ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ପତ୍ରଲେଖା କିଏ ? ଯିଏ ରାଜକୁମାର ରାଓଙ୍କୁ କଲେ ବିବାହ..

0

ବଲିଉଡର ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ ନିଜର ବାନ୍ଧବୀ ପତ୍ରଲେଖାଙ୍କୁ ବିବାହ କରିଛନ୍ତି । ନିକଟରେ ଦୁଇ ଜଣ ସୋସିଆଲ ମିଡିଆରେ ବିବାହର ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ପରେ ଏବେ ସବୁଆଡେ ରାଜକୁମାର ଓ ପତ୍ରଲେଖାଙ୍କ ବିବାହକୁ ନେଇ ଚର୍ଚ୍ଚା ।

ରାଜକୁମାରଙ୍କୁ ତ ସମସ୍ତେ ଜାଣନ୍ତି, କିପରି ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । କେତେ ସଂଘର୍ଷ କରିଛନ୍ତି ଏଠାରେ ପହଚିଂବାକୁ । ହେଲେ ପତ୍ରଲେଖା ବିଷୟରେ ବହୁତ କମ ଲୋକ ଜାଣିଥିବେ । ଏଫଟିଆଇଆଇର ପୂର୍ବତନ ଛାତ୍ର ହେଉଛନ୍ତି ଅନ୍ୱିତା ପାଲ, ଯାହାଙ୍କୁ ଲୋକେ ପତ୍ରଲେଖା ନାଁରେ ଜାଣନ୍ତି । ପତ୍ରଲେଖା ୧୯୯୦ରେ ମେଘାଳୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଚାର୍ଟାଡ ଆକାଉଂଟ ଥିବାବେଳେ ସେ ସବୁବେଳେ ଚାହୁଁଥିଲେ ପତ୍ରଲେଖା ମଧ୍ୟ ଏହି ପ୍ରଫେସନରେ ନିଜର କ୍ୟାରିୟର କରନ୍ତୁ । ପତ୍ରଲେଖାଙ୍କ ମା’ ହାଉସ ୱାଇଫ ଥିଲେ । ତାଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ଅଗ୍ନିଶ ପାଲ ।

ହେଲେ ପତ୍ରଲେଖା ଅଭିନୟ କରିବାକୁ ଇଛୁକ ଥିଲେ । ଏବଂ ଅଭିନେତ୍ରୀ ହେବାକୁ ନିଜର ଇଛା ପୂରଣ କରିବାକୁ ସେ ମୁମ୍ବାଇ ପଳାଇଆସିଥିଲେ । ସେ ନିଜେ ଏଫଟିଆଇଆଇରେ ନିଜର ନାଁ ଲେଖାଇଥିଲେ । ଏହିପରି ଭାବେ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିୟର । ମୁମ୍ବାଇ ଆସି ପତ୍ରଲେଖା ନିଜ କ୍ୟାରିୟରର ଆରମ୍ଭ ହସଁଲ ମେହେଟ୍ଟାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ସିଟି ଲାଇଟ୍ସ’ରେ କରିଥିଲେ । ଯେଉଁଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ରାଜକୁମାର ଓ ପତ୍ରଲେଖା ୨୦୧୦ରେ ରିଲେସନସିପରେ ରହିଆସୁଛନ୍ତି । ରାଜକୁମାର ପ୍ରଥମ ଥର ପତ୍ରଲେଖାଙ୍କୁ ଏକ ବିଜ୍ଞାପନରେ ଦେଖିଥିଲେ । ତାଙ୍କୁ ଦେଖିବା ପରେ ରାଜକୁମାର ତାଙ୍କୁ ଗୋଟେ ଦିନ ଭେଟିବା ପାଇଁ ଚିନ୍ତା କରିଥିଲେ । ସେହିପରି ପତ୍ରଲେଖା ରାଜକୁମାରଙ୍କୁ ‘ଲଭ ସେକ୍ସ ଓର ଧୋକା’ଫିଲ୍ମରେ ଦେଖିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏବଂ ପାଖାପାଖି ୧୧ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା କେବେ କମ ହୋଇନଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Leave A Reply

Your email address will not be published.