ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ, ନୂଆରୂପରେ ଅନଙ୍ଗ, ଅର୍କେଶ

0
  • ଲକ୍ଷ୍ମୀଜୋର ପ୍ରକଳ୍ପ ନେଇ ଗର୍ଜିଲେ ବାପ-ପୁଅ
  • କହିଲେ ୨୦ କୋଟି ଟଙ୍କା ସର୍ବନାଶ କରିଦେଲେ
  • ବ୍ୟାଙ୍କଙ୍କ ଭଳି ସ୍ବପ୍ନର ପ୍ରକଳ୍ପ କୁଆଡେ ଗଲା?
  • ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ଜଣାଇଲେ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ରାଜନୀତିରେ ପୁଣି ଥରେ ବଡ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବିଜେପି ଓ କଂଗ୍ରେସ ଏହି ଗଡରେ ସକ୍ରିୟ ଥିଲେ। ଏବେ ବିଜେଡି ଚେହେରାରେ ବି ପରିବର୍ତ୍ତନ ଦେଖାଗଲାଣି। ଅର୍ଥାତ୍ ବିଜେଡି ସକ୍ରିୟ ହୋଇଛି, ଏମିତି ନୁହେଁ। ବରଂ ବଲାଙ୍ଗୀରର ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ଭିନ୍ନ ଭୂମିକାରେ ଆବିର୍ଭାବ ହୋଇଛନ୍ତି। ଦୀର୍ଘ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦଙ୍କର ବଲାଙ୍ଗୀର ରାଜନୀତିରେ ଆବିର୍ଭାବ ଯେତିକି ଚର୍ଚ୍ଚାକୁ ଆସିଛି, ତାଙ୍କର ପ୍ରତିକ୍ରିୟା ରାଜନୈତିକ ମହଲକୁ ଆହୁରି ଚିନ୍ତାରେ ପକାଇଛି।

ଶ୍ରୀ ସିଂହଦେଓ ଶନିବାର ତାଙ୍କ ସାନ ପୁଅ ତଥା ବଲାଙ୍ଗୀର ଆସନରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅର୍କେଶଙ୍କୁ ନେଇ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲକ୍ଷ୍ମୀଜୋର ଯାଇଥିଲେ। ସେଠାରେ ବୁଲି ଦେଖିବା ବେଳେ ସିଧା ସଳଖ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପରେ କେବଳ ୨୦କୋଟି ଟଙ୍କା ହରିଲୁଟ୍ ହୋଇଛି। ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି ଯେ ସେ ଯେବେ ଏଠାରୁ ବିଧାୟକ ଥିଲେ, ସେବେ ପବ୍ଲିକ ସ୍କୁଲ ନିକଟରେ ଗୋଟିଏ ଛୋଟିଆ ପ୍ରକଳ୍ପ କରିଥିଲେ, ଯାହା ପାଇଁ ପାଖାପାଖି ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ସେ ଆସି ଦେଖୁଛନ୍ତି ଯେ ସେଠାରେ ପାଣି ରହୁଛି। କେବଳ ସେତିକି ନୁହେଁ, ଇତିମଧ୍ୟରେ ଲକ୍ଷ୍ମୀଜୋରରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ଠାରେ ପାଣି ନାହିଁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନାମ ନ ନେଇ ଶ୍ରୀ ସିଂହଦେଓ କହିଥିଲେ ଯେ ସ୍ଥାନୀୟ ବିଧାୟକ ଏହାକୁ ବ୍ୟାଙ୍କକ୍ ଭଳି ହେବ ବୋଲି ସ୍ବପ୍ନ ଦେଖାଇଥିଲେ। ରାଜ୍ୟ ସରକାରଙ୍କ ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କରାଇଥିଲେ। ମାତ୍ର କାମ କେମିତି ହୋଇଛି, ସାରା ବଲାଙ୍ଗୀର ବାସୀ ଆସି ଦେଖନ୍ତୁ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଏଠାକୁ ଆସିଥିବା ସବୁ ଟଙ୍କା ସର୍ବନାଶ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ।

କେବଳ ସେତିକି ନୁହେଁ, ସେ ଆହୁରି କହିଛନ୍ତି ଯେ ଲକ୍ଷ୍ମୀଜୋର ସୌନ୍ଦର୍ଯ୍ୟକରଣ ହେଲା ନାହିଁ। ନା ପ୍ରକଳ୍ପରେ ପାଣି ଅଛି ନା ଏଥିରେ ବୋଟ୍ ଚାଲୁଛି। ବରଂ ଏହା ଏବେ ଅନାବନା ଗଛରେ ପୋତି ହୋଇଯିବାକୁ ବସିଲାଣି ବୋଲି ଅର୍କେଶ କହିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବାେଲି କହିଛନ୍ତି।

ଗୋଟିଏ ପଟେ ସ୍ଥାନୀୟ ବିଧାୟକଙ୍କ ପାଇଁ ଅନଙ୍ଗଙ୍କ ପ୍ରତିକ୍ରିୟା ଉଦ୍ଦିଷ୍ଟ ବୋଲି କୁହାଯାଉଥିଲେ ହେଁ ଅନ୍ୟପଟେ ରାଜ୍ୟ ସରକାର ଏହି ପ୍ରକଳ୍ପର ଦୁର୍ନୀତି ଭିତରେ ଛନ୍ଦି ହୋଇ ଆସିଛନ୍ତି। ଅନଙ୍ଗ ଓ ଅର୍କେଶଙ୍କ ଏହି ପରିବର୍ତ୍ତିତ ରୂପ ପଛର ରାଜନୀତି କଣ ତାହା ଏଯାଏ କେହି ଠଉରାଇ ପାରିନାହାନ୍ତି।

ଉଲ୍ଲେଖଥାଉଥି, ଅନଙ୍ଗ ହୁଅନ୍ତୁ କି ଅର୍କେଶ କିମ୍ବା ପୂର୍ବତନ ସାଂସଦ କଳିକେଶ ସିଂହଦେଓ ସମସ୍ତେ ବିଜେଡି ରାଜନୀତିରେ ଏକରକମ ଅଲୋଡା ହୋଇଯାଇଛନ୍ତି। ବରଂ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଜିଲ୍ଲାରେ ପତିଆରା ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟ ସରକାର ବିଭିନ୍ନ କାରଣରୁ ଶ୍ରୀ ମିଶ୍ରଙ୍କୁ ଗୁରୁତ୍ବ ଦେଇଛନ୍ତି। ଏହି କାରଣରୁ ଶ୍ରୀ ସିଂହଦେଓ ରାଗିଛନ୍ତି କି?

Leave A Reply

Your email address will not be published.