ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ନୂଆ ଦାବି ରଖି ଚିନ୍ତା ବଢ଼ାଇଲେ ଚାଷୀ

0

ନୂଆଦିଲ୍ଲୀ: “ତୁମେ ଆମକୁ ଘରକୁ ଫେରିବା ପାଇଁ ଆମକୁ ନିବେଦନ କରିଛ। ଆମେ ବି ବିଚାରାଧୀନ ସମସ୍ୟାର ସମାଧାନ ପରେ ନିଜ ପରିବାରରେ ଯୋଗଦେବାକୁ ଚାହୁଁଛୁ। ଯଦି ଆପଣ ମଧ୍ୟ ସମାନ ଚାହାଁନ୍ତି, ତେବେ ସରକାର ତୁରନ୍ତ ୬ଟି ପ୍ରସଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହିତ ଆଲୋଚନା ଆରମ୍ଭ କରିବା ଉଚିତ୍। ସେ ପର୍ଯ୍ୟନ୍ତ ମୋର୍ଚ୍ଚା ଏହି ଆନ୍ଦୋଳନ ଜାରି ରଖିବ।

ଆସନ୍ତା ବୁଧବାର ଦିନ କ୍ୟାବିନେଟ ବୈଠକରେ ତିନିଟି ଯାକ ଚାଷୀ ଆଇନକୁ ରଦ୍ଦ କରିଦେବା ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆଜି ଏଭଳି ଢଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଜରିଆରେ ଜଣାଇ ଦେଇଛି। କେବଳ ସେତିକି ନୁହେଁ, ଚାଷୀଙ୍କ ସହିତ ଏ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ବି ସେମାନେ ଦାବି ରଖିଛନ୍ତି। ଏଥିରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଫିସଲ କ୍ରୟ ପାଇଁ ଆଇନଗତ ଗ୍ୟରେଣ୍ଟି ବ୍ୟବସ୍ଥା ବି ରହିଛି।

ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଛି ଯେ କେନ୍ଦ୍ର ସରକାର ଜାଣିବା ଉଚିତ୍ ଯେ ତିନିଟି ଯାକ ଚାଷୀ ଆଇନକୁ ରଦ୍ଦ କରିବା ଚାଷୀମାନଙ୍କର ଏକମାତ୍ର ଦାବି ନଥିଲା। ସରକାରଙ୍କ ସହିତ ଆଲୋଚନା ଆରମ୍ଭରୁ ମୋର୍ଚ୍ଚା ଆଉ ତିନିଟି ଅତିରିକ୍ତ ଦାବି ରଖିଆସିଛି। ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି ବ୍ୟତୀତ, ଅନ୍ୟ ପାଞ୍ଚଟି ଦାବି ହେଉଛି ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗରେ ଷ୍ଟବ୍ ଜଳିବା ପାଇଁ ଜରିମାନା ଆଦାୟ, ବିଭିନ୍ନ ରାଜ୍ୟରେ ବିରୋଧ ସମୟରେ ପଞ୍ଜୀକୃତ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରୀ ଘଟଣାରେ କନିଷ୍ଠ ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ବରଖାସ୍ତ ଏବଂ ଗିରଫ କରିବା ଏବଂ ସ୍ମାରକ ସ୍ଥାପନ ପାଇଁ ସିଙ୍ଗୁ ସୀମାରେ ଏକ ସ୍ଥାନ ଆବଣ୍ଟନ ସହିତ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି ରହିଛି। ଶେଷ ତିନିଟି ଦାବି ଅତିରିକ୍ତ ଭାବେ ଯୋଗ କରାଯାଉଛି, କାରଣ ଗତ ବର୍ଷେ ଧରି ଚାଲିଥିବା ଆନ୍ଦୋଳନ ସମୟରେ ଏହା ଘଟିଛି, ଯାହାର ତୁରନ୍ତ ସମାଧାନ ଦରକାର।

ମିଳିଥିବା ସୂଚନା ଅନୁସାରେ, ସୋମବାର ଦିନ ଲକ୍ଷ୍ନୌରେ କିଷାନ ମହାପଞ୍ଚାୟତରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଓ ଚାଷୀମାନେ ବିଧିବଦ୍ଧ ଭାବେ କାରଣ ସହିତ ଦାବି ଉପସ୍ଥାପନ କରିବେ। ଏଥିସହିତ ଚାଷୀନେତାମାନେ ଆଶା କରିଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ଦାବି ଶୀଘ୍ର ପୂରଣ କରିବେ ଓ ପୂର୍ଣ୍ଣ ପ୍ରତିଶ୍ରୁତି ପ୍ରଦାନ କରିବେ। କେବଳ ସେତିକି ନୁହେଁ, ନଭେମ୍ବର ୨୭ ତାରିଖ ଦିନ ମୋର୍ଚ୍ଚାର ବୈଠକ ପୁଣି ଥରେ ବସିବ। ଏଥିରେ ସଂସଦ ଅଧିବେଶନକୁ ଟ୍ରାକ୍ଟରରେ ଯିବା, ବୁଧବାର କ୍ୟାବିନେଟ୍ କି ନିଷ୍ପତ୍ତି ନେଉଛନ୍ତି, ତାକୁ ଦେଖି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସାମ୍ମୁଖ୍ୟ ଆଲୋଚନା କରିବ ବୋଲି ସ୍ଥିର କରିଛି।

Leave A Reply

Your email address will not be published.