ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଫର୍ମୁଲା

0

ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ପାଇଁ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୁଣି ଥରେ ଦିଲ୍ଲୀ-ଏନସିଆରକୁ ଲକଡାଉନ ଆଡକୁ ଠେଲି ଦେଇଛି । ରାଜଧାନୀରେ ଦିଲ୍ଲୀରେ ତ ଅନେକ କଟକଣା ଲାଗୁ କରାଯାଇଛି , ଏବେ ଏନସିଆରରେ ମଧ୍ୟ ଅନେକ କଟକଣା ଲାଗୁ କରାଯାଇପାରେ । ଦିଲ୍ଲୀ ସରକାର ଆଜି ୟୁପି, ପଞ୍ଜାବ,ହରିୟାଣା ସହିତ ବୈଠକରେ ଏନସିଆରର ସମସ୍ତ କାର୍ଯ୍ୟାଳୟ ଗୁଡିକର କାମ ଘରୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ନିର୍ମାଣ କାମ ଉପରେ ରୋକ ଏବଂ ସମସ୍ତ ଇଣ୍ଡଷ୍ଟ୍ରି ବନ୍ଦରେ ତାଲା ପକାଇବା ପାଇଁ କହିଛନ୍ତି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ କିଭଳି ହ୍ରାସ ପାଇବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ପଞ୍ଜାବ,ହରିୟାଣା ଏବଂ ୟୁପି ସହିତ ହୋଇଥିବା ବୈଠକରେ ଅଫିସ କାମ ଘରୁ କରିବାକୁ ପ୍ରସ୍ତାବ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି ବୈଠକ ବସିଥିଲା । ସୁପ୍ରିମକୋର୍ଟ ପ୍ରଦୂଷଣ କମ କରିବା ପାଇଁ ଏୟାର ମନିଟରିଂ କମିଶନଙ୍କୁ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ବୈଠକରେ ତୁରନ୍ତ ନିଷ୍କର୍ସ ବାହାର କରିବାକୁ
ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଏନସିଆରରେ ୱାର୍କ ଫର୍ମ ହୋମ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ଗୋପାଳ ରାୟ କହିଛନ୍ତି, ଏହି ବୈଠକରେ ଅନ୍ୟ ରାଜ୍ୟ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ଏବେ କମିଶନଙ୍କ ଆଦେଶକୁ ଅପେକ୍ଷା କରାଯାଇଛି ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ସପ୍ତାହେ ପାଇଁ ସ୍କୁଲ ବନ୍ଦ ରଖିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ସେ ନିର୍ମାଣ କାମ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଗୋପାଳ ରାୟ କହିଛନ୍ତି ଯେ, ସୋମବାର ଡିପିସିସିର ଟିମ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଏବଂ ପ୍ରଦୂଷଣ କମ କରିବାକୁ କଣ ପଦକ୍ଷେପ ନିଆଯାଇପାରିବ ତାହା ଦେଖିଥିଲେ । ଡିପିସିସି ଟିମକୁ ଲାଗିଥିଲା ପ୍ରଦୂଷଣ ସ୍ତର କମ କରିବା ପାଇଁ ପ୍ରଥମେ ନିର୍ମାଣ କାମ ଉପରେ ରୋକ ଲଗାଇବା ଜରୁରୀ ଅଟେ ।

Leave A Reply

Your email address will not be published.