ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୫୮୦ ବର୍ଷ ପରେ ସବୁଠୁ ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ

0

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ହଜାର ବର୍ଷ ମଧ୍ୟରେ ଦୀର୍ଘତମ ଆଶିଂକ ଚନ୍ଦ୍ରଗ୍ରହଣ ବୋଲି କହୁଛନ୍ତି । ଏହି ଆଶିଂକ ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୬ ଘ । ୨ ମିନିଟ ରହିବ । ଏହା ପୂର୍ବରୁ ଫେବୃଆରୀ ୧୮, ୧୪୪୦ରେ ଏପରି ଦୀର୍ଘ ସମୟର ଆଶିଂକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା ।

ଅଷ୍ଟ୍ରେଲିଆ,ଆମେରିକା, ଆଲାସ୍କା ହାଇୱାର କିଛି ଅଂଶ ତଥା ଉତ୍ତର ପଶ୍ଚିମ ଓ ଉତ୍ତର ୟୁରୋପର କିଛି ଅଂଚଳରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡିଶାରେ ଏହା ଦୃଶ୍ୟମାନ ହେବନାହିଁ । ଭାରତୀୟ ସମୟ ଅନୁସାରେ,ଦିନ ୧୨ଟା ୪୮ ମିନିଟରେ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ଟା ୧୭ରେ ସରିବ । ଅପରାହ୍ନ ୨ଟା ୩୨ ମିନିଟ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ ।

ଆଜିର ଏହି ଚନ୍ଦ୍ରଗ୍ରହଣ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଆସନ୍ତା ବର୍ଷ ୨୦୨୨ ନଭେମ୍ବର ୮ରେ ପଡିବ ।ଚଳିତବର୍ଷ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡିଛି । ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଥିବା ବେଳେ ଡିସେମ୍ବର ୪ରେ ଶେଷ ସୂର୍ଯ୍ୟପରାଗ ଲାଗିବ । ଏହି ଚନ୍ଦ୍ରଗ୍ରହଣ ଏଥିପାଇଁ ଖାସ୍ ବୋଲି କୁହାଯାଉଛି କାରଣ, ୫୮୦ବର୍ଷ ପରେ ଏଭଳି ଚନ୍ଦ୍ରଗ୍ରହଣ ଲାଗିବ । ଏହି ଚନ୍ଦ୍ରଗ୍ରହଣ ସବୁଠୁ ଲମ୍ବା ଏବଂ ଆଶିଂକ ଚନ୍ଦ୍ରଗ୍ରହଣ ହେବ । ଧାର୍ମିକ ବିଶ୍ୱାସ ଅନୁସାରେ ଗ୍ରହଣକୁ ଅଶୁଭ ବୋଲି କୁହାଯାଇଥାଏ । ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ ।

Leave A Reply

Your email address will not be published.