ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ମନି ଲଣ୍ଡରିଂ ମାମଲାରେ ବଢିବ କି ଜ୍ୟାକଲିନଙ୍କ ଅଡୁଆ!

0

ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫଣ୍ଣାଡିଜଙ୍କ ନାଁ ସାମନାକୁ ଆସିଥିଲା । ଏବେ ଏହି ମାମଲାରେ ବଡ଼ ପ୍ରମାଣ ହାତରେ ଲାଗିଛି । ଜ୍ୟାକଲିନ ଫର୍ଣ୍ଣାଡିଜ ଓ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୁର୍ତ୍ତ ର୍ର ଏକ ଫଟୋ ସାମନାକୁ ଆସିଛି । ଏହି ଫଟୋ ହିଁ ପ୍ରମାଣ ପାଇଁ ଯଥେଷ୍ଟ ଯେ, କିଭଳି ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଫସାଇ ତାଙ୍କ ସହ ବନ୍ଧୁତା ରଖିଥିଲେ ।

ଏ ଫଟୋ ଅନୁସନ୍ଧାନକାରୀ ସଂସ୍ଥା ହାତରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ହେଉଛି ଯେ, ଫଟୋଟି ସେହି ସମୟରେ ଯେତେବେଳେ ଅନ୍ତରୀଣ ଜାମିନରେ ତିହାଡ ଜେଲରୁ ବାହାରକୁ ଆସିଥିଲେ । ଏବଂ ଏହା ପରେ ସେ ବିମାନରେ ଚେନ୍ନାଇ ଆସିଥିଲେ । ଏହି ଫଟୋ ଚେନ୍ନାଇର ଏକ ଫାଇଭ ଷ୍ଟାର ହୋଟେଲର । ଫଟୋରେ ଦେଖିବାକୁ ଗଲେ ସୁକେଶ ହାତରେ ଆଇଫୋନ ୧୨ ପ୍ରୋ ରହିଛି । ଏହା ସେହି ଫୋନ ଯେଉଁଥିଲେ ଇସ୍ରାଏଲର ସିମ କାର୍ଡ ବ୍ୟବହାର କରି ୨୦୦ କୋଟି ଠକେଇ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଜାମିନ ସମୟରେ ମଧ୍ୟ ସୁକେଶ ସେହି ଫୋନ ବ୍ୟବହାର କରୁଥିଲେ ।

ସୂଚନା ଅନୁସାରେ, ସୁକେଶ ନିଜକୁ ଚେନ୍ନାଇର ଏକ ବଡ଼ ବ୍ୟବସାୟୀ ବୋଲି କହି ଜ୍ୟାକଲିନଙ୍କ ସହ ବନ୍ଧୁତା କରିଥିଲା । ଏବଂ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କା ଉପହାର ବି ଦେଇଛି । ଏହି କାରଣରୁ ଜ୍ୟାକଲିନଙ୍କୁ ଇଡି ସମନ ଜାରି କରିଥିଲା । ଜ୍ୟାକଲିନଙ୍କୁ ତାଙ୍କ ବ୍ୟାଙ୍କ ଡିଟେଲ୍ସ,କ୍ରେଡିଟ କାର୍ଡ, ଟ୍ରାଞ୍ଜାକସନ ଡିଟେଲସ ବି ଇଡି ପଚାରଉଚରା ସମୟରେ ସାଙ୍ଗରେ ଆଣିବାକୁ କହିଥିଲା ।

ଡିସେମ୍ବର ପ୍ରଥମ ସପ୍ତାହରେ ଇଡି ମନି ଲଣ୍ଡରିଂ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଚାର୍ଜସିଟ ଦିଲ୍ଲୀ କୋର୍ଟରେ ଦାଖଲ କରିବ । ଯେଉଁଥିରେ ସୁକେଶ ଓ ଜ୍ୟାକଲିନଙ୍କ କନେକସନ ନେଇ ଉଲ୍ଲେଖ ରହିଛି । ତେବେ ଭାଇରାଲ ହୋଇଥିବା ଏହି ଫଟୋ ଏପ୍ରିଲରୁ ଜୁନ ମଧ୍ୟରେ ଉଠାଯାଇଛି । ଯେଉଁ ସମୟରେ ପାଖାପାଖି ୪ ଥର ଚେନ୍ନାଇ ଜ୍ୟାକଲିନ ଓ ସୁକେଶଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏଜେନ୍ସି ସୂତ୍ର ଅନୁଯାୟୀ, ସୁକେଶ ,ଜ୍ୟାକଲିନଙ୍କ ସହିତ ଏହି ସାକ୍ଷାତ ପାଇଁ ଏକ ଘରୋଇ ବିମାନର ମଧ୍ୟ ବ୍ୟବସ୍ଥା କରିଥିଲା । ସୁକେଶ ଏହି ସମୟରେ
ଅନ୍ତରୀଣ ଜାମିନରେ ଦେଢ ମାସ ପାଇଁ ଜେଲରୁ ବାହାରକୁ ଆସିଥିଲା ।

Leave A Reply

Your email address will not be published.