ପ୍ରମୁଖ ଖବର

ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ପୁଣି ଆତଙ୍କବାଦୀ ଆକ୍ରମଣ
ଆୟୁଷ୍ମାନ ଭାରତ ଯୋଜନାରେ ୧୧୨ ଚିକିତ୍ସା ପ୍ୟାକେଜ୍‌ରୁ ବାଦ୍‌ ପଡ଼ିବେ ଘରୋଇ ହସ୍ପିଟାଲ
ପୁରୀ ବଡ଼ଦାଣ୍ଡରେ ଟିପି ହୋଟେଲରେ ଗ୍ୟାସ୍‌ ବିସ୍ଫୋରଣ, ୪ ଆହତ
ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌-କଣ୍ଟେନର ଧକ୍କାରେ ୨୦ ମୃତ
ମାଇକ୍ରୋସଫ୍ଟ ତ୍ରୁଟିର ପ୍ରଭାବ: ସ୍ପାଇସଜେଟ୍‌ର ୩ ଉଡ଼ାଣ ବାତିଲ

ମାଇକ୍ରୋସଫ୍ଟ ତ୍ରୁଟିର ପ୍ରଭାବ: ସ୍ପାଇସଜେଟ୍‌ର ୩ ଉଡ଼ାଣ ବାତିଲ

0

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସେବାରେ ବୈଷୟିକ ତ୍ରୁଟି ଯୋଗୁଁ ଭାରତରେ ବିମାନ ଚଳାଚଳ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହି କାରଣରୁ ସ୍ପାଇସଜେଟ୍‌ ଦିଲ୍ଲୀରୁ ଯାଉଥିବା ୩ଟି ବିମାନର ଉଡ଼ାଣ ବାତିଲ କରିଛି। ଏଥିସହ ଆଉ ଦୁଇଟି ବିମାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି। ବାତିଲ ହୋଇଥିବା ବିମାନ ମଧ୍ୟରେ ଦିଲ୍ଲୀ-ପୁଣେ, ଦିଲ୍ଲୀ-ଲେହ ଓ ଦିଲ୍ଲୀ-ମୁମ୍ବାଇ ରୁଟ୍‌ର ବିମାନ ରହିଛି। ସେହିପରି ଦିଲ୍ଲୀ-ଦରଭଙ୍ଗା ଓ ଦିଲ୍ଲୀ-ମୁମ୍ବାଇ ରୁଟ୍‌ର ଅନ୍ୟ ଦୁଇଟି ବିମାନ ବିଳମ୍ବିତ ହୋଇଛି।

ତେବେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ମାଇକ୍ରୋସଫ୍ଟ ସେବାରେ ବିଭ୍ରାଟ ସତ୍ତ୍ୱେ ଏହାର ବିମାନ ଚଳାଚଳ ସ୍ୱାଭାବିକ ରହିଛି। ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ସଠିକ୍‌ ଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଇଣ୍ଡିଗୋ ଓ ଆକାସା ଏୟାର ସମେତ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ବିମାନବନ୍ଦର ଯିବା ପୂର୍ବରୁ ନିଜ ଉଡ଼ାଣର ସ୍ଥିତି ଯାଞ୍ଚ କରିନେବାକୁ କୁହାଯାଇଛି।

Leave A Reply

Your email address will not be published.