ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାସ୍ତା ଉପରେ ଉଡିଲା ପୁଳାପୁଳା ଟଙ୍କା

0

ବିଚ୍ ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା। ଏତେ ପରିମାଣର ଟଙ୍କା ରାସ୍ତା ଉପରେ ଉଡୁଥିବାର ଦେଖି ଲୋକମାନେ ଗାଡି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥାଟି ଅଜବ ଲାଗୁଥିଲେ ବି ସତ।

ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ କାର୍ଲସ୍ୱୈଡ଼ ରାଜାରାସ୍ତା ଉପରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରକରେ ଟଙ୍କା ଭର୍ତ୍ତି ବ୍ୟାଗ ଲୋକାଲ ବ୍ୟାଙ୍କରୁ ଫେଡେରାଲ ବ୍ୟାଙ୍କକୁ ଯାଉଥିଲା। କିନ୍ତୁ ଟ୍ରକଟିର ପଛପଟ ଡୋର ହଠାତ ଖୋଲିଯାଇଥିଲା ଏବଂ ପବନ ଯୋଗୁଁ ପଛରେ ଥିବା ଟଙ୍କା ଭର୍ତ୍ତି
ବ୍ୟାଗରୁ ଟଙ୍କା ଉଡିବାକୁ ଲାଗିଥିଲା। ରାସ୍ତା ସାରା ଖାଲି ଡଲାର। ଫଳରେ ରାଜରାସ୍ତା ଉପରେ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ ପୁଳାପୁଳା ନୋଟ ନେଇ ଧାଇଁବାକୁ ଲାଗିଥିଲେ।ଏହା କିଛି ଦୂର ଯାଏ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା।

ଏପରିକି ଟଙ୍କା ନେବାକୁ ଲୋକଙ୍କୁ ଟ୍ରକ ମାଲିକ ବିରୋଧ କରିବା ପରେ ତାଙ୍କୁ ଲୋକମାନେ ମାଡ଼ ମଧ୍ୟ ମାରିଥିଲେ। ଟ୍ରକ ଡ୍ରାଇଭର ଏନେଇ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୁଲିସର କଥା କେହି ନଶୁଣିବାରୁ ପୁଲିସ ବାଧ୍ୟ ହୋଇ ରାସ୍ତାକୁ ସିଲ କରିଦେଇଥିଲା। ଶୁକ୍ରବାର ଦିନ ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ଘଟିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.