ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ମନି ଲଣ୍ଡରିଂ ମାମଲାରେ ବଢିବ କି ଜ୍ୟାକଲିନଙ୍କ ଅଡୁଆ!

0

ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫଣ୍ଣାଡିଜଙ୍କ ନାଁ ସାମନାକୁ ଆସିଥିଲା । ଏବେ ଏହି ମାମଲାରେ ବଡ଼ ପ୍ରମାଣ ହାତରେ ଲାଗିଛି । ଜ୍ୟାକଲିନ ଫର୍ଣ୍ଣାଡିଜ ଓ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୁର୍ତ୍ତ ର୍ର ଏକ ଫଟୋ ସାମନାକୁ ଆସିଛି । ଏହି ଫଟୋ ହିଁ ପ୍ରମାଣ ପାଇଁ ଯଥେଷ୍ଟ ଯେ, କିଭଳି ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଫସାଇ ତାଙ୍କ ସହ ବନ୍ଧୁତା ରଖିଥିଲେ ।

ଏ ଫଟୋ ଅନୁସନ୍ଧାନକାରୀ ସଂସ୍ଥା ହାତରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ହେଉଛି ଯେ, ଫଟୋଟି ସେହି ସମୟରେ ଯେତେବେଳେ ଅନ୍ତରୀଣ ଜାମିନରେ ତିହାଡ ଜେଲରୁ ବାହାରକୁ ଆସିଥିଲେ । ଏବଂ ଏହା ପରେ ସେ ବିମାନରେ ଚେନ୍ନାଇ ଆସିଥିଲେ । ଏହି ଫଟୋ ଚେନ୍ନାଇର ଏକ ଫାଇଭ ଷ୍ଟାର ହୋଟେଲର । ଫଟୋରେ ଦେଖିବାକୁ ଗଲେ ସୁକେଶ ହାତରେ ଆଇଫୋନ ୧୨ ପ୍ରୋ ରହିଛି । ଏହା ସେହି ଫୋନ ଯେଉଁଥିଲେ ଇସ୍ରାଏଲର ସିମ କାର୍ଡ ବ୍ୟବହାର କରି ୨୦୦ କୋଟି ଠକେଇ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଜାମିନ ସମୟରେ ମଧ୍ୟ ସୁକେଶ ସେହି ଫୋନ ବ୍ୟବହାର କରୁଥିଲେ ।

ସୂଚନା ଅନୁସାରେ, ସୁକେଶ ନିଜକୁ ଚେନ୍ନାଇର ଏକ ବଡ଼ ବ୍ୟବସାୟୀ ବୋଲି କହି ଜ୍ୟାକଲିନଙ୍କ ସହ ବନ୍ଧୁତା କରିଥିଲା । ଏବଂ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କା ଉପହାର ବି ଦେଇଛି । ଏହି କାରଣରୁ ଜ୍ୟାକଲିନଙ୍କୁ ଇଡି ସମନ ଜାରି କରିଥିଲା । ଜ୍ୟାକଲିନଙ୍କୁ ତାଙ୍କ ବ୍ୟାଙ୍କ ଡିଟେଲ୍ସ,କ୍ରେଡିଟ କାର୍ଡ, ଟ୍ରାଞ୍ଜାକସନ ଡିଟେଲସ ବି ଇଡି ପଚାରଉଚରା ସମୟରେ ସାଙ୍ଗରେ ଆଣିବାକୁ କହିଥିଲା ।

ଡିସେମ୍ବର ପ୍ରଥମ ସପ୍ତାହରେ ଇଡି ମନି ଲଣ୍ଡରିଂ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଚାର୍ଜସିଟ ଦିଲ୍ଲୀ କୋର୍ଟରେ ଦାଖଲ କରିବ । ଯେଉଁଥିରେ ସୁକେଶ ଓ ଜ୍ୟାକଲିନଙ୍କ କନେକସନ ନେଇ ଉଲ୍ଲେଖ ରହିଛି । ତେବେ ଭାଇରାଲ ହୋଇଥିବା ଏହି ଫଟୋ ଏପ୍ରିଲରୁ ଜୁନ ମଧ୍ୟରେ ଉଠାଯାଇଛି । ଯେଉଁ ସମୟରେ ପାଖାପାଖି ୪ ଥର ଚେନ୍ନାଇ ଜ୍ୟାକଲିନ ଓ ସୁକେଶଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏଜେନ୍ସି ସୂତ୍ର ଅନୁଯାୟୀ, ସୁକେଶ ,ଜ୍ୟାକଲିନଙ୍କ ସହିତ ଏହି ସାକ୍ଷାତ ପାଇଁ ଏକ ଘରୋଇ ବିମାନର ମଧ୍ୟ ବ୍ୟବସ୍ଥା କରିଥିଲା । ସୁକେଶ ଏହି ସମୟରେ
ଅନ୍ତରୀଣ ଜାମିନରେ ଦେଢ ମାସ ପାଇଁ ଜେଲରୁ ବାହାରକୁ ଆସିଥିଲା ।

Leave A Reply

Your email address will not be published.