ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବିଜୟର ମନ୍ତ୍ର ଦେବେ ‘ଦ୍ରୋଣାଚାର୍ଯ୍ୟ’ ଦ୍ରାବିଡ୍‌

0

ଆସନ୍ତାକାଲିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏଥର ଟିମ ଇଣ୍ଡିଆ ନୂଆ କ୍ୟାପଟେନ ଓ ନୂଆ କୋଚ୍ ସହ ମୈଦାନକୁ ଓହ୍ଲାଇବ । କୋଚ ହେବା ପରେ ରାହୁଲ ଦ୍ରାବିଡ୍ ଆଜି ପ୍ରେସ କନଫରେନ୍ସ କରିଛନ୍ତି । ତାଙ୍କ ସହିତ ଟି -୨୦ ଫର୍ମାଟର ନୂଆ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ନଜର ଆସିଥିଲେ ।

ଋାହୁଲ ଦ୍ରାବିଡ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ଖେଳାଳିଙ୍କ ସହ ଅଳ୍ପ କିଛି କଥା ହୋଇପାରିଛି । କାରଣ ଟି ୨୦ ବିଶ୍ୱକପ ମଧ୍ୟରେ ତାଙ୍କୁ ବିଚଳିତ କରିବାକୁ ଚାହୁଁନଥିଲି । ତେବେ କୋହଲି ଓ ରୋହିତ ଶର୍ମାଙ୍କ ସହ ଦ୍ରାବିଡ କଥା ହୋଇଥିବା କହିଛନ୍ତି । ଏବେ କେବଳ ଆରମ୍ଭ ମାତ୍ର । ସବୁ ଜିନିଷ ଜାଣିବାକୁ ପ୍ରୟାସ ଚାଲିଛି । ଦ୍ରାବିଡ଼ କହିଛନ୍ତି ଯେ, ଆମେ କୌଣସି ବି ଫର୍ମାଟକୁ ପ୍ରାଥମିକତା ଦେବାକୁ ଚାହୁାଁନାହୁଁ । ପ୍ରତିଦିନ ଆମେ ସୁଧାର ସହିତ ଆଗକୁ ବଢିବୁ । ଖେଳାଳି ଓ ମଣିଷ ଭାବରେ ଆମକୁ ପ୍ରତିଦିନ ଉନ୍ନତିର ସହିତ ଅଗ୍ରଗତି କରିବା ଦରକାର ।

ଦ୍ରାବିଡ କହିଛନ୍ତି , କାର୍ଯ୍ୟ ଭାର ପରିଚାଳନା ଏବେ କ୍ରିକେଟର ଏକ ଅଂଶ ହୋଇଯାଇଛି । କାରଣ ଫୁଟୁବଲ ପରି କ୍ରିକେଟର ସିଜିନ ହୋଇଯାଇଛି । ଖେଳାଳିଙ୍କୁ ମାନସିକ,ଶାରୀରିକ ଭାବେ ଫିଟ ରହିବା ଉପରେ ଫୋକସ କରିବା ଆବଶ୍ୟକ । ଫିଟ ରହିଲେ ପ୍ରତି ଖେଳାଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ରହିବେ । ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା କି ଜୁନିଅର ଟିମକୁ କୋଚିଂ ଓ ସିନିଅର ଟିମକୁ କୋଚିଂ ଭିତରେ ଫରକ କଣ ରହିବ । ସେ କହିଥିଲେ, ପ୍ରତିଥର କୋଚିଂର ପ୍ରଣାଳୀ ଅଲଗା । କିନ୍ତୁ କିଛି ଜିନିଷ ସମାନ ହୋଇପାରେ । କିନ୍ତୁ ଅଣ୍ଡର -୧୯ ରେ ଯାହା କରାଯାଇଛି , ତାହା ଏଠାରେ ସମ୍ଭବ ନୁହେଁ । ପ୍ରଥମେ ଖେଳାଳିଙ୍କୁ ବୁଝିବା ପରେ ହିଁ ତାଙ୍କଠୁ ଭଲ ଆଶା କରାଯାଇପାରିବ ।

ତେବେ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଜୋରଦାର ଅଭ୍ୟାସ କରୁଛି ଦଳ । ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.