ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପ୍ରଫେସର ବି ସି ରାଉତ ଆଉ ନାହାନ୍ତି

0

ଭୁବନେଶ୍ବର: ରାଜନୀତି ବିଜ୍ଞାନ ପାଠ ପଢିଥିବେ, ଆଉ ପ୍ରଫେସର ବି ସି ରାଉତ ବା ବିଷ୍ଣୁ ଚରଣ ରାଉତଙ୍କୁ ଜାଣିନଥିବେ, ଓଡ଼ିଶାରେ ସମ୍ଭବତଃ ଏମିତି ଜଣେ କେହି ଛାତ୍ର ନଥିବେ। ପ୍ରଫେସର ରାଉତଙ୍କ ବହି ଯୁକ୍ତ ଦୁଇରୁ ଆରମ୍ଭ କରି ଗବେଷଣାଲବ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଉପାଦାନ ଥିଲା। ଏହି ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ଏହି ଉଜ୍ଜଳ ତାରକା ପ୍ରଫେସର ରାଉତଙ୍କର ଗତକାଲି ମଧ୍ୟରାତ୍ରରେ ଭୁବନେଶ୍ବର ସ୍ଥିତ ଲୁଇସ୍ ରୋଡ ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙଅକୁ ୮୪ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ।

୧୯୩୭ ମସିହାରେ ସେ ଜଗତସିଂହପୁର ଜିଲ୍ଲାର ହଳଦିଆ ପଡା ସ୍ଥିତ ମଧ୍ୟଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସତୁରୀ ଦଶକରୁ ଦୀର୍ଘ ୬୦ ବର୍ଷ ଧରି ରାଜନୀତି ବିଜ୍ଞାନରେ ଅନେକ ପାଠ୍ୟ ପୁସ୍ତକ ରଚନା କରିଛନ୍ତି। ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ପ୍ରାଧ୍ୟାପକ ଭାବେ ସବୁଠାରେ ସେ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କର ବଡ ପୁଅ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ରାଉତ, କନ୍ୟା ତି ସ୍ମିତା ରାଉତ, ଅତିରିକ୍ତ ଶାସନ ସଚିବ, ସାନ ପୁଅ ଇଂ ଦେବବ୍ରତ ରାଉତ,ଜ୍ବାଇଁ ଦେବାଶିଷ ସିଂ, ଅତିରିକ୍ତ ଶାସନ ସଚିବ, ପୁତ୍ର ବଧୁ ଏବଂ ବଡ଼ ନାତିଙ୍କ ସହିତ ତାଙ୍କର ସହଧର୍ମିଣୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.