ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ମୋତେ ବଞ୍ଚାଇଦିଅ: ଅନ୍ବେଷା

0

ତିନି ମାସ ତଳେ କୁଆଁ କୁଆଁ ହୋଇ ଜନ୍ମ ହୋଇଥିଲା । ହସ ଖୁସିରେ ଫାଟିପଡିଥିଲା ଘର । ହେଲେ ୩ ମାସ ପରେ କୁନି ଝିଅ ପାଇଁ କାନ୍ଦୁଛି ପୁରା ପରିବାର । ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ଝିଅ । କଅଁଳ ଶିଶୁକୁ ବଂଚାଇବାକୁ ହାତ ଯୋଡି ନେହୁରା ହେଉଛନ୍ତି ବାପା , ମଆ । ଆମ ଛୁଆକୁ ବଂଚାଇଦିଅ.. ।

ଅନ୍ୱେଷାର ଜୀବନ ବଂଚାଇବା ପାଇଁ ଭଗବାନ ଉପରେ ଯେତିକି ଭରସା ଏବେ ତାହାଠୁ ଅଧିକ ଆଶା ଆପଣଙ୍କ ଉପରେ । ଆପଣଙ୍କର ଛୋଟ ଛୋଟ ସହାୟତା ଗୋଟିଏ ଗୋଟିଏ ଟଙ୍କା ଏବେ ଅନ୍ୱେଷା ପରିବାର ପାଇଁ ମୂଲ୍ୟବାନ । କୁନି ଝିଅର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ଯେତେବେଳେ ପରିବାର ପକ୍ଷେ ଅସମ୍ଭବ ହୋଇପଡିଛି ,ସେତେବେଳେ ଆକୁଳ ନିବେଦନ କରୁଛନ୍ତି ଅସହାୟ ବାପା,ମାଆ ।

ପୁରୀ ଜିଲ୍ଲା ପିପିଲି କାକୁଡିକୋସାଙ୍ଗ ଗାଁର ସଦାଶିବ ମିଶ୍ରଙ୍କ ୩ ମାସର ଝିଅ ଏବେ ହସ୍ପିଟାଲ ବେଡ଼ରେ । ୩ ମାସର ଶିଶୁ କନ୍ୟା ହୃତପିଣ୍ଡ ସମସ୍ୟା ଭୋଗ କରୁଛି । ଅନ୍ୱେଷା ଚିକିତ୍ସା ପାଇଁ ଭୁବନେଶ୍ୱର ଜଗନ୍ନାଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ବେଙ୍ଗାଲୁରୁର ମଜୁମଦାର ସାହା ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ହୃତପିଣ୍ଡରେ ଛିଦ୍ର ଥିବାରୁ ଶିଶୁ କନ୍ୟାଟିର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ । ଲକ୍ଷାଧିକ ଟଙ୍କା ଯୋଗାଡ କରିବା ପରିବାର ପକ୍ଷେ କଷ୍ଟକର ହୋଇପଡିଛି ।

ଅନ୍ୱେଷାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡୁଥିବାରୁ ମିଲାପ ଫଣ୍ଡ ଜରିଆରେ ଏବେ ପାଣ୍ଠି ଯୋଗାଡ଼ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପରିବାର ଲୋକେ । ଆପଣଙ୍କର ଟିକିଏ ସହାୟତା ହୁଏ ତ କୁନି ଝିଅକୁ ନୂଆ ଜୀବନ ଦେବ । ବାପା, ମାଆଙ୍କ କୋଳକୁ ଅନ୍ୱେଷାକୁ ଫେରାଇ ଆଣିବ । ଏବେ ଆପଣଙ୍କ ସାହାର୍ଯ୍ୟ ଅପେକ୍ଷାରେ ଅନ୍ୱେଷା । ଆପଣଙ୍କର ଟିକିଏ ସାହାଯ୍ୟ ଆଣିଦେବ ଅନ୍ୱେଷା ପାଇଁ ନୂଆ ଆଶା ।

ଶିଶୁଟିକୁ ସାହାଯ୍ୟ କରିବାକୁ ହେଲେ ମିଲାପ ଫାଉଣ୍ଡେସନ ୱେବସାଇଟକୁ ଯାଇ ଆପଣଙ୍କ ସାହାଯ୍ୟ କରିପାରିବେ । କିମ୍ବା ବାପା ସଦାଶିବ ମିଶ୍ରଙ୍କ ବ୍ୟାଙ୍କ ଆକାଉଂଟକୁ ମଧ୍ୟ ସିଧା ଟଙ୍କା ପଠାଇପାରିବେ ।

Leave A Reply

Your email address will not be published.