ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ୟୁରୋପରେ କରୋନା କରୁଛି ତାଣ୍ଡବ

0

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା ପୁରା ବିଶ୍ୱରେ ଗତ ସପ୍ତାହରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଅଧା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବ ୟୁରୋପରେ ସେହି ଦେଶମାନଙ୍କରେ ସଂକ୍ରମଣ ବଢୁଛି ଯେଉଁଠି କମ ଟିକାକରଣ ହୋଇଛି । ତେବେ ପଶ୍ଚିମ ୟୁରୋପର ସେହି ଦେଶ ମାନଙ୍କରେ ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯେଉଁଠି ଟିକାକରଣ ଅଧିକ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ୟୁରୋପ ପୁଣି ଥରେ ମହାମାରୀ କରୋନାର କେନ୍ଦ୍ର ପାଲଟୁଥିବା ନଜର ଆସୁଛି । କିଛି ୟୁରେପୀୟ ଦେଶ ସଂକ୍ରମିତ ସଂଖ୍ୟା ବଢୁଥିବାର କଟକଣା ଲଗାଇବା ମଧ୍ୟ ପୁଣି ଆରମ୍ଭ କରିଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, କରୋନାର ବୁଷ୍ଟର ଡୋଜ, ବିଶେଷ କରି ସୁସ୍ଥ ଲୋକଙ୍କୁ ଦେବା ପାଇଁ ଏହାର କୌଣସି ଯଥାର୍ଥତା ନାହିଁ । ପିଲାମାନଙ୍କୁ ମଧ୍ୟ ଦେବାର ଆବଶ୍ୟକତା ନାହିଁ । ଡବ୍ଲୁଏଚଓ କହିଛି ଯେ, ଆଜି ବି ଅନେକ ଦେଶରେ ସ୍ୱାସ୍ଥ୍ୟକର୍ମୀ, ବୃଦ୍ଧ ଲୋକ, ଗୁରୁତର ରୋଗୀ କରୋନା ଟିକାର ପ୍ରଥମ ଡୋଜ ନେଇନାହାଁନ୍ତି । ୫୦ କୋଟି କୋଭାକ୍ସ ଭ୍ୟାକସିନ ୧୪୪ଟି ଦେଶରେ ପହଚିଂସାରିଛି । ଆମର ଲକ୍ଷ୍ୟ ହେଉଛି ଯେ, ବିଶ୍ୱର ୪୦ ପ୍ରତିଶତ ଲୋକଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଦେବା । ଫଳରେ ଆଗାମୀ ୧୦ ଦିନ ଭିତରେ ୫୫ କୋଟି ଟିକା ଜରୁରୀ ପଡିପାରେ । ଡବ୍ଲୁଏଚଓ ପକ୍ଷରୁ ଆଉ ଏକ ସୂଚନା ମିଳିଛି ଯେ,ଗତ ବର୍ଷ ୨୨ ମିଲିୟନରୁ ଅଧିକ ପିଲାଙ୍କୁ ମିଳିମିଳା ଟିକା ଦିଆଯାଇପାରିନାହିଁ ।

Leave A Reply

Your email address will not be published.