ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ହସ୍ପିଟାଲରେ ଆଜି ବନ୍ଦ ରହିବ ଓପିଡି

0

ନିଟ୍ ପିଜି କାଉନସେଲିଂରେ ବିଳମ୍ବ ହେତୁ ଆଜି ଦେଶର ଅନେକ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ଓପିଡି ସେବା ବନ୍ଦ ରହିବ । ପୂର୍ବରୁ ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘ ବନ୍ଦ ନେଇ ଘୋଷଣା କରିଥିଲେ । ଯାହା ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ, ଆରଏମଏଲ ସମେତ ଅନ୍ୟ ଡାକ୍ତରଖାନାଗୁଡିକରେ ଘରୋଇ ଡାକ୍ତର ଆଜି ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସମେତ ଅନେକ ରାଜ୍ୟ ଏହି ଧର୍ମଘଟରେ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସମେତ,କର୍ଣ୍ଣାଟକ,ମହାରାଷ୍ଟ୍ର,ରାଜସ୍ଥାନ ମଧ୍ୟପ୍ରଦେଶ,ଗୁଜୁରାଟ,ସମେତ ଅନ୍ୟ ରାଜ୍ୟରେ ଓପିଡିରେ ଡାକ୍ତର ରୋଗୀ ଚିକିତ୍ସା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରଭାବ ଏନସିଆରରେ ମଧ୍ୟ ପଡିବ ।

ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘ ସଭାପତି ଡକ୍ଟର ମନୀଷ କହିଛନ୍ତି ଗୁରୁବାର ଦିନ ଏକ ବୈଠକ ବସିଥିଲା । ଏଥିରେ ସମସ୍ତ ଆରଡିଏ ସାମିଲ ଥିଲେ । ବୈଠକରେ ଓପିଡି ସେବା ବନ୍ଦ କରିବା ନେଇ ସ୍ଥିର ହୋଇଥିବା ବେଳେ ଏହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ଯେବେଯାଏଁ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନି ସେବେ ଯାଏଁ ଏହା ଜାରି ରହିବ ।

ନିଟ୍ ପିଜି କାଉନସେଲିଂରେ ବିଳମ୍ବ ହେତୁ ସାରା ଦେଶରେ ୧୦ ହଜାରରୁ ଅଧିକ ଘରୋଇ ଡାକ୍ତର ଏହାକୁ ବିରୋଧ କରିବେ । ଯେଉଁଠାରେ ମେ ମାସରେ ଯୋଗଦେବାର ଥିଲା ଏବେ ଡିସେମ୍ବର ଆସିଗଲାଣି । ଡିସେମ୍ବରରେ ତାରିଖ ଦିଆଯାଏ କି ଜାନୁଆରୀରେ ଏହାର ଶୁଣାଣି ହେବ । କିନ୍ତୁ ଏହା ଜଣା ନାହିଁ ଆଉ କେତେ ସମୟ ଲାଗିବ, ପୁରା ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଘରୋଇ ଡାକ୍ତରଙ୍କ ଉପରେ ଏହାର ବୋଝ ପଡୁଛି । କାରଣ ନୂଆ ଲୋକ ଆସୁନଥିବାରୁ ପୁରୁଣା ଲୋକ ୮୦ ଘଣ୍ଟା କାମ କରୁଛନ୍ତି ।

ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘର ସଭାପତି ଡ.ମନୀଷ ଏହା ମଧ୍ୟ କହିଛନ୍ତି ଯେ, ଏବେ ଘରୋଇ ଡାକ୍ତର ସଂଘ ଚାହୁଁଛନ୍ତି ଯେ, ଏହାର ସମାଧାନ ହେଉ ଏବଂ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ । ଏହି ହରତାଳରେ କେବେଳ ଘରୋଇ ଓ ଜୁନିଅର ଡାକ୍ତରମାନଙ୍କୁ ଛାଡିଦେଲେ ଅନ୍ୟ ଡାକ୍ତରମାନେ ଓପିଡିରେ ଉପସ୍ଥିତ ରହିବେ । ସମସ୍ତ ୱାର୍ଡ ଓ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କରିବାକୁ ଯିବେ ।

Leave A Reply

Your email address will not be published.