ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ହଠାତ କ’ଣ ହେଲା ,ଲୋକେ କାହିଁକି ଛାଡିଲେ ମୋବାଇଲ୍

0

ଗୋଟିଏ ମାସରେ ଓଡ଼ିଶା ହରାଇଲା ସାଢେ ୧୧ଲକ୍ଷ ଉପଭୋକ୍ତା

ଜିଓରୁ କଟିଲେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଉପଭୋକ୍ତା

ବିଏସଏନଏଲ୍ ବି ପ୍ରଭାବିତ ହୋଇଛି ସେପ୍ଟେମ୍ବର ରିପୋର୍ଟରେ

ଦେଶର ବିଭିନ୍ନ ଟେଲିଫୋନ୍ ସେବାରୁ ଦୂରେଇଲେ୨.୭୦କୋଟି

ଟେଲିକମ୍ କମ୍ପାନି ଚିନ୍ତାରେ, କାହିଁକି ଏମିତି ହେଲା ଚିନ୍ତନ ଆରମ୍ଭ


ଭୁବନେଶ୍ବର: କାନରୁ ଖସୁନି ମୋବାଇଲ୍। ପରିବାର, ସାଙ୍ଗ, ସାଥୀ ସମସ୍ତଙ୍କୁ ଯୋଡିବା ଲାଗି ଉଦ୍ଦିଷ୍ଟ ଏହି ସେବା ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେ କେହି କାହା ସହିତ ପ୍ରତ୍ୟକ୍ଷ ସଂପର୍କ ରଖିବା ଲାଗି ଆଗ୍ରହ କରୁନାହାନ୍ତି। ଏହାକୁ ନେଇ ସବୁଠି ଚିନ୍ତନ ଚାଲିଛି। ଠିକ ଏମିତି ସମୟରେ ଏକ ଖବର ଆସିଛି, ଯାହା ତାଟକା କରିଦେବା ଭଳି। ଗତ ସେପ୍ଟେମ୍ବର ମାସ ଟେଲିକମ୍ ଶିଳ୍ପକୁ ଏକ ଭୀଷଣ ବିପର୍ଯ୍ୟୟ ଘୋଟିଛି। ଏହି ମାସରେ ଓଡ଼ିଶାର ଟେଲିକମ୍ ନେଟ୍‌ୱର୍କରୁ ପ୍ରାୟ ସାଢ଼େ ୧୧ ଲକ୍ଷ ମୋବାଇଲ୍ ଗ୍ରାହକ ବାହାରି ଯାଇଛନ୍ତି। ସେବା ଯୋଗାଉଥିବା ସମସ୍ତ ଚାରି କଂପାନିଙ୍କୁ ଜବରଦସ୍ତ ଝଟକା ଲାଗିଛି। ରିଲାଏନ୍ସ ଜିଓ ସର୍ବାଧିକ ୧୦ ଲକ୍ଷ ପାଖାପାଖି ଗ୍ରାହକ ହରାଇଛି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ସବୁ ମହଲରେ ଝଡ ସୃଷ୍ଟି ହେଲାଣି। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ହେଲା, ତାହା ଜାଣିବା ଲାଗି କଂପାନିମାନେ ଯେମିତି ବ୍ୟସ୍ତ ହୋଇପଡିଛନ୍ତି, ଠିକ୍ ସେମିତି ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ରିପୋର୍ଟ କହୁଛି, ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ୧୧ ଲକ୍ଷ ୪୩ ହଜାର ୪୫ ଜଣ ‌ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୫୧ ହଜାର ୧୧୬କୁ ହ୍ରାସ ପାଇଛି। ଗତ ଅଗଷ୍ଟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୮ ଲକ୍ଷରୁ ଅଧିକ ଥିଲା। ନିକଟ ଅତୀତରେ କୌଣସି ମାସରେ ଏତେ ସଂଖ୍ୟକ ଗ୍ରାହକ ନେଟ୍‌ୱର୍କରୁ କଟିଥିବା ରେକର୍ଡ ନାହିଁ।

ଚଳିତ ବର୍ଷ ସେପ୍ଟେମ୍ବରରେ ରିଲାଏନ୍ସ ଜିଓ ସର୍ବାଧିକ ୯ ଲକ୍ଷ ୯୮ ହଜାର ୪ ଜଣ ଗ୍ରାହକଙ୍କୁ ହରାଇଛି। ଫଳରେ ଓଡ଼ିଶାରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୪୩ ଲକ୍ଷ ୪୬ ହଜାର ୮୫୭କୁ ହ୍ରାସ ପାଇଛି। ଏୟାରଟେଲ୍‌ ୮୪,୩୧୪ ଜଣ ଗ୍ରାହକଙ୍କୁ ହରାଇବା ପରେ ଏହାର ଗ୍ରାହକ ସଂଖ୍ୟା ୧ କୋଟି ୯ ଲକ୍ଷ ୯୦ ହଜାର ୩୧୬କୁ ହ୍ରାସ ପାଇଛି। ଭୋଡାଫୋନ୍ ଆଇଡିଆ ଯାହା ଗତ କିଛି ମାସ ଧରି ବିପୁଳ ପରିମାଣର ଗ୍ରାହକ ହରାଉଥିଲା ତାହାର ସବୁଠୁ କମ୍ ଅର୍ଥାତ ୧୭ ହଜାର ୫୬ ଜଣ ଗ୍ରାହକ କଟିଛନ୍ତି। ସେପ୍ଟେମ୍ବର ଶେଷ ସୁଦ୍ଧା ଭୋଡାଫୋନ୍ ଆଇଡିଆର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦ ଲକ୍ଷ ୬୯ ହଜାର ୫୩୮କୁ ହ୍ରାସ ପାଇଛି। ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ଏହି ମାସରେ ୪୩,୬୬୯ ଜଣ ଗ୍ରାହକଙ୍କୁ ହରାଇଛି। ଫଳରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୪୪ ହଜାର ୩୦୫କୁ ହ୍ରାସ ପାଇଛି।

କେବଳ ଓଡ଼ିଶାରେ ଯେ ଏମିତି ପରିସ୍ଥିତି ହୋଇଛି, ତା ନୁହେଁ। ସମଗ୍ର ଦେଶରେ ମୋବାଇଲ୍‌ ନେଟ୍‌ୱର୍କରୁ ଲକ୍ଷ ଲକ୍ଷ ଗ୍ରାହକ ବାହାରି ଯାଇଛନ୍ତି। ସେପ୍ଟେମ୍ବର ମାସରେ ସାରା ଦେଶରେ ୨ କୋଟି ୭୦ ଲକ୍ଷରୁ ଅଧିକ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରୁ ବାହାରି ଯାଇଛନ୍ତି। ଜିଓ ସର୍ବାଧିକ ୧ କୋଟି ୯୦ ଲକ୍ଷ ୨୩ ହଜାର ୬୧୮ ଜଣ ଗ୍ରାହକ ହରାଇଛି। ଭୋଡାଫୋନ୍ ଆଇଡିଆ ୧୦ ଲକ୍ଷ ୭୭ ହଜାର ୮୦୫ ଜଣ ଗ୍ରାହକ ହରାଇଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୮ ଲକ୍ଷ ୭୨ ହଜାର ୩୬୪ ଜଣ ଗ୍ରାହକଙ୍କୁ ହରାଇଛି। ଏୟାରଟେଲ୍‌ ଏକମାତ୍ର ଟେଲିକମ୍ କଂପାନି ଯାହା ସେପ୍ଟେମ୍ବର ମାସରେ ୨ ଲକ୍ଷ ୭୪ ହଜାର ୮୪୫ ଜଣ ନୂଆ ଗ୍ରାହକ ଯୋଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ଦେଶରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୮ କୋଟିରୁ ଅଧିକ ଥିଲା। ସେପ୍ଟେମ୍ବରରେ ୨ କୋଟିରୁ ଅଧିକ ଗ୍ରାହକ କଟିଯିବା ପରେ ଦେଶର ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୬ କୋଟିକୁ ହ୍ରାସ ପାଇଛି।

Leave A Reply

Your email address will not be published.