ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରାଜ୍ୟକୁ ଶୀତ ଫେରିଲା, ଥରୁଛି ଦାରିଙ୍ଗିବାଡି

0

କନ୍ଧମାଳ: ପାଖାପାଖି ଦୁଇ ସପ୍ତାହ ଧରି ଶୀତ ଉଭାନ ହୋଇଯାଇଥିଲା। ଲାଗୁଥିଲା ଯେମିତି ଶୀତ ଏବର୍ଷ ଆସିବ ନାହିଁ। ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଛି। ଶୀତରେ ଥରୁଛି ଦାରିଙ୍ଗିବାଡି। ଏଥିସହିତ ସମଗ୍ର ରାଜ୍ୟର ତାପମାତ୍ରା କମିଛି। କନ୍ଧମାଳରେ ୯ ଡିଗ୍ରି ସେଲସିୟସକୁ ପାରଦ ଖସିଆସିଥିବା ବେଳେ ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟ ଅଞ୍ଚଳରେ ବି ରବିବାର ରାତିର ତାପମାତ୍ରାରେ ଯଥେଷ୍ଟ ହ୍ରାସ ଘଟିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ୪ ଦିନ ଭିତରେ ତାପମାତ୍ରା ପାଖାପାଖି ୬.୫ ଡିଗ୍ରି ହ୍ରାସ ପାଇଛି।

ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଶୀତ ଅନୁଭୂତ ହୋଇଥିଲା। ଅକ୍ଟୋବର ଦ୍ବିତୀୟ ସପ୍ତାହ ବଦଳରେ ଶୀତ ପ୍ରବେଶ କରିଥିଲା ତୃତୀୟ ସପ୍ତାହରେ। ଅକ୍ଟୋବର ୨୩ ତାରିଖରେ ତାପମାତ୍ରା ୧୧ ଡିଗ୍ରିକୁ ଖସି ଆସିଥିଲା। ପରେ ଶୀତ ପୁଣି ଉଭାନ ହୋଇଯାଇଥିଲା। ନଭେମ୍ବରରେ ତାପମାତ୍ରା ପୁଣି ଖସିବା ଆରମ୍ଭ କରିଥିଲା ଓ ୭ ତାରିଖ ବେଳକୁ ପାରଦ ୯.୫ ଡିଗ୍ରିରେ ପହଞ୍ଚିଥିଲା। ଏହା ପରେ ପରେ ଦୁଇ ସପ୍ତାହ ପାଇଁ ଶୀତ ଉଭାନ ହୋଇଯାଇଥିଲା। ବରଂ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଅନୁଭୂତ ହୋଇଥିଲା।

Leave A Reply

Your email address will not be published.