ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଜର୍ମାନୀରେ ଚିକିତ୍ସିତ ହେଉଛନ୍ତି ଅନୀଲ କପୁର…

0

ବଲିଉଡ଼ର ଭେଟେରାନ ଅଭିନେତା ଅନୀଲ କପୁର ଜର୍ମାନୀ ଗସ୍ତର ଶେଷ ଦିନର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଅନୀଲ ଏହା ଖୁଲାସା କରିଛନ୍ତି ଯେ, ଆଜି ତାଙ୍କର ଚିକିତ୍ସାର ଶେଷ ଦିନ । ଏବଂ ଏଥିପାଇଁ ସେ ଜର୍ମାନୀର ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଭିଡିଓରେ ଅନୀଲ କପୁର ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧି ରାସ୍ତାରେ ସ୍ନୋ ଫଲରେ ଚାଲିଚାଲି ଯାଉଥିବାର ନଜର ଆସୁଛନ୍ତି । ଭିଡିଓ କ୍ୟାପସନରେ ଲେଖିଛନ୍ତି ଯେ, ବରଫ ଉପରେ ଏହା ହେଉଛି ଉପଯୁକ୍ତ ଚାଲିବା । ମୁଁ ମୋର ଶେଷ ଚିକିତ୍ସା ପାଇଁ ଡାକ୍ତର ମୁଲେରଙ୍କୁ ପାଖକୁ ଯାଉଥିବା କହିଛନ୍ତି । ସେ ଏହା ବି କହିଛନ୍ତି ଯେ, ଡାକ୍ତର ଓ ତାଙ୍କର ଯାଦୁକର ସ୍ପର୍ଶ ପାଇଁ ତାଙ୍କୁ ଧନ୍ୟବାଦ ।

ଭିଡିଓର ବ୍ୟାକଗ୍ରାଉଣ୍ଡରେ ଅନୀଲ କପୁର ରକଷ୍ଟାର ଫିଲ୍ମର ‘ଫିର ଉଡ ଚଲା’ ଗୀତ ଲଗାଇଛନ୍ତି । ଅନୀଲ ଆଗାମୀ ଫିଲ୍ମ ଯୁଗ ଯୁଗ ଜିୱୋର କୋ ଷ୍ଟାର ନୀତୁ କପୁର ଏହି ଭିଡିଓରେ ଏକ ଇମୋଜି କମେଣ୍ଟ କରିଛନ୍ତି । ଯାହାର ଅର୍ଥ ହେଉଛିସେ ଅନୀଲଙ୍କୁ ଅଲ ଦି ବେଷ୍ଟ କହୁଛନ୍ତି । ସେପଟେ ଅନୀଲ କପୁରଙ୍କ ଫ୍ୟାନ୍ସ ତାଙ୍କ ଚିକିତ୍ସାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଅନୀଲ କପୁର କେଉଁ ଚିକିତ୍ସା କରାଉଛନ୍ତି ।

ଜଣେ ଫ୍ୟାନ ଅନୀଲଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ସାର ଆପଣ ଗତ ବର୍ଷ କହିଥିଲେ ଯେ, ଡାକ୍ତର ମୁଲେର ଆପଣଙ୍କୁ ପୁରା ଠିକ୍ କରିଦେଇଛନ୍ତି । ଆମେ ଆଶା କରୁଛୁ ଯେ ଆପଣ ଭଲରେ ଥିବେ । ଗତ ବର୍ଷ ଅନୀଲ କପୁର ସୋସିଆଲ ମିଡିଆରେ ଏହା ଖୁଲାସା କରିଥିଲେ ଯେ, ସେ ୧୦ ବର୍ଷରୁ ଆଚିଲେସ ଟେଣ୍ଡିନାଇଟ୍ସରେ ପୀଡିତ ଥିଲେ । ଅନୀଲ ଏହା ମଧ୍ୟ କହିଛନ୍ତି ଯେ, ବିନା ଅସ୍ତ୍ରୋପଚାରରେ ସେ ଏଥିରୁ ମୁକ୍ତି ପାଇଛନ୍ତି ।

Leave A Reply

Your email address will not be published.