ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ରାସ୍ତା ଉପରେ ଉଡିଲା ପୁଳାପୁଳା ଟଙ୍କା

0

ବିଚ୍ ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା। ଏତେ ପରିମାଣର ଟଙ୍କା ରାସ୍ତା ଉପରେ ଉଡୁଥିବାର ଦେଖି ଲୋକମାନେ ଗାଡି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥାଟି ଅଜବ ଲାଗୁଥିଲେ ବି ସତ।

ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ କାର୍ଲସ୍ୱୈଡ଼ ରାଜାରାସ୍ତା ଉପରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରକରେ ଟଙ୍କା ଭର୍ତ୍ତି ବ୍ୟାଗ ଲୋକାଲ ବ୍ୟାଙ୍କରୁ ଫେଡେରାଲ ବ୍ୟାଙ୍କକୁ ଯାଉଥିଲା। କିନ୍ତୁ ଟ୍ରକଟିର ପଛପଟ ଡୋର ହଠାତ ଖୋଲିଯାଇଥିଲା ଏବଂ ପବନ ଯୋଗୁଁ ପଛରେ ଥିବା ଟଙ୍କା ଭର୍ତ୍ତି
ବ୍ୟାଗରୁ ଟଙ୍କା ଉଡିବାକୁ ଲାଗିଥିଲା। ରାସ୍ତା ସାରା ଖାଲି ଡଲାର। ଫଳରେ ରାଜରାସ୍ତା ଉପରେ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ ପୁଳାପୁଳା ନୋଟ ନେଇ ଧାଇଁବାକୁ ଲାଗିଥିଲେ।ଏହା କିଛି ଦୂର ଯାଏ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା।

ଏପରିକି ଟଙ୍କା ନେବାକୁ ଲୋକଙ୍କୁ ଟ୍ରକ ମାଲିକ ବିରୋଧ କରିବା ପରେ ତାଙ୍କୁ ଲୋକମାନେ ମାଡ଼ ମଧ୍ୟ ମାରିଥିଲେ। ଟ୍ରକ ଡ୍ରାଇଭର ଏନେଇ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୁଲିସର କଥା କେହି ନଶୁଣିବାରୁ ପୁଲିସ ବାଧ୍ୟ ହୋଇ ରାସ୍ତାକୁ ସିଲ କରିଦେଇଥିଲା। ଶୁକ୍ରବାର ଦିନ ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ଘଟିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.