ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଜର୍ମାନୀରେ ଚିକିତ୍ସିତ ହେଉଛନ୍ତି ଅନୀଲ କପୁର…

0

ବଲିଉଡ଼ର ଭେଟେରାନ ଅଭିନେତା ଅନୀଲ କପୁର ଜର୍ମାନୀ ଗସ୍ତର ଶେଷ ଦିନର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଅନୀଲ ଏହା ଖୁଲାସା କରିଛନ୍ତି ଯେ, ଆଜି ତାଙ୍କର ଚିକିତ୍ସାର ଶେଷ ଦିନ । ଏବଂ ଏଥିପାଇଁ ସେ ଜର୍ମାନୀର ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଭିଡିଓରେ ଅନୀଲ କପୁର ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧି ରାସ୍ତାରେ ସ୍ନୋ ଫଲରେ ଚାଲିଚାଲି ଯାଉଥିବାର ନଜର ଆସୁଛନ୍ତି । ଭିଡିଓ କ୍ୟାପସନରେ ଲେଖିଛନ୍ତି ଯେ, ବରଫ ଉପରେ ଏହା ହେଉଛି ଉପଯୁକ୍ତ ଚାଲିବା । ମୁଁ ମୋର ଶେଷ ଚିକିତ୍ସା ପାଇଁ ଡାକ୍ତର ମୁଲେରଙ୍କୁ ପାଖକୁ ଯାଉଥିବା କହିଛନ୍ତି । ସେ ଏହା ବି କହିଛନ୍ତି ଯେ, ଡାକ୍ତର ଓ ତାଙ୍କର ଯାଦୁକର ସ୍ପର୍ଶ ପାଇଁ ତାଙ୍କୁ ଧନ୍ୟବାଦ ।

ଭିଡିଓର ବ୍ୟାକଗ୍ରାଉଣ୍ଡରେ ଅନୀଲ କପୁର ରକଷ୍ଟାର ଫିଲ୍ମର ‘ଫିର ଉଡ ଚଲା’ ଗୀତ ଲଗାଇଛନ୍ତି । ଅନୀଲ ଆଗାମୀ ଫିଲ୍ମ ଯୁଗ ଯୁଗ ଜିୱୋର କୋ ଷ୍ଟାର ନୀତୁ କପୁର ଏହି ଭିଡିଓରେ ଏକ ଇମୋଜି କମେଣ୍ଟ କରିଛନ୍ତି । ଯାହାର ଅର୍ଥ ହେଉଛିସେ ଅନୀଲଙ୍କୁ ଅଲ ଦି ବେଷ୍ଟ କହୁଛନ୍ତି । ସେପଟେ ଅନୀଲ କପୁରଙ୍କ ଫ୍ୟାନ୍ସ ତାଙ୍କ ଚିକିତ୍ସାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଅନୀଲ କପୁର କେଉଁ ଚିକିତ୍ସା କରାଉଛନ୍ତି ।

ଜଣେ ଫ୍ୟାନ ଅନୀଲଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ସାର ଆପଣ ଗତ ବର୍ଷ କହିଥିଲେ ଯେ, ଡାକ୍ତର ମୁଲେର ଆପଣଙ୍କୁ ପୁରା ଠିକ୍ କରିଦେଇଛନ୍ତି । ଆମେ ଆଶା କରୁଛୁ ଯେ ଆପଣ ଭଲରେ ଥିବେ । ଗତ ବର୍ଷ ଅନୀଲ କପୁର ସୋସିଆଲ ମିଡିଆରେ ଏହା ଖୁଲାସା କରିଥିଲେ ଯେ, ସେ ୧୦ ବର୍ଷରୁ ଆଚିଲେସ ଟେଣ୍ଡିନାଇଟ୍ସରେ ପୀଡିତ ଥିଲେ । ଅନୀଲ ଏହା ମଧ୍ୟ କହିଛନ୍ତି ଯେ, ବିନା ଅସ୍ତ୍ରୋପଚାରରେ ସେ ଏଥିରୁ ମୁକ୍ତି ପାଇଛନ୍ତି ।

Leave A Reply

Your email address will not be published.