ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୫୮୦ ବର୍ଷ ପରେ ସବୁଠୁ ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ

0

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ହଜାର ବର୍ଷ ମଧ୍ୟରେ ଦୀର୍ଘତମ ଆଶିଂକ ଚନ୍ଦ୍ରଗ୍ରହଣ ବୋଲି କହୁଛନ୍ତି । ଏହି ଆଶିଂକ ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୬ ଘ । ୨ ମିନିଟ ରହିବ । ଏହା ପୂର୍ବରୁ ଫେବୃଆରୀ ୧୮, ୧୪୪୦ରେ ଏପରି ଦୀର୍ଘ ସମୟର ଆଶିଂକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା ।

ଅଷ୍ଟ୍ରେଲିଆ,ଆମେରିକା, ଆଲାସ୍କା ହାଇୱାର କିଛି ଅଂଶ ତଥା ଉତ୍ତର ପଶ୍ଚିମ ଓ ଉତ୍ତର ୟୁରୋପର କିଛି ଅଂଚଳରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡିଶାରେ ଏହା ଦୃଶ୍ୟମାନ ହେବନାହିଁ । ଭାରତୀୟ ସମୟ ଅନୁସାରେ,ଦିନ ୧୨ଟା ୪୮ ମିନିଟରେ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ଟା ୧୭ରେ ସରିବ । ଅପରାହ୍ନ ୨ଟା ୩୨ ମିନିଟ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ ।

ଆଜିର ଏହି ଚନ୍ଦ୍ରଗ୍ରହଣ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଆସନ୍ତା ବର୍ଷ ୨୦୨୨ ନଭେମ୍ବର ୮ରେ ପଡିବ ।ଚଳିତବର୍ଷ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡିଛି । ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଥିବା ବେଳେ ଡିସେମ୍ବର ୪ରେ ଶେଷ ସୂର୍ଯ୍ୟପରାଗ ଲାଗିବ । ଏହି ଚନ୍ଦ୍ରଗ୍ରହଣ ଏଥିପାଇଁ ଖାସ୍ ବୋଲି କୁହାଯାଉଛି କାରଣ, ୫୮୦ବର୍ଷ ପରେ ଏଭଳି ଚନ୍ଦ୍ରଗ୍ରହଣ ଲାଗିବ । ଏହି ଚନ୍ଦ୍ରଗ୍ରହଣ ସବୁଠୁ ଲମ୍ବା ଏବଂ ଆଶିଂକ ଚନ୍ଦ୍ରଗ୍ରହଣ ହେବ । ଧାର୍ମିକ ବିଶ୍ୱାସ ଅନୁସାରେ ଗ୍ରହଣକୁ ଅଶୁଭ ବୋଲି କୁହାଯାଇଥାଏ । ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ ।

Leave A Reply

Your email address will not be published.