ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଆସିବନି କରୋନାର ତୃତୀୟ ଲହର!

0

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି । ଅକ୍ଟୋବରରୁ ନଭେମ୍ବର ଭିତରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ମଧ୍ୟ ବିଶେଷଜ୍ଞ କହିଥିଲେ । କିନ୍ତୁ ଦେଶରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଛି । ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୮୭ ଦିନ ପରେ ସୋମବାର ଦେଶରେ ସବୁଠୁ କମ କରୋନା ମାମଲା ସାମାନାକୁ ଆସିଥିଲା । ଯାହାକି ଭଲ ସଂକେତ ।

ମଙ୍ଗଳବାର ସକାଳୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରୋନା ମାମଲାର ନୂଆ ଅପଡେଟ ଦିଆଯାଇଛି । ଗତ ୨୪ ଘଂଟାରେ ୮ ହଜାର ୮୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୯୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ୧୧ ହଜାର ୯୭୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୩୦୩କୁ ଖସିଛି । କରୋନା ମହାମାରୀ ଆରମ୍ଭରୁ ନେଇକି ଏବେ ଯାଏଁ ମୋଟ ଦେଶରେ ୪୪ ଲକ୍ଷ ୫୬ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୬୩ ହଜାର ୮୫୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ଏଯାଏଁ ୩ କୋଟି ୩୮ ଲକ୍ଷ ୬୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧.୫ ଲକ୍ଷକୁ ଖସିଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, ନଭେମ୍ବର ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ଡୋଜ କରୋନା ଟିକା ଦିଆଯାଇଛି । ଶେଷ ଦିନରେ ୫୯.୭୫ ଲକ୍ଷ ଟିକା ଦିଆଯାଇଥିଲା । ଏଥିସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଅନୁଯାୟୀ,ଏଯାଏଁ ୬୨ .୫୭ କୋଟି କରୋନା ପରୀକ୍ଷା କରାଯାଇଛି । ଶେଷ ଦିନରେ ପ୍ରାୟ ୧୧.୦୭ ଲକ୍ଷ କରୋନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ରେଟ ୨ ପ୍ରତିଶତରୁ କମ ଅଟେ । ଦେଶରେ କରୋନା ମୃତ୍ୟୁହାର ୧.୩୫ ପ୍ରତିଶତ ଥିବା ବେଳେ ସୁସ୍ଥତା ହାର ୯୮.୨୭ ରହିଛି । ସକ୍ରିୟ ମାମଲା ଗୁଡିକ ହେଉଛି ୦.୩୮ ପ୍ରତିଶତ ।

କରୋନା ସକ୍ରିୟ ମାମଲା ଦୃଷ୍ଟିରୁ ଭାରତ ଏବେ ବିଶ୍ୱରେ ୧୮ ତମ ସ୍ଥାନରେ ରହିଛି । ସଂକ୍ରମିତଙ୍କ ମୋଟ ସଂଖ୍ୟା ଅନୁଯାୟୀ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା,ବ୍ରାଜିଲ ପରେ ଭାରତର ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ୟୁରୋପୀୟ ଦେଶ ମାନଙ୍କରେ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏବେ ବି ବିପଦ ଟଳିନି । ଯଦି ସମସ୍ତେ କରୋନା ଗାଇଡଲାଇନ ମାନି ସତର୍କ ହୋଇ ରହିବେ ତାହେଲେ କରୋନା କବଳରୁ ମୁକୁଳିପାରିବା ।

Leave A Reply

Your email address will not be published.