ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବାଇଡେନ-ଜିନପିଙ୍ଗ ମଧ୍ୟରେ ବୈଠକ

0

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୈଠକ। ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ବୈଠକରେ ହ୍ୱାଇଟ ହାଉସରୁ ବାଇଡେନ ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ଭାଷଣରେ ବାଇଡେନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି ନକରୁ। ଜିନପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଉପରେ ଧ୍ୟାନ ଦେବା ଉଚିତ।

ଭାଷଣରେ ଜିନପିଙ୍ଗ, ବାଇଡେନଙ୍କୁ ପୁରୁଣା ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ବାଇଡେନଙ୍କ ଚୀନ ଗସ୍ତ ସମୟରେ ଜିନପିଙ୍ଗ ତାଙ୍କୁ ପୁରୁଣା ବନ୍ଧୁ ବୋଲି କହିଥିଲେ, ଯେବେ ବାଇଡେନ ଦୁହିଁଙ୍କ ବନ୍ଧୁତା ବିଷୟରେ କହିଥିଲେ। ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଚାଲିଥିବା ଏହି ବୈଠକରୁ ହ୍ୱାଇଟ ହାଉସ ଅଧିକାରୀମାନେ ଅଧିକ କିଛି ଆଶା କରିନାହାଁନ୍ତି। ହ୍ୱାଇଟ ହାଉସ ଅଧିକାରୀ ମାନେ କହିଛନ୍ତି ଯେ, କୌଣସି ବଡ଼ ଘୋଷଣା ହେବାର ସମ୍ଭାବନା ନାହିଁ। ଦୁଇ ଦେଶ ପକ୍ଷରୁ ମିଳିତ ବିବୃତି ଦେବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ।

ଚାଇନର ଗଣମାଧ୍ୟମ ଅନୁଯାୟୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବାଇଡେନଙ୍କୁ ବୈଠକରେ ‘ତାଇୱାନ କାର୍ଡ’ ସହିତ ଆଗକୁ ନଯିବା ପାଇଁ କହିବେ । କାରଣ, ବେଜିଂ ଅଲଗା ହୋଇଥିବା ଖସାସି ଦ୍ୱୀପର ମୁଖ୍ୟ ଭୂମି ସହିତ ଏକୀକରଣ ପାଇଁ ଦାବି ଜାରି ରଖିଛି। ଏବେ ଏହା ଚୀନ ରାଷ୍ଟ୍ରପତିଙ୍କ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଏହି ସମ୍ମିଳନୀ ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜିଓ ଲିଜିଆନ ସୋମବାର ଗଣମାଧ୍ୟରେ ସୂଚନା ଦେଇ କହିଛନ୍ତି ଯେ, ଚୀନ, ଆମେରିକାକୁ ସମ୍ପର୍କର ସ୍ଥିର ବିକାଶର ସଠିକ ମାର୍ଗକୁ ନେବାକୁ କହିବା। ବାଇଡେନ,ଜିନପିଙ୍ଗ ଆମେରିକା ଓ ଚୀନ ସମ୍ପର୍କର ଭବିଷ୍ୟତ ଓ ସାଧାରଣ ଚିନ୍ତାର ପ୍ରମୁଖ ପ୍ରସଙ୍ଗର ଉପରେ ମତ ରଖିବେ।

ଗତ କିଛି ବର୍ଷ ହେବ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଚୀନ ଉପରେ କଡ଼ା ଆଭିମୁଖ୍ୟ
ଗ୍ରହଣ କରିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଚାଇନାର ସାମଗ୍ରୀ ଉପରେ ଟ୍ରମ୍ପ ଆମଦାନୀ ଶୁଳ୍କ ଲଗାଇଥିଲେ। ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଥିଲା।

Leave A Reply

Your email address will not be published.