ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ରାଜ୍ୟକୁ ଶୀତ ଫେରିଲା, ଥରୁଛି ଦାରିଙ୍ଗିବାଡି

0

କନ୍ଧମାଳ: ପାଖାପାଖି ଦୁଇ ସପ୍ତାହ ଧରି ଶୀତ ଉଭାନ ହୋଇଯାଇଥିଲା। ଲାଗୁଥିଲା ଯେମିତି ଶୀତ ଏବର୍ଷ ଆସିବ ନାହିଁ। ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଛି। ଶୀତରେ ଥରୁଛି ଦାରିଙ୍ଗିବାଡି। ଏଥିସହିତ ସମଗ୍ର ରାଜ୍ୟର ତାପମାତ୍ରା କମିଛି। କନ୍ଧମାଳରେ ୯ ଡିଗ୍ରି ସେଲସିୟସକୁ ପାରଦ ଖସିଆସିଥିବା ବେଳେ ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟ ଅଞ୍ଚଳରେ ବି ରବିବାର ରାତିର ତାପମାତ୍ରାରେ ଯଥେଷ୍ଟ ହ୍ରାସ ଘଟିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ୪ ଦିନ ଭିତରେ ତାପମାତ୍ରା ପାଖାପାଖି ୬.୫ ଡିଗ୍ରି ହ୍ରାସ ପାଇଛି।

ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଶୀତ ଅନୁଭୂତ ହୋଇଥିଲା। ଅକ୍ଟୋବର ଦ୍ବିତୀୟ ସପ୍ତାହ ବଦଳରେ ଶୀତ ପ୍ରବେଶ କରିଥିଲା ତୃତୀୟ ସପ୍ତାହରେ। ଅକ୍ଟୋବର ୨୩ ତାରିଖରେ ତାପମାତ୍ରା ୧୧ ଡିଗ୍ରିକୁ ଖସି ଆସିଥିଲା। ପରେ ଶୀତ ପୁଣି ଉଭାନ ହୋଇଯାଇଥିଲା। ନଭେମ୍ବରରେ ତାପମାତ୍ରା ପୁଣି ଖସିବା ଆରମ୍ଭ କରିଥିଲା ଓ ୭ ତାରିଖ ବେଳକୁ ପାରଦ ୯.୫ ଡିଗ୍ରିରେ ପହଞ୍ଚିଥିଲା। ଏହା ପରେ ପରେ ଦୁଇ ସପ୍ତାହ ପାଇଁ ଶୀତ ଉଭାନ ହୋଇଯାଇଥିଲା। ବରଂ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଅନୁଭୂତ ହୋଇଥିଲା।

Leave A Reply

Your email address will not be published.