କମ ଟିକାକରଣ ହୋଇଛି । ତେବେ ପଶ୍ଚିମ ୟୁରୋପର ସେହି ଦେଶ ମାନଙ୍କରେ ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯେଉଁଠି ଟିକାକରଣ ଅଧିକ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ୟୁରୋପ ପୁଣି ଥରେ ମହାମାରୀ କରୋନାର କେନ୍ଦ୍ର ପାଲଟୁଥିବା ନଜର ଆସୁଛି । କିଛି ୟୁରେପୀୟ ଦେଶ ସଂକ୍ରମିତ ସଂଖ୍ୟା ବଢୁଥିବାର କଟକଣା ଲଗାଇବା ମଧ୍ୟ ପୁଣି ଆରମ୍ଭ କରିଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, କରୋନାର ବୁଷ୍ଟର ଡୋଜ, ବିଶେଷ କରି ସୁସ୍ଥ ଲୋକଙ୍କୁ ଦେବା ପାଇଁ ଏହାର କୌଣସି ଯଥାର୍ଥତା ନାହିଁ । ପିଲାମାନଙ୍କୁ ମଧ୍ୟ ଦେବାର ଆବଶ୍ୟକତା ନାହିଁ । ଡବ୍ଲୁଏଚଓ କହିଛି ଯେ, ଆଜି ବି ଅନେକ ଦେଶରେ ସ୍ୱାସ୍ଥ୍ୟକର୍ମୀ, ବୃଦ୍ଧ ଲୋକ, ଗୁରୁତର ରୋଗୀ କରୋନା ଟିକାର ପ୍ରଥମ ଡୋଜ ନେଇନାହାଁନ୍ତି । ୫୦ କୋଟି କୋଭାକ୍ସ ଭ୍ୟାକସିନ ୧୪୪ଟି ଦେଶରେ ପହଚିଂସାରିଛି । ଆମର ଲକ୍ଷ୍ୟ ହେଉଛି ଯେ, ବିଶ୍ୱର ୪୦ ପ୍ରତିଶତ ଲୋକଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଦେବା । ଫଳରେ ଆଗାମୀ ୧୦ ଦିନ ଭିତରେ ୫୫ କୋଟି ଟିକା ଜରୁରୀ ପଡିପାରେ । ଡବ୍ଲୁଏଚଓ ପକ୍ଷରୁ ଆଉ ଏକ ସୂଚନା ମିଳିଛି ଯେ,ଗତ ବର୍ଷ ୨୨ ମିଲିୟନରୁ ଅଧିକ ପିଲାଙ୍କୁ ମିଳିମିଳା ଟିକା ଦିଆଯାଇପାରିନାହିଁ ।

Leave A Reply

Your email address will not be published.