ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଫର୍ମୁଲା

0

ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ପାଇଁ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୁଣି ଥରେ ଦିଲ୍ଲୀ-ଏନସିଆରକୁ ଲକଡାଉନ ଆଡକୁ ଠେଲି ଦେଇଛି । ରାଜଧାନୀରେ ଦିଲ୍ଲୀରେ ତ ଅନେକ କଟକଣା ଲାଗୁ କରାଯାଇଛି , ଏବେ ଏନସିଆରରେ ମଧ୍ୟ ଅନେକ କଟକଣା ଲାଗୁ କରାଯାଇପାରେ । ଦିଲ୍ଲୀ ସରକାର ଆଜି ୟୁପି, ପଞ୍ଜାବ,ହରିୟାଣା ସହିତ ବୈଠକରେ ଏନସିଆରର ସମସ୍ତ କାର୍ଯ୍ୟାଳୟ ଗୁଡିକର କାମ ଘରୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ନିର୍ମାଣ କାମ ଉପରେ ରୋକ ଏବଂ ସମସ୍ତ ଇଣ୍ଡଷ୍ଟ୍ରି ବନ୍ଦରେ ତାଲା ପକାଇବା ପାଇଁ କହିଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ କିଭଳି ହ୍ରାସ ପାଇବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ପଞ୍ଜାବ,ହରିୟାଣା ଏବଂ ୟୁପି ସହିତ ହୋଇଥିବା ବୈଠକରେ ଅଫିସ କାମ ଘରୁ କରିବାକୁ ପ୍ରସ୍ତାବ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି ବୈଠକ ବସିଥିଲା । ସୁପ୍ରିମକୋର୍ଟ ପ୍ରଦୂଷଣ କମ କରିବା ପାଇଁ ଏୟାର ମନିଟରିଂ କମିଶନଙ୍କୁ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ବୈଠକରେ ତୁରନ୍ତ ନିଷ୍କର୍ସ ବାହାର କରିବାକୁ
ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଏନସିଆରରେ ୱାର୍କ ଫର୍ମ ହୋମ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ଗୋପାଳ ରାୟ କହିଛନ୍ତି, ଏହି ବୈଠକରେ ଅନ୍ୟ ରାଜ୍ୟ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ଏବେ କମିଶନଙ୍କ ଆଦେଶକୁ ଅପେକ୍ଷା କରାଯାଇଛି ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ସପ୍ତାହେ ପାଇଁ ସ୍କୁଲ ବନ୍ଦ ରଖିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ସେ ନିର୍ମାଣ କାମ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଗୋପାଳ ରାୟ କହିଛନ୍ତି ଯେ, ସୋମବାର ଡିପିସିସିର ଟିମ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଏବଂ ପ୍ରଦୂଷଣ କମ କରିବାକୁ କଣ ପଦକ୍ଷେପ ନିଆଯାଇପାରିବ ତାହା ଦେଖିଥିଲେ । ଡିପିସିସି ଟିମକୁ ଲାଗିଥିଲା ପ୍ରଦୂଷଣ ସ୍ତର କମ କରିବା ପାଇଁ ପ୍ରଥମେ ନିର୍ମାଣ କାମ ଉପରେ ରୋକ ଲଗାଇବା ଜରୁରୀ ଅଟେ ।

Leave A Reply

Your email address will not be published.