ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

‘ରାହୁଲ-ରୋହିତ୍’ ସଫଳ; ୩-୦ରେ ସିରିଜ୍ ଜିତିଲା ଭାରତ

0

କୋଲକାତା: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଶେଷ ହୋଇଛି। ଏଥିରେ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ପରାସ୍ତ କରି ଭାରତ କୋଲକାତାର ଇଡେନ ଗାର୍ଡେନ୍ସରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଛି।

ବ୍ୟାଟିଂ କରିବାକୁ ଚୟନ କରିବା ପରେ କ୍ୟାପଟେନ୍ ରୋହିତ ଶର୍ମା ୩୧ ବଲରୁ ୫୬ ରନ୍ କରିଥିବାବେଳେ ଇଶାନ କିଶନ ୨୧ ଟି ବଲରୁ ୨୯ ରନ୍ କରି ଭାରତ ସ୍ଥିତିକୁ ଦୃଢ କରିଥିଲେ। ଭାରତ ନିର୍ଧାରିତ ୨୦ ଓଭରରେ ୭ଟି ଵିକେଟ୍ ହରାଇ ୧୮୪ ରନ୍ କରିଥିଲା। ତେବେ ୩୬ ଟି ବଲରୁ ମାର୍ଟିନ ଗୁପିଲଙ୍କ ୫୧ ରନ ବୃଥା ଯାଇଥିଲା। କାରଣ ନ୍ୟୁଜିଲ୍ୟାଣ୍ଡ ୧୭.୨ ଓଭରରେ ମାତ୍ର ୧୧୧ ରନ୍ କରି ଅଲଆଉଟ୍ ହୋଇଥିଲେ। ବାମହାତୀ ସ୍ପିନର ଅକ୍ଷର ପଟେଲ ତିନିଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ବିପଦ ଆଣିଥିଲେ। ଆଜି ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଏଥିସହିତ ରାହୁଲ ଦ୍ରାବିଡ୍-ରୋହିତ ଶର୍ମାଙ୍କ ଟିମ୍ ଆରମ୍ଭରୁ ନିଜର ପ୍ରଭାବ ପ୍ରଦର୍ଶନ କରିଛନ୍ତି। ରାହୁଲ ଦ୍ରାବିଡ୍ କୋଚ୍ ଦାୟିତ୍ବ ନେବା ପରେ ଏହା ପ୍ରଥମ ମ୍ୟାଚ୍ ଥିଲା। ସେହିପରି ରୋହିତଙ୍କ ନେତୃତ୍ବରେ ଏହି ସିରିଜ୍ ଖେଳୁଥିଲା ଭାରତ। ଯେଉଁଭଳି ଭାବେ ରୋହିତ ଶର୍ମା ଖେଳ ପ୍ରଦର୍ଶନ କଲେ, ତାହାକୁ କ୍ରିକେଟ୍ ପ୍ରେମୀମାନେ ପ୍ରଶଂସା କରିଛନ୍ତି। ଟିମର ନେତୃତ୍ବ ନେବାର ଭରପୂର ସାମର୍ଥ୍ୟ ରୋହିତଙ୍କ ଠାରେ ରହିଛି ବୋଲି ସେମାନେ ମତ ରଖିଛନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ: ୨୦ ଓଭରରେ ୧୮୪/୭ (ରୋହିତ ଶର୍ମା ୫୬; ମିଚେଲ ସାଣ୍ଟନର୍ ୩/୨୭); ନ୍ୟୁଜିଲ୍ୟାଣ୍ଡ: ୧୭.୨ ଓଭରରେ ୧୧୧-ଆଉଟ୍ (ମାର୍ଟିନ୍ ଗୁପିଲ୍ ୫୧; ଅକ୍ଷର ପଟେଲ ୩/୯) |

Leave A Reply

Your email address will not be published.