ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବଦଳିଲା ମନ୍ତ୍ରିମଣ୍ଡଳ ଚେହେରା, ପାଇଲଟ୍ ଖୁସ୍

0

ଜୟପୁର: ୧୫ଜଣ ମନ୍ତ୍ରୀଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସରକାରଙ୍କ ନୂଆ କ୍ୟାବିନେଟ୍ ଆଜି ଆତ୍ମପ୍ରକାଶ କରିଛି। ରାଜ୍ୟପାଳ କାଲରାଜ ମିଶ୍ର ସନ୍ଧ୍ୟାରେ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସଚିନ୍ ପାଇଲଟଙ୍କର ପାଞ୍ଚ ଜଣ ଘନିଷ୍ଠ ସ୍ଥାନ ପାଇଥିବା ଜଣାପଡିଛି।

ରାଜ୍ୟ କଂଗ୍ରେସରେ ଏକ ସନ୍ତୁଳନ ରକ୍ଷା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ଏହି ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଥିଲା। ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଆଜି ଦଳୀୟ ନେତାଙ୍କୁ କହିଛନ୍ତି ଯେ ଯେଉଁମାନେ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେଲେ ନାହିଁ, ତା ଅର୍ଥ ଶାସନରେ ସେମାନଙ୍କ ଯୋଗଦାନ କିଛି କମ୍ ଅଛି ସେୟା ନୁହେଁ। ଆଜି ପୂର୍ବାହ୍ନରେ ପାଇଲଟ୍ କହିସାରିଛନ୍ତି ଯେ ଦଳ ଭିତରେ କୌଣସି କନ୍ଦଳ ନାହିଁ, ବରଂ ସମସ୍ତେ ଆମେ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କାମ କରୁଛୁ। ୨୦୨୩ରେ କ୍ଷମତାକୁ ଫେରିବା ଲାଗି ଦଳ ପ୍ରୟାସ ଜାରି ରଖିଛି ବୋଲି ସଚିବ ପାଇଲଟ୍ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଆଦିବାସୀ, ଦଳିତ ଏବଂ ମହିଳାଙ୍କ ସମେତ ରାଜ୍ୟର ସମସ୍ତ ବିଭାଗକୁ ସମାନ ପ୍ରତିିନିଧିତ୍ବ ଉପରେ ସେ ଜୋର ଦେଇଛନ୍ତି।

ଶପଥ ନେଇଥିବା ପନ୍ଦର ମନ୍ତ୍ରୀଙ୍କ ମଧ୍ୟରେ ୧୧ଜଣ କ୍ୟାବିନେଟ ଏବଂ ଚାରିଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦ ଜଣ ମନ୍ତ୍ରୀ ରହିପାରିବେ। କେବଳ ତିନିଜଣ ମନ୍ତ୍ରୀ – ଗୋବିନ୍ଦ ସିଂ ଦୋତ୍ରା, ହରିଶ ଚୌଧୁରୀ ଏବଂ ରଘୁ ଶର୍ମାଙ୍କୁ ବରଖାସ୍ତ କରାଯାଇଥିବାବେଳେ ଅନ୍ୟମାନଙ୍କୁ ରଖାଯାଇଛି। ବିଶଭେନ୍ଦ୍ର ସିଂ, ରମେଶ ମୀନା ରାଜ୍ୟ କ୍ୟାବିନେଟକୁ ଫେରିଛନ୍ତି। ଗତବର୍ଷ ଶ୍ରୀ ପାଇଲଟଙ୍କ ସହ ସେମାନଙ୍କୁ ବରଖାସ୍ତ କରାଯାଇଥିଲା।

ଆଜିର ସଂସ୍କାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମେତ ଶ୍ରୀ ପାଇଲଟ ଏବଂ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ବବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଶ୍ରୀ ପାଇଲଟ୍ କହିଛନ୍ତି ଯେ ସେ ଏହି ପରିବର୍ତ୍ତନରେ ସନ୍ତୁଷ୍ଟ ଅଛନ୍ତି। ସଚିନ୍ ପାଇଲଟ୍ ଗତ ବର୍ଷ ଶ୍ରୀ ଗେହଲଟଙ୍କ ବିରୁଦ୍ଧରେ ବିଦ୍ରୋହର ନେତୃତ୍ୱ ନେଇଥିଲେ। ସଂଶୋଧିତ କ୍ୟାବିନେଟରେ ତାଙ୍କ ସମର୍ଥକଙ୍କୁ ରହିବା ପାଇଁ ସେ ସେହି ଦିନଠାରୁ ଅପେକ୍ଷା କରି ରହିଥିଲେ। କଂଗ୍ରେସ କିନ୍ତୁ ଏହି ରାଜ୍ୟ ହାତଛଡ଼ା କରିବା ପୂର୍ବରୁ ସଚିନଙ୍କ ସହିତ ଆଲୋଚନା କରି ପରିସ୍ଥିତିକୁ ସମ୍ଭାଳି ନେଇଥିଲା।

ଅନ୍ୟପକ୍ଷରେ ଗୁଜୁରାଟରେ ପାର୍ଟି ବ୍ୟାପାର ପରିଚାଳନା ପାଇଁ ଶ୍ରୀ ପାଇଲଟଙ୍କୁ ଏକ ପ୍ରମୁଖ ଭୂମିକା ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଦିଲ୍ଲୀରେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲି, ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଗତ ୨୦ବର୍ଷ ମଧ୍ୟରେ ଦଳ ମୋତେ ଅନେକ ଦାୟିତ୍ବ ଦେଇଛି। ଆଗାମୀ ଦିନରେ ପାର୍ଟି ଯେଉଁଠାକୁ ବି ପଠାଇବ କାର୍ଯ୍ୟ କରିବି ବୋଲି ପାଇଲଟ୍ କହିଛନ୍ତି।

Leave A Reply

Your email address will not be published.