ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

‘ରାହୁଲ-ରୋହିତ୍’ ସଫଳ; ୩-୦ରେ ସିରିଜ୍ ଜିତିଲା ଭାରତ

0

କୋଲକାତା: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଶେଷ ହୋଇଛି। ଏଥିରେ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ପରାସ୍ତ କରି ଭାରତ କୋଲକାତାର ଇଡେନ ଗାର୍ଡେନ୍ସରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଛି।

ବ୍ୟାଟିଂ କରିବାକୁ ଚୟନ କରିବା ପରେ କ୍ୟାପଟେନ୍ ରୋହିତ ଶର୍ମା ୩୧ ବଲରୁ ୫୬ ରନ୍ କରିଥିବାବେଳେ ଇଶାନ କିଶନ ୨୧ ଟି ବଲରୁ ୨୯ ରନ୍ କରି ଭାରତ ସ୍ଥିତିକୁ ଦୃଢ କରିଥିଲେ। ଭାରତ ନିର୍ଧାରିତ ୨୦ ଓଭରରେ ୭ଟି ଵିକେଟ୍ ହରାଇ ୧୮୪ ରନ୍ କରିଥିଲା। ତେବେ ୩୬ ଟି ବଲରୁ ମାର୍ଟିନ ଗୁପିଲଙ୍କ ୫୧ ରନ ବୃଥା ଯାଇଥିଲା। କାରଣ ନ୍ୟୁଜିଲ୍ୟାଣ୍ଡ ୧୭.୨ ଓଭରରେ ମାତ୍ର ୧୧୧ ରନ୍ କରି ଅଲଆଉଟ୍ ହୋଇଥିଲେ। ବାମହାତୀ ସ୍ପିନର ଅକ୍ଷର ପଟେଲ ତିନିଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ବିପଦ ଆଣିଥିଲେ। ଆଜି ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଏଥିସହିତ ରାହୁଲ ଦ୍ରାବିଡ୍-ରୋହିତ ଶର୍ମାଙ୍କ ଟିମ୍ ଆରମ୍ଭରୁ ନିଜର ପ୍ରଭାବ ପ୍ରଦର୍ଶନ କରିଛନ୍ତି। ରାହୁଲ ଦ୍ରାବିଡ୍ କୋଚ୍ ଦାୟିତ୍ବ ନେବା ପରେ ଏହା ପ୍ରଥମ ମ୍ୟାଚ୍ ଥିଲା। ସେହିପରି ରୋହିତଙ୍କ ନେତୃତ୍ବରେ ଏହି ସିରିଜ୍ ଖେଳୁଥିଲା ଭାରତ। ଯେଉଁଭଳି ଭାବେ ରୋହିତ ଶର୍ମା ଖେଳ ପ୍ରଦର୍ଶନ କଲେ, ତାହାକୁ କ୍ରିକେଟ୍ ପ୍ରେମୀମାନେ ପ୍ରଶଂସା କରିଛନ୍ତି। ଟିମର ନେତୃତ୍ବ ନେବାର ଭରପୂର ସାମର୍ଥ୍ୟ ରୋହିତଙ୍କ ଠାରେ ରହିଛି ବୋଲି ସେମାନେ ମତ ରଖିଛନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ: ୨୦ ଓଭରରେ ୧୮୪/୭ (ରୋହିତ ଶର୍ମା ୫୬; ମିଚେଲ ସାଣ୍ଟନର୍ ୩/୨୭); ନ୍ୟୁଜିଲ୍ୟାଣ୍ଡ: ୧୭.୨ ଓଭରରେ ୧୧୧-ଆଉଟ୍ (ମାର୍ଟିନ୍ ଗୁପିଲ୍ ୫୧; ଅକ୍ଷର ପଟେଲ ୩/୯) |

Leave A Reply

Your email address will not be published.